ବାସ୍ତବରୁ ବଲିଉଡ୍, ରିଲ୍ ଲାଇଫରୁ ରିୟଲ ଲାଇଫ ! ଉଦାହରଣ ସୃଷ୍ଟି କରିଛି ବନ୍ଧୁତାର ସମ୍ପର୍କ ।

97

ଅଗଷ୍ଟ ମାସର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ୍ ଡେ କିମ୍ବା ବନ୍ଧୁତା ଦିବସ ରୂପେ ପାଳନ କରାଯାଏ । ବନ୍ଧୁତ୍ୱର ଏହି ପବିତ୍ର ବନ୍ଧନ ଆଜି କି କାଲି ନୁହେଁ ବରଂ ବହୁ ପୁରାତନ କାଳରୁ ଚାଲିଆସିଛି ।  ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ଉତ୍ତମ ବୁଝାମଣାକୁ ହିଁ ବନ୍ଧୁତା କୁହାଯାଏ । ବନ୍ଧୁତାର ସଂପର୍କ କୌଣସି ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କି ଦେଶ ଦେଖି ନଥାଏ । ତେବେ ବଲିଉଡର ଏମିତି ଅନେକ କଳାକାର ଯୋଡି ଅଛନ୍ତି, ଯାହାଙ୍କ ବନ୍ଧୁତାର ପଟାନ୍ତର ନାହିଁ । ଏମିତି ବନ୍ଧୁତାକୁ ସଲାମ କରାଯାଏ । ଆସନ୍ତୁ ଜାଣିବା ଏମିତି ବନ୍ଧୁଙ୍କ ବନ୍ଧୁତା ବିଷୟରେ । ଆଉ ଆଶା କରିବା ଏହି ବନ୍ଧୁତା ଯୋଡି ସବୁଦିନ ପାଇଁ ରହିଥାଉ ।

କରୀନା କପୁର ଓ ଅମୃତା ଅରୋରା : ବଲିଉଡ଼ର ବେବୋ ଓ ଅଭିନେତ୍ରୀ ଅମୃତା ଅରୋରା ଉଭୟେ ଭଲ ବନ୍ଧୁ । ଏହି ଦୁଇ ଜଣଙ୍କ ବନ୍ଧୁତା କାହା ଆଗରେ ଅଛପା ନାହିଁ । ପ୍ରାୟତଃ ଉଭୟଙ୍କୁ ଏକା ସଙ୍ଗେ ସପିଂ ଓ ଆଉଟିଂ କରିବାର ଦେଖାଯାଏ । ଉଭୟଙ୍କ ବନ୍ଧୁତା ତାଙ୍କର ଏକ ସିନେମା ‘ଗୋଲମାଲ’ରେ ସ୍ପଷ୍ଟ ନଜର ଆସେ । ତେବେ ପୁରା ବି-ଟାଉନକୁ ଜଣା ଅଛି ଉଭୟେ ଖୁବ ଭଲ ବନ୍ଧୁ ।

ଶାହାରୁଖ ଖାନ ଓ କାଜୋଲ : ଏମାନେ ହେଲେ ବଲିଉଡ଼ର ଲୋକପ୍ରିୟ ଯୋଡ଼ି । ଶାହାରୁଖ ଓ କାଜୋଲ ସିନେମା ‘ବାଜିଗର’ ଜରିଆରେ ପ୍ରଥମ ଥର ପାଇଁ ଜଣେ ଜଣଙ୍କୁ ଭେଟିଥିଲେ । ପ୍ରଥମ ସିନେମାରୁ ହିଁ ଉଭୟଙ୍କ ମଧ୍ୟରେ ପକ୍କା ବନ୍ଧୁତା ସୃଷ୍ଟି ହୋଇଥିଲା ।

ରଣବୀର ସିଂ ଓ ଅର୍ଜୁନ କପୁର : ୨୦୧୪ରେ ସିନେମା ‘ଗୁଣ୍ଡେ’ରେ ଏକାଠି କାମ କରିଥିବା ରଣବୀର ସିଂ ଓ ଅର୍ଜୁନ କପୁରଙ୍କ ମଧ୍ୟରେ ରହିଛି ଗଭୀର ବନ୍ଧୁତା । ଉଭୟଙ୍କ ବନ୍ଧୁତାର ଦୃଶ୍ୟ ଅନେକ ସୋ’ରେ ମଧ୍ୟ ଦେଖିବା ପାଇଁ ମିଳେ ।

