ଏସବିଆଇ ଗ୍ରାହକ ଧ୍ୟାନ ଦିଅନ୍ତୁ ! ୧ ଡିସେମ୍ବରରୁ ବଦଳିଯିବ ଟଙ୍କା ବାହାର କରିବାର ନିୟମ

ଏସବିଆଇ ଗ୍ରାହକଙ୍କ ପାଇଁ ଜରୁରୀ ସୂଚନା । ଡିସେମ୍ବର ୧ ରୁ ବଦଳିଯିବ କିଛି ନିୟମ

516

ଏସବିଆଇରେ ଯଦି ଆପଣଙ୍କ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ପାଇଁ ଏହି ଖବର ମୁଖ୍ୟ ଅଟେ । ବ୍ୟାଙ୍କର ୱେବସାଇଟରେ ଦିଆଯାଇଥିବା ସୂଚନାରେ କୁହାଯାଇଛି କି, ୧ ଡିସେମ୍ବର ପରେ କୌଣସି ବି ଗ୍ରାହକ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ଟଙ୍କା ନେଣଦେଣ କରିପାରିବେ ନାହିଁ । ଏହାର ଅର୍ଥ ଅନଲାଇନ୍ ବ୍ୟାଙ୍କିଙ୍ଗ ଆକାଉଣ୍ଟ ବନ୍ଦ ହୋଇଯିବ । ଆପଣଙ୍କୁ ଜଣାଇଦେଉଛୁ ଯେ, ଆରବିଆଇ ତରଫରୁ ଜାରି ହୋଇଥିବା ନିୟମ ପରେ ବ୍ୟାଙ୍କ ଏହି ପଦକ୍ଷେପ ନେଇଛି ।

ଏସବିଆଇ ନିଜର ଅଫିସିଆଲ ୱେବସାଇଟ୍ onlinesbi.com ରେ ଏହାର ସୂଚନା ଦେଇଛି । ଯଦି ଆପଣ ଏପର୍ଯ୍ୟନ୍ତ ଏସବିଆଇ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗର ବ୍ୟବହାର କରୁଛନ୍ତି । କିନ୍ତୁ ଆପଣ ଏପର୍ଯ୍ୟନ୍ତ ନିଜ ମୋବାଇଲ ନମ୍ବର ବ୍ୟାଙ୍କ ସହିତ ରେଜିଷ୍ଟର କରିନାହାଁନ୍ତି, ତେବେ ୧ ଡିସେମ୍ବର ପର୍ଯ୍ୟନ୍ତ କରାଇନିଆନ୍ତୁ ।

ବ୍ୟାଙ୍କର କହିବାନୁଯାୟୀ, ଯଦି ଆପଣ ୧ ଡିସେମ୍ବର, ୨୦୧୮ ପର୍ଯ୍ୟନ୍ତ ଏହି କାମ ଶେଷ କରୁ ନାହାଁନ୍ତି । ତେବେ ଆପଣଙ୍କ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ବ୍ଲକ୍ ହୋଇଯିବ । ଏହାପରେ ଆପଣ ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ ଜରିଆରେ ଟଙ୍କା ନେଣଦେଣ କରିପାରିବେନି ।

ଆପଣଙ୍କୁ ମୋବାଇଲ ନମ୍ବର ଅପଡେଟ୍ କରିବା ପାଇଁ ଏସବିଆଇ ବ୍ରାଂଚ ଯିବାକୁ ହେବ । ନିଜ ବ୍ୟାଙ୍କ ଖାତା ସହିତ ମୋବାଇଲ ନମ୍ବର ଅପଡେଟ୍ କରିବା ଏଥିପାଇଁ ଜରୁରୀ, ଆପଣଙ୍କୁ ପ୍ରତି ନେଣଦେଣର ସୂଚନା ମିଳିପାରୁ । ଏହାଦ୍ୱାରା ସାମ୍ଭାବ୍ୟ ଠକେଇରୁ ବଂଚିବାରେ ସହାୟକ ହେବ ।