ବନ୍ଧୁତ୍ୱ ଦିବସ ୨୦୧୮ : ଆପଣ ଫ୍ରେଣ୍ଡସିପ୍ ଡେ’ ପାଳୁଛନ୍ତି କି ? ଜାଣନ୍ତୁ ମହାଭାରତ ଓ ବାଇବେଲରେ ବନ୍ଧୁତାର ଅର୍ଥ

248

କୁହାଯାଏ କି ବନ୍ଧୁମାନେ ଜୀବନରେ ମୁଖ୍ୟ ଭୂମିକା ଗ୍ରହଣ କରନ୍ତି । ବନ୍ଧୁଙ୍କ ପାଇଁ ସମର୍ପିତ ବନ୍ଧୁତ୍ୱ ଦିବସର ଆରମ୍ଭ ବର୍ଷ ୧୯୩୦ରେ ସେବେ ହୋଇଥିଲା, ଯେତେବେଳେ ହାଲମାର୍କ କାର୍ଡସ୍ ର ସଂସ୍ଥାପକ ଜୋୟେସ ହାଲ ୨ ଅଗଷ୍ଟରେ ଲୋକଙ୍କ ସହ ଛୁଟି ନେଇକି ପାଳନ କଲେ । ଏହାପୂର୍ବରୁ ବନ୍ଧୁତା ନାମରେ କାର୍ଡ ବାଣ୍ଟି ଫ୍ରେଣ୍ଡସିପ୍ ଡେ ର ପ୍ରଚାର କରାଗଲା । ଏକ ଦାବି ଅଛି ଯେ, ବର୍ଷ ୧୯୩୫ରେ ପ୍ରଥମ ଥର ଆମେରିକୀୟ କଂଗ୍ରେସରେ ପାଳନ କରାଯାଏ । ଏହି ଦିନ ଅଗଷ୍ଟର ପ୍ରଥମ ରବିବାରକୁ ବନ୍ଧୁତ୍ୱ ଦିବସ ରୂପେ ଘୋଷଣା କରାଯାଇଥିଲା । ଏହାପରେ ପ୍ରତିବର୍ଷ ଏହି ଦିନକୁ ଏକ ବାର୍ଷିକ ଉତ୍ସବ ଭାବେ ପାଳନ କରାଯାଏ ।

ବିଶ୍ୱ ଫ୍ରେଣ୍ଡସିପ୍ ଡେ କ୍ରୁସେଡ୍ ଦ୍ୱାରା ୩୦ ଜୁଲାଇ ୧୯୫୮ରେ ସଂଯୁକ୍ତ ରାଷ୍ଟ୍ରରେ ଅନ୍ତର୍ରାଷ୍ଟ୍ରୀୟ ସ୍ତରରେ ପାଳନ କରାଯିବା ପାଇଁ ପ୍ରସ୍ତାବିତ କରାଯାଇଥିଲା । ଏହାପର ଠାରୁ ଅନେକ ଦେଶରେ ଏହାକୁ ବିଧିବଦ୍ଧ ଭାବେ ପାଳନ କରାଗଲ । ୨୭ ଏପ୍ରିଲ ୨୦୧୧କୁ ସଂଯୁକ୍ତ ରାଷ୍ଟ୍ରର ସାଧାରଣ ନିର୍ବାଚନରେ ପ୍ରତିବର୍ଷ ଫ୍ରେଣ୍ଡସିପ୍ ଡେ ପାଳିବାକୁ ଘୋଷଣା କରାଗଲା । ଭିନ୍ନ ଭିନ୍ନ ଦେଶରେ ଏହା ଭିନ୍ନ ଭିନ୍ନ ଦିନରେ ପାଳନ କରାଯାଏ । କେଉଁଠି ୨୦ ଜୁଲାଇରେ ତ କେଉଁଠି ୩୦ ଜୁଲାଇକୁ ପାଳନ କରାଯାଏ । କିନ୍ତୁ ଭାରତରେ ଏହା ପ୍ରଥମ ରବିବାରକୁ ପାଳନ କରାଯାଏ ।

ମହାଭାରତରେ ବନ୍ଧୁତ୍ୱ : ଦୁନିଆର ସବୁଠାରୁ ବଡ ମହାକାବ୍ୟ ମହାଭାରତରେ ବନ୍ଧୁର ବର୍ଣ୍ଣନାରେ କୁହାଯାଇଛି କି ଭଗବାନ ଶ୍ରୀକୃଷ୍ଣ ସଖାଙ୍କ ଅନେକ ରଙ୍ଗ ରୂପ ଥିଲା । ସେ ଲୋକଙ୍କୁ ଭଲ ପାଉଥିଲେ, ତାଙ୍କୁ ରାସ୍ତା ଦେଖାଉଥିଲେ, ଲୋକଙ୍କ ସହ ହସମଜାକ କରୁଥିଲେ । ନିଜ ଆଖପାଖର ଲୋକଙ୍କ ମଧ୍ୟରେ ଭାଇ-ଚାରା ଭାବ ରଖୁଥିଲେ । ତାଙ୍କର ରକ୍ଷା କରିବା ତଥା ତାଙ୍କୁ ଚିଡାଇବା ବି ଭଗବାନ କୃଷ୍ଣଙ୍କ ବନ୍ଧୁତ୍ୱର ରୂପ ।

ବାଇବେଲରେ ବନ୍ଧୁତ୍ୱ : ଲୋକ ପ୍ରତିବର୍ଷ ଫ୍ରେଣ୍ଡସିପ୍ ଡେ’ କୁ ଉତ୍ସାହର ସହ ପାଳନ କରନ୍ତି । ଏହାକୁ ପଶ୍ଚିମ ଦେଶରେ ପ୍ରଥା ବୋଲି ମନାଯାଏ । ବାଇବେଲ ରେ ବନ୍ଧୁତ୍ୱର ଅର୍ଥ, ଏମିତି ଏକ ବନ୍ଧନ ଯାହା ମଣିଷଙ୍କ ଠାରେ ଭରସାର ମୁଳଦୁଆ ପକାଏ । ବାଇବେଲ ରେ ବନ୍ଧୁତ୍ୱର ମହତ୍ୱକୁ ବ୍ୟାଖ୍ୟା କରାଯାଇ କୁହାଯାଇଛି କି, କିଛି ମାଗିଲେ ମିଳିଯାଏ । ସେଇଠି ଓଲ୍ଡ ଟେଷ୍ଟାମେଣ୍ଟରେ ସମ୍ବନ୍ଧରେ ଅନ୍ତରଙ୍ଗତା ରଖୁଥିବା ଲୋକଙ୍କୁ ଈଶ୍ୱରଙ୍କ ବନ୍ଧୁ କୁହାଯାଇଛି ।