ମୁଖ୍ୟମନ୍ତ୍ରୀ ଶୁଣିବେ ଅଭିଯୋଗ ! ଆସନ୍ତା ଜୁଲାଇ ୨ରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ।

43

ଜନସାଧାରଣଙ୍କ ଅଭିଯୋଗ ଶୁଣିବା ପାଇଁ ଆସନ୍ତା ଜୁଲାଇ ୨ ତାରିଖରୁ ଖୋଲିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ । ଏହାସହ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ.ପିଙ୍କ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ଆସନ୍ତା ଜୁଲାଇ ୨ ତାରିଖ ଦିନ ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ବିଭିନ୍ନ ଅଞ୍ଚଳର ଲୋକମାନେ ନିଜର ସମସ୍ୟା ଏବଂ ଅଞ୍ଚଳରେ ହେଉଥିବା ଅସୁବିଧା ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇ ପାରିବେ । ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଅଭିଯୋଗ ବିଷୟରେ ଜଣାଇ ପାରିବାର ସୁଯୋଗ ମିଳିବ ।

ସୂଚନା ମୁତାବକ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଅପ୍ରେଲ ୩୦ ତାରିଖରୁ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଥିଲା । ଏହାସହ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ଏସ.ପିଙ୍କ ଅଭିଯୋଗ ପ୍ରକୋଷ୍ଠ ମଧ୍ୟ ବନ୍ଦ କରାଯାଇଥିଲା । ତେବେ ଆସନ୍ତା ଜୁଲାଇ ୨ ଅର୍ଥାତ ସୋମବାର ଦିନ ଖୋଲିବାକୁ ଥିବା ଏହି ଅଭିଯୋଗ ପ୍ରକୋଷ୍ଠକୁ ରାଜ୍ୟର ଅନେକ ଗରିବ ଅସହାୟ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ନିଜର ସମସ୍ୟା ବିଷୟରେ ଜଣାଇ ପାରିବେ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ପାଖରେ ପହଁଚିବା ପାଇଁ ଅନେକ ପ୍ରୟାସ କରୁଥିବା ଦୃଷ୍ଟାନ୍ତ ରହିିଛି । ଟ୍ୱିଟର ଓ ଭିଡିଓ କନଫରେନସିଂ ଜରିଆରେ ଲୋକଙ୍କ ନିକଟତର ହୋଇ ଲୋକଙ୍କ ସମସ୍ୟାକୁ ଦୂର କରିବାକୁ ମନ ବଳାଉଛନ୍ତି ନବୀନ ବୋଲି ଚର୍ଚ୍ଚା ହେଉଥିବା ବେଳେ, ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ପରେ ଏମିତି ଅନେକ ଅସହାୟ ଲୋକଙ୍କ ଦୁଃଖ ବିଷୟରେ ବୁଝି ସମାଧାନ କରିବାକୁ ମୂୁଖ୍ୟମନ୍ତ୍ରୀ ପ୍ରୟାସ କରିଛନ୍ତି ।