ସୋସିଆଲ ମିଡ଼ିଆରେ ବନ୍ଧୁତା . . . ? ନକଲି ଚେହେରା ସାମ୍ନାରେ ଥାଏ, ବାସ୍ତବତା ଲୁଚିଯାଏ

73

ସୋସିଆଲ ମିଡ଼ିଆରେ ବନ୍ଧୁତା କେତେ ଦୂର ବିଶ୍ୱାସଯୋଗ୍ୟ, କେବେ ଚିନ୍ତା କରିଛନ୍ତି କି ? ଏ କି ପ୍ରକାର ବନ୍ଧୁତା. . . ନା କୌଣସି ପୁରୁଣା ସମ୍ପର୍କ, ନା କେବେ ସାକ୍ଷାତ, ଫଟୋ ଦେଖିଲେ, ପସନ୍ଦ ଆସିଲା ଆଉ ବନ୍ଧୁ ହୋଇଗଲେ । ଅନେକ ଥର ଯେଉଁ ଚେହେରା ଦେଖି ଆପଣ ବନ୍ଧୁତା କରନ୍ତି, ତାହା ବାସ୍ତବରେ ବେଳେବେଳେ ନକଲି ଥାଏ । କେବଳ ଯେ ଚେହେରା ମିଛି ଥାଏ, ତା’ ନୁହେଁ ନାମ, ଠିକଣା ସବୁ ମିଛ । ଏପରି ବନ୍ଧୁତା ସୃଷ୍ଟି ହୁଏ ଫେସବୁକ , ଟ୍ୱିଟର ପରି ସୋସିଆଲ ମିଡ଼ିଆରେ । ଯେତବେବେଳ ଚାହିଁଲ ସାଙ୍ଗ ହୋଇଯାଅ ଆଉ ଯେତେବେଳେ ଇଚ୍ଛା ହାତ ଛାଡ଼ିଦିଅ । ଏପରିସ୍ଥଳେ ଜାଣିବା କଷ୍ଟ, କିଏ କେଉଁ ଉଦ୍ଦେଶ୍ୟରେ ବନ୍ଧୁତାର ହାତ ବଢ଼ାଉଛି ?

ସୋସିଆଲ ମିଡ଼ିଆରେ ବନ୍ଧୁତା ଯେତେ ସହଜ ଦେଖାଯାଏ ବାସ୍ତବରେ ସେତେ ସହଜ ନୁହଁ । ଯାହାକୁ ପୂର୍ବରୁ ଆପଣ ଜାଣନ୍ତି ତାଙ୍କ ସହ ବନ୍ଧୁତା କରିବା ମୁସ୍କିଲ ନୁହଁ । କିନ୍ତୁ ସୋସିଆଲ ମିଡ଼ିଆରେ ସାଙ୍ଗର ସାଙ୍ଗ କିମ୍ବା ତା’ ସାଙ୍ଗର ସାଙ୍ଗ ସହ ସମ୍ପର୍କ ବଢ଼ାଇବା ଦ୍ୱାରା ସମ୍ପର୍କରେ ଭରସା କମିଯାଏ । ବନ୍ଧୁତା ପରି ଏକ ସୁମଧୁର ସମ୍ପର୍କକୁ ଆମେ ବଜାୟ ରଖିପାରୁନି । ଆପଣ ଅନେକ ସମୟରେ ଖବରରେ ପଢ଼ୁଥିବେ ନିଶ୍ଚୟ ସୋସିଆଲ ମିଡ଼ିଆରେ ବନ୍ଧୁତା, ତା’ପରେ ପ୍ରେମ ଆଉ ତା’ ପରେ ପ୍ରତାରଣା । ଏମିତି କେତେ ଖବର ପ୍ରତିଦିନ ଖବରକାଗଜର ପୃଷ୍ଠା ମଣ୍ଡନ କରୁଛି ।

ଏପରିସ୍ଥଳେ ସୋସିଆଲ ମିଡ଼ିଆରେ ବନ୍ଧୁତା ସମୟରେ ଅନେକ ଦିଗ ପ୍ରତି ଉପରେ ଧ୍ୟାନ ରଖିବା ଜରୁରୀ । ଆପଣଙ୍କ ପରିବାର କିମ୍ବା ପୂର୍ବରୁ ଜାଣିଥିବା ବନ୍ଧୁୁଙ୍କ ସହ ଯୋଡ଼ି ହେଲେ କୌଣସି ସମସ୍ୟା ନାହିଁ । ଆପଣ ଯଦି ସାଙ୍ଗର ସାଙ୍ଗ ସହ ବନ୍ଧୁତା କରିବା ପାଇଁ ଚାହୁଁଛନ୍ତି, ତେବେ ଏପରିସ୍ଥଳେ ତା’ର ରୁଚି, ଅଭ୍ୟାସ, ବ୍ୟବହାର ଆଦି ପୂର୍ବରୁ ଜାଣିନେବା ଜରୁରୀ ।

ସୋସଆଲ ମିଡ଼ିଆର ଅନ୍ୟ ଏକ ପାର୍ଶ୍ୱ ରହିଛି କେବଳ ଯେ ସୋସିଆଲ ମିଡ଼ିଆରେ ଆମେ ଧୋକା ଖାଉଛୁ ତା’ ନୁହେଁ । ସୋସିଆଲ ମିଡ଼ିଆ ଯୋଗୁଁ ଆମେ ଅନେକ ସୁବିଧା ମଧ୍ୟ ପାଇ ପାରୁଛୁ । କାରଣ ଏତେ ମାତ୍ରାରେ ସୋସିଆଲ ମିଡ଼ିଆର ବ୍ୟବହାର ନଥିଲା । ସୋସିଆଲ ମିଡ଼ିଆର ବହୁଳ ପ୍ରଚାର ଯୋଗୁଁ ଏବେ ଆମେ ପୁରୁଣା ବନ୍ଧୁଙ୍କ ସହ ସହଜରେ ଯୋଡ଼ି ହୋଇଯାଉଛୁ । ତଥାପି ନିଜର ସୁରକ୍ଷା ଦୃଷ୍ଟିରୁ ସୋସଆଲ ମିଡ଼ିଆରେ ବନ୍ଦୁତା କିରବା ପୁର୍ବରୁ ଆପଣ ଥରେ ଭଲରେ ଚିନ୍ତା କରି ଆଗକୁ ବଢ଼ନ୍ତୁ ।