ବନ୍ଧୁତାର ସମ୍ପର୍କ : ଇତିହାସରୁ ବର୍ତ୍ତମାନ ଏବଂ ବାସ୍ତବରୁ ବଲିଉଡ଼ ଯାଏଁ

224

ବନ୍ଧୁତାରେ ନଥାଏ ଆବିଳତା । ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ, ସବୁ ସମୟରେ ପାଖରେ ଛିଡ଼ା ହୁଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି ବନ୍ଧୁତାକୁ ବଜାୟ ରଖିବା ପାଇଁ ଓ ନିଜର ଭଲ ବନ୍ଧୁଙ୍କୁ ଏହାର ଅନୁଭବ କରାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡ଼େ଼’ ରୂପରେ ପାଳନ କରାଯାଏ । ଏହି ଦିନକୁ ସାଙ୍ଗମାନେ ଜଣେ ଜଣକୁୁ ଉପହାର, ଚକଲେଟ, ଗ୍ରିଟିଙ୍ଗସ କାର୍ଡ଼ ପରି ଅନେକ ଚିଜ ଉପହାର ଦେଇ ନିଜର ବନ୍ଧୁତା ଜାହିର କରନ୍ତି । ପୂର୍ବରୁ ବନ୍ଧୁତା ଦିବସ କେବଳ ବିଦେଶରେ ପାଳନ ହେଉଥିଲା । କିନ୍ତୁ ଏହା ଏବେ ଭାରତରେ ମଧ୍ୟ ଖୁବ୍ ଧୁମଧାମ୍ ପାଳନ ହେଉଛି । ଏହି ଦିନରେ ନିଜର ବନ୍ଧୁତ୍ୱ ଜଣାଇବା ପାଇଁ ଜଣେ ଜଣକୁ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧନ୍ତି ।

ସମସ୍ତେ ଭିନ୍ନ ଭିନ୍ନ ଉପାୟରେ ବନ୍ଧୁତା ଦିବସ ପାଳନ କରନ୍ତି । କିଛିି ସିନେମା ଦେଖି ଯାଆନ୍ତି , କିଛି ବୁଲିବା ଯୋଜନା କରନ୍ତି ତ କିଛି ଘରେ ବସି ମସ୍ତି କରନ୍ତି । ରବିବାରରେ ଏହି ଦିନ ପଡ଼ୁଥିବାରୁ ଏହି ଦିନ ଦୋକାନରେ ବେଶ ଭିଡ଼ ମଧ୍ୟ ଜମିଥାଏ । ପ୍ରତିବର୍ଷ ଭାରତରେ ଅଗଷ୍ଟ ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡ଼େ ବା ବନ୍ଧୁତା ଦିବସ ରୂପେ ପାଳନ କରାଯାଏ । ବନ୍ଧୁ ଏପରି ଜଣେ ମଣିଷ ଯାହା ସହ ଆମେ ମନଖୋଲି ସବୁ କଥାବାର୍ତ୍ତା ହୋଇପାରୁ । ମସ୍ତୀ ଠାରୁ ଆରମ୍ଭ କରି ନିଜର ସିକ୍ରେଟ୍ ସେୟାର କରପାରୁ । ଆଉ ଏହି ସମ୍ପର୍କକୁ ଦୃଢ଼ କରିବା ପାଇଁ ପାଳନ ହୁଏ ବନ୍ଧୁତା ଦିବସ । ଆସନ୍ତାକାଲି ତଥା ୫ ଅଗଷ୍ଟ ଦିନ ବନ୍ଧୁତା ଦିବସ । କିନ୍ତୁ କ’ଣ ଆପଣ ଫ୍ରେଣ୍ଡସିପ ଡ଼େର ଇତିହାସ ବିଷୟରେ ଜାଣନ୍ତି . . . ?