ଦୀପିକା ପାଦୁକୋନ ଓ ଶାହାନା ଗୋସ୍ୱାମୀ : ୨୦୧୦ରେ ସିନେମା ‘ବ୍ରେକ କେ ବାଦ’ ସୁଟିଂ ସମୟରେ ଦୀପିକା ଓ ଶାହାନାଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । ଏହାପରେ ଏକ ସାକ୍ଷାତକାର ସମୟରେ ଦୀପିକା ଶାହାନାଙ୍କୁ ନିଜ ବେଷ୍ଟ ଫ୍ରେଣ୍ଡ କହିଥିଲେ ।

ଆୟାନ ମୁଖାର୍ଜୀ ଓ ରଣବୀର କପୁର : ଦୁଇ ଜଣ ପୁରୁଷଙ୍କ ମଧ୍ୟରେ ଗଭୀର ବନ୍ଧୁତା ନେଇ ଆଜି ତାରିଖରେ ସମସ୍ତେ ପଶ୍ନ ଉଠାନ୍ତି । ଏମିତି ମଧ୍ୟ ପ୍ରଶ୍ନ ଉଠିଥିଲା ଆୟାନ ମୁଖାର୍ଜୀ ଓ ରଣବୀର କପୁରଙ୍କ ବନ୍ଧୁତା ଉପରେ । ଉଭୟଙ୍କ ମଧ୍ୟରେ ରୋମାଣ୍ଟିକ ସମ୍ବନ୍ଧ ଅଛି ବୋଲି ଖବର ଆସିବାରେ ଲାଗିଲା । କିନ୍ତୁ ଧୀରେ ଧୀରେ ଉଭୟେ ଏହି କଥାକୁ ଭୁଲ ସାବ୍ୟସ୍ତ କରିଥିଲେ । ଏବେ ଉଭୟେ ବଲିଉଡ଼ରେ ନିର୍ଦ୍ଦେଶକ-ଅଭିନେତା ଯୋଡ଼ି ରୂପରେ ସିନେ ଜଗତରେ ଦର୍ଶକଙ୍କୁ ଅନେକ ଭଲ ସିନେମା ଉପହାର ଦେଇଛନ୍ତି ।

ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ : ଏକ ଇଣ୍ଟରନ୍ୟାସସନାଲ ଟୁର ସମୟରେ ଆଲିଆ ଓ କ୍ୟାଟ୍ରିନା ବହୁତ ଭଲ ସାଙ୍ଗ ହୋଇ ଯାଇଥିଲେ । ଉଭୟେ ଉକ୍ତ ଟୁର ସମୟରେ ବଲିଉଡ଼ର ଅନେକ ଗୀତରେ ପରଫର୍ମ ମଧ୍ୟ କରିଥିଲେ । ଏବେ ଉଭୟଙ୍କ ବନ୍ଧୁତା କାହା ଆଗରେ ଅଛପା ନାହିଁ ।

ଶାହାରୁଖ ଖାନ୍ ଓ କରଣ ଜୋହର: ବଲିଉଡ଼ରେ ଶାହାରୁଖ ଖାନ୍ ଓ କରଣ ଜୋହରଙ୍କ ବନ୍ଧୁତା ବିଷୟରେ ସମସ୍ତେ ଜାଣନ୍ତି । ଉଭୟେ ସିନେମା ‘ଦିଲୱାଲେ ଦୁଲହନିୟାଁ ଲେ ଯାଏଁଗେଁ’ ରେ ପ୍ରଥମ ଥର ପାଇଁ ଏକାଠି କାମ କରିଥିଲେ ।

ଫରହାନ ଅଖତାର ଓ ହ୍ରିତିକ ରୋଶନ: ଫରହାନ ଓ ହ୍ରିତିକ ରୋଶନ ପିଲାଦିନର ସାଙ୍ଗ । ବଲିଉଡ଼ରେ ପ୍ରବଶେ କରିବା ପରେ ଉଭୟଙ୍କ ବନ୍ଧୁତା ଆଉ ଅଧିକ ଗଭୀର ହୋଇଗଲା । ଉଭୟଙ୍କ ବନ୍ଧୁତା ସିନେମା ‘ଜିନ୍ଦେଗୀ ନା ମିଲେଗୀ ଦୁବାରା’ରେ ସବୁ ଫୁଟି ଉଠୁଥିଲା । ଭଭୟଙ୍କ ବନ୍ଦୁତାର ଗୋଟିଏ ଖାସ କଥା ହେଲା ଜଣେ ଜଣଙ୍କ ବିପଦ ସମୟରେ ସବୁ ଛାଡ଼ି ଛୁଡ଼ି ଅନ୍ୟର ସାହାଯ୍ୟ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି ।