ବନ୍ଧୁତା ଦିବସରେ ବନ୍ଧୁଙ୍କୁ କ’ଣ ଉପହାର ଦେବେ ? କିପରି କିଣିବେ ବନ୍ଧୁର ମନ ?

101

ଜଣେ ପ୍ରକୃତ ବନ୍ଧୁ ବିପଦ ଆପଦ, ସବୁ ସମୟରେ ପାଖରେ ଛିଡ଼ା ହୁଏ । ସମସ୍ତଙ୍କ ଜୀବନରେ ବନ୍ଧୁ ଏକ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରେ । ଏହି ବନ୍ଧୁତାକୁ ବଜାୟ ରଖିବା ପାଇଁ ଓ ନିଜର ଭଲ ବନ୍ଧୁଙ୍କୁ ଏହାର ଅନୁଭବ କରାଇବା ପାଇଁ ପ୍ରତି ବର୍ଷ ଅଗଷ୍ଟ ମାସର ପ୍ରଥମ ରବିବାରକୁ ‘ଫ୍ରେଣ୍ଡସିପ ଡ଼େ଼’ ରୂପରେ ପାଳନ କରାଯାଏ । ଏହି ଦିନକୁ ସାଙ୍ଗମାନେ ଜଣେ ଜଣକୁୁ ଉପହାର, ଚକଲେଟ, ଗ୍ରିଟିଙ୍ଗସ କାର୍ଡ଼ ପରି ଅନେକ ଚିଜ ଉପହାର ଦେଇ ନିଜର ବନ୍ଧୁତା ଜାହିର କରନ୍ତି । ପୂର୍ବରୁ ବନ୍ଧୁତା ଦିବସ କେବଳ ବିଦେଶରେ ପାଳନ ହେଉଥିଲା । କିନ୍ତୁ ଏହା ଏବେ ଭାରତରେ ମଧ୍ୟ ଖୁବ୍ ଧୁମଧାମ୍ ପାଳନ ହେଉଛି । ଏହି ଦିନରେ ନିଜର ବନ୍ଧୁତ୍ୱ ଜଣାଇବା ପାଇଁ ଜଣେ ଜଣକୁ ଫ୍ରେଣ୍ଡସିପ ବ୍ୟାଣ୍ଡ ବାନ୍ଧନ୍ତି ।

ସମସ୍ତେ ଭିନ୍ନ ଭିନ୍ନ ଉପାୟରେ ବନ୍ଧୁତା ଦିବସ ପାଳନ କରନ୍ତି । କିଛିି ସିନେମା ଦେଖି ଯାଆନ୍ତି , କିଛି ବୁଲିବା ଯୋଜନା କରନ୍ତି ତ କିଛି ଘରେ ବସି ମସ୍ତି କରନ୍ତି । ରବିବାରରେ ଏହି ଦିନ ପଡ଼ୁଥିବାରୁ ଏହି ଦିନ ଦୋକାନରେ ବେଶ ଭିଡ଼ ମଧ୍ୟ ଜମିଥାଏ । ପ୍ରତିବର୍ଷ ଭାରତରେ ଅଗଷ୍ଟ ପ୍ରଥମ ରବିବାରକୁ ଫ୍ରେଣ୍ଡସିପ ଡ଼େ ବା ବନ୍ଧୁତା ଦିବସ ରୂପେ ପାଳନ କରାଯାଏ । ବନ୍ଧୁ ଏପରି ଜଣେ ମଣିଷ ଯାହା ସହ ଆମେ ମନଖୋଲି ସବୁ କଥାବାର୍ତ୍ତା ହୋଇପାରୁ । ମସ୍ତୀ ଠାରୁ ଆରମ୍ଭ କରି ନିଜର ସିକ୍ରେଟ୍ ସେୟାର କରପାରୁ । ଆଉ ଏହି ସମ୍ପର୍କକୁ ଦୃଢ଼ କରିବା ପାଇଁ ପାଳନ ହୁଏ ବନ୍ଧୁତା ଦିବସ । ଆସନ