‘ଫ୍ରେଣ୍ଡସିପ ଡେ’ର ଇତିହାସ –
ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ପାଳନ ହେଉଥିବା ଫ୍ରେଣ୍ଡସିପ ଡ଼େ’ ଭାରତରେ କିଛି ବର୍ଷ ମଧ୍ୟରେ ହିଁ ବହୁତ ଲୋକପ୍ରିୟ ହୋଇଯାଇଛି । ସୋସିଆଲ ମିଡ଼ିଆର ପ୍ରସାର ଯୋଗୁଁ ବଡ଼ ଧୁମଧମାରେ ପାଳନ ହେଉଛି ଫ୍ରେଣ୍ଡସିପ ଡ଼େ । ଛୋଟ ଠାରୁ ବଡ଼ ଯାଏଁ ସମସ୍ତେ ବନ୍ଧୁତା ଦିବସକୁ ପାଳନ କରୁଛନ୍ତି । ଭାରତ ପୂର୍ବରୁ ଦକ୍ଷିଣ ଆମରିକାର ଦେଶ ପାରାଗୁୱେରେ ବହୁତ ଜୋରସୋରରେ ଏହି ଦିବସ ପାଳନ ହେଉଥିଲା । ଏଠାରେ ୧୯୫୮ରେ ପ୍ରଥମେ ଆନ୍ତର୍ଜାତିକ ବନ୍ଧୁତା ଦିବସ ପାଇଁ ମଧ୍ୟ ପ୍ରସ୍ତାବ ରଖାଯାଇଥିଲା । ପରେ ଏହି ଦିନରେ ବନ୍ଧୁଙ୍କଚ ଗ୍ରିଟିଙ୍ଗସ କାର୍ଡ଼ ଦେବାର ପ୍ରଥା ଆରମ୍ଭ ହେଲା ।

ଆନ୍ତର୍ଜାତିକ ବନ୍ଧୁତା ଦିବସ –

ଭାରତ ସହ ଅନେକ ଦକ୍ଷିଣ ଏସିଆର ଦେଶରେ ଅଗଷ୍ଟର ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡ଼େ ରୂପରେ ପାଳନ କରାଯାଉଛି । କିନ୍ତୁ କିଛି ସ୍ଥାନରେ ବନ୍ଧୁତା ଦିବସକୁ ଅଗଷ୍ଟ ପ୍ରଥମ ରବିବାରରେ ପାଳନ କରାଯାଏ ନାହିଁ । ଓହାୟୋର ଅର୍ବଲିନରେ ୮ ଅପ୍ରେଲରେ ବନ୍ଧୁତା ଦିବସ ପାଳନ ହୁଏ । ଏହା ବ୍ୟତୀତ ଦୁନିଆର ଭିନ୍ନ ଭିନ୍ନ ସ୍ଥାନରେ ପାଳନ ହେଉଥିବା ବନ୍ଧୁତା ଦିବସର ତାରିଖ ଅଲଗା । ସୂଚନାଯୋଗ୍ୟ ୨୭ ଅପ୍ରେଲ ୨୦୧୧ରେ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ସଭାରେ ୩୦ ଜୁଲାଇକୁ ଆନ୍ତର୍ଜାତିକ ବନ୍ଧୁତା ଦିବସ ଘୋଷିତ କରାଗଲା ।

ବନ୍ଧୁତା ଦିବସରେ ବନ୍ଧୁଙ୍କୁ କ’ଣ ଉପହାର ଦେବେ –

ଆପଣ ନିଜ ବନ୍ଧୂୁର ରୁଚି ତଥା ପସନ୍ଦକୁ ଭଲ ଭାବରେ ଜାଣିଥିବେ ନିଶ୍ଚୟ । ତେଣୁ ବନ୍ଧୁର ପସନ୍ଦକୁ ଦୃଷ୍ଟିରେ ରଖି ଆପଣ କିଛି ବି ଉପହାର ଦେଇପାରିବେ । ଆଉ ଗୋଟିଏ କଥା ଧ୍ୟାନରେ ରଖନ୍ତୁ, ଏହି ଦିନ ଯଦି କେହି ଆପଣଙ୍କୁ ଉପହାର ସ୍ୱରୂପ କିଛି ଦେଉଛନ୍ତି ତେବେ ମନା ନକରି ଆନନ୍ଦ ସହକାରେ ଗ୍ରହଣ କରନ୍ତୁ । ଏହି ଦିନ ଆପଣ ବନ୍ଧୁଙ୍କୁ ଫ୍ରେଣ୍ଡସିପ ବ୍ୟାଣ୍ଡ, ଚକୋଲେଟ୍, ଗ୍ରିଟିଙ୍ଗସ କାର୍ଡ଼, ରିଙ୍ଗ୍, ଟେଡ଼ି ଉପହାର ଦେଇ ପାରିବେ । ଯଦି ଆପଣଙ୍କ ବନ୍ଧୁଙ୍କୁ ଖାଇବା ପସନ୍ଦ ତେବେ ନିଜ ହାତରେ କିଛି ନୂଆ ପ୍ରକାର ବ୍ୟଞ୍ଜନ ତିଆରି କରି ବନ୍ଧୁଙ୍କୁ ଖୁଆନ୍ତୁ । ଏହା ବ୍ୟତୀତ ବଜାରରେ ମିଳୁଥିବା କାର୍ଡ଼ ଅପେକ୍ଷା ନିଜେ କାର୍ଡ଼ ତିଆରି କରି ମଧ୍ୟ ଉପହାର ଦେଇପାରିବେ ।

ବଲିଉଡ଼ରେ କିଛି ଖାସ ବନ୍ଧୁଙ୍କ ବିଷୟରେ ଜାଣନ୍ତୁ –

କରୀନା କପୁର ଓ ଅମୃତା ଅରୋରା – ବଲିଉଡ଼ର ବେବୋ ଓ ଅଭିନେତ୍ରୀ ଅମୃତା ଅରୋରା ଉଭୟେ ଭଲ ବନ୍ଧୁ । ଏହି ଦୁଇ ଜଣଙ୍କ ବନ୍ଧୁତା କାହା ଆଗରେ ଅଛପା ନାହିଁ । ପ୍ରାୟତଃ ଉଭୟଙ୍କୁ ଏକା ସଙ୍ଗେ ସପିଂ ଓ ଆଉଟିଂରେ କରିବାର ଦେଖାଯାଏ । ଉଭୟଙ୍କ ବନ୍ଧୁୁତା ତାଙ୍କର ଏକ ସିନେମା ‘ଗୋଲମାଲ’ରେ ସ୍ପଷ୍ଟ ନଜର ଆସେ । ତେବେ ପୁରା ବି-ଟାଉନକୁ ଜଣା ଅଛି ଉଭୟେ ଖୁବ ଭଲ ବନ୍ଧୁ ।

ଶାହାରୁଖ ଖାନ ଓ କାଜୋଲ – ଏମାନେ ହେଲେ ବଲିଉଡ଼ର ଲୋକପ୍ରିୟ ଯୋଡ଼ି । ଶାହାରୁଖ ଓ କାଜୋଲ ସିନେମା ‘ବାଜିଗର’ ଜରିଆରେ ପ୍ରଥମ ଥର ପାଇଁ ଜଣେ ଜଣଙ୍କୁ ଭେଟିଥିଲେ । ପ୍ରତମ ସିନମାରୁ ହିଁ ଉଭୟଙ୍କ ମଧ୍ୟରେ ପକ୍କା ବନ୍ଧୁତା ସୃଷ୍ଟି ହୋଇଥିଲା ।

ରଣବୀର ସିଂ ଓ ଅର୍ଜୁନ କପୁର – ୨୦୧୪ରେ ସିନେମା ‘ଗୁଣ୍ଡେ’ରେ ଏକାଠି କାମ କରିଥିବା ରଣବୀର ସିଂ ଓ ଅର୍ଜୁନ କପୁରଙ୍କ ମଧ୍ୟରେ ରହିଛି ଗଭୀର ବନ୍ଧୁତା । ଉଭୟଙ୍କ ବନ୍ଧୁତାତାର ଦୃଶ୍ୟ ଅନେକ ସୋ’ରେ ମଧ୍ୟ ଦେଖିବାକୁ ପାଇଁ ମିଳେ ।

ଦୀପିକା ପାଦୁକୋନ ଓ ଶାହାନା ଗୋସ୍ୱାମୀ – ୨୦୧୦ରେ ସିନେମା ‘ବ୍ରେକ କେ ବାଦ’ ସୁଟିଂ ସମୟରେ ଦୀପିକା ଓ ଶାହାନାଙ୍କ ମଧ୍ୟରେ ବନ୍ଧୁତା ସୃଷ୍ଟି ହୋଇଥିଲା । ଏହାପରେ ଏକ ସାକ୍ଷାତକାର ସମୟରେ ଦୀପିକା ଶାହାନାଙ୍କୁ ନିଜ ବେଷ୍ଟ ଫ୍ରେଣ୍ଡ କହିଥିଲେ ।

ଆୟାନ ମୁଖାର୍ଜୀ ଓ ରଣବୀର କପୁର – ଦୁଇ ଜଣ ପୁରୁଷଙ୍କ ମଧ୍ୟରେ ଗଭୀର ବନ୍ଧୁତା ନେଇ ଆଜିକା ତାରିଖରେ ସମସ୍ତେ ପଶ୍ନ ଉଠାନ୍ତିି । ଏମିତି ମଧ୍ୟ ପ୍ରଶ୍ନ ଉଠିିଥିଲା ଆୟାନ ମୁଖାର୍ଜୀ ଓ ରଣବୀର କପୁରଙ୍କ ବନ୍ଧୁତା ଉପରେ । ଉଭୟଙ୍କ ମଧ୍ୟରେ ରୋମାଣ୍ଟିକ ସମ୍ବନ୍ଧ ଅଛି ବୋଲି ଖବର ଆସିବାରେ ଲାଗିଲା । କିନ୍ତୁ ଧୀରେ ଧୀରେ ଉଭୟେ ଏହି କଥାକୁ ଭୁଲ ସାବ୍ୟସ୍ତ କରିଥିଲେ । ଏବେ ଉଭୟେ ବଲିଉଡ଼ରେ ନିର୍ଦ୍ଦେଶକ-ଅଭିନେତା ଯୋଡ଼ି ରୂପରେ ସିନେ ଜଗତରେ ଦର୍ଶକଙ୍କୁ ଅନେକ ଭଲ ସିନେମା ଉପହାର ଦେଇଛନ୍ତି ।

ଆଲିଆ ଭଟ୍ଟ ଓ କ୍ୟାଟ୍ରିନା କୈଫ- ଏକ ଇଣ୍ଟରନ୍ୟାସସନାଲ ଟୁର ସମୟରେ ଆଲିଆ ଓ କ୍ୟାଟ୍ରିନା ବହୁତ ଭଲ ସାଙ୍ଗ ହୋଇ ଯାଇଥିଲେ । ଉଭୟେ ଉକ୍ତ ଟୁର ସମୟରେ ବଲିଉଡ଼ର ଅନେକ ଗୀତରେ ପରଫର୍ମ ମଧ୍ୟ କରିଥିଲେ । ଏବେ ଉଭୟଙ୍କ ବନ୍ଧୁୁତା କାହା ଆଗରେ ଅଛପା ନାହିଁ ।

ଶାହାରୁଖ ଖାନ୍ ଓ କରଣ ଜୋହର – ବଲିଉଡ଼ରେ ଶାହାରୁଖ ଖାନ୍ ଓ କରଣ ଜୋହରଙ୍କ ବନ୍ଦୁତା ବିଷୟରେ ସମସ୍ତେ ଜାଣନ୍ତିି । ଉଭୟେ ସିନେମା ‘ଦିଲୱାଲେ ଦୁଲ୍ହନିୟାଁ ଲେ ଯାଏଁଗେଁ’ ରେ ପ୍ରଥମ ଥର ପାଇଁ ଏକାଠି କାମ କରିଥିଲେ ।

ଫରହାନ ଅଖତାର ଓ ହ୍ରତିକ ରୋଶନ – ଫରହାନ ଓ ହ୍ରତିକ ରୋଶନ ପିଲାଦିନର ସାଙ୍ଗ । ବଲିଉଡ଼ରେ ପ୍ରବଶେ କରିବା ପରେ ଉଭୟଙ୍କ ବନ୍ଧୁତା ଆଉ ଅଧିକ ଗଭୀର ହୋଇଗଲା । ଉଭୟଙ୍କ ବନ୍ଧୁତା ସିନେମା ‘ଜିନ୍ଦେଗୀ ନା ମିଲେଗୀ ଦୁବାରା’ରେ ସବୁ ଫୁଟି ଉଠୁଥିଲା । ଭଭୟଙ୍କ ବନ୍ଦୁତାର ଗୋଟିଏ ଖାସ କଥା ହେଲା ଜଣେ ଜଣଙ୍କ ବିପଦ ସମୟରେ ସବୁ ଛାଡ଼ି ଛୁଡ଼ି ଅନ୍ୟର ସାହାଯ୍ୟ ପାଇଁ ପ୍ରସ୍ତୁତ ହୋଇଯାଆନ୍ତି ।