ଆସନ୍ତା ବର୍ଷଠୁ ମାସେ ଆଗରୁ ହେବ ସିବିଏସଇ ପରୀକ୍ଷା ! ମାର୍ଚ୍ଚ ବଦଳରେ ଫେବୃଆରୀରେ ହେବ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା

53

କନକ ବ୍ୟୁରୋ: ଆସନ୍ତା ବର୍ଷଠୁ ମାସେ ଆଗରୁ ହେବ ସିବିଏସଇ ପରୀକ୍ଷା । ୨୦୧୮ରୁ ମାର୍ଚ୍ଚ ବଦଳରେ ଫେବୃଆରୀରେ ଅନୁଷ୍ଠିତ ହେବ ସିବିଏସଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା । ପରୀକ୍ଷାକୁ ତ୍ରୁଟିଶୂନ୍ୟ କରିବାକୁ ସିବିଏସଇ ବୋର୍ଡ ପକ୍ଷରୁ ଏଭଳି ସଂସ୍କାର ଆଣିବାକୁ ନିଷ୍ପତି ନିଆଯାଇଛି ।

ବର୍ତ୍ତମାନ ମାର୍ଚ୍ଚ ପହିଲାରେ ପରୀକ୍ଷା ଆରମ୍ଭ ହେଉଥିବାବେଳେ ଆସନ୍ତାବର୍ଷଠାରୁ ଫେବୃଆରୀରେ ଆରମ୍ଭ ହେବ ପରୀକ୍ଷା । ଏ ସଂପର୍କିତ ସମସ୍ତ ପ୍ରକ୍ରିୟା ମାସେ ଭିତରେ ଶେଷ ହେବ । ତେବେ ପରୀକ୍ଷା ସଂପର୍କିତ ସମସ୍ତ ପ୍ରକ୍ରିୟା ଶେଷ କରିବା ପାଇଁ ଅତି ବେଶୀରେ ୪୫ ଦିନ ପର୍ଯ୍ୟନ୍ତ ସମୟ ନିଆଯିବ ।

ଏବେ ମାର୍ଚ୍ଚ ୧ ରୁ ଆରମ୍ଭ ହୋଇ ଏପ୍ରିଲ ୨୦ ମଧ୍ୟରେ ଶେଷ ହେଉଛି ପରୀକ୍ଷା । କିନ୍ତୁ ୨୦୧୮ରୁ ଫେବୃଆରୀ ୧୫ରୁ ପରୀକ୍ଷା ଆରମ୍ଭ କରି ମାସେ ଭିତରେ ସମସ୍ତ ପ୍ରକ୍ରିୟା ଶେଷ କରିବାକୁ ଯୋଜନା କରୁଛି ସିବିଏସଇ । ତେଣୁ ପରୀକ୍ଷା ଫଳ ମଧ୍ୟ ଶୀଘ୍ର ପ୍ରକାଶ କରିବା ନେଇ ଖୁବ୍ ଶୀଘ୍ର ଘୋଷଣା କରିପାରେ ସିବିଏସଇ । ତେବେ ଏ ସଂପର୍କରେ ସୂଚନା ଦେଇଛନ୍ତି ସିବିଏସଇ ଚେୟାରମ୍ୟାନ୍ ଆର.କେ. ଚତୁର୍ବେଦୀ ।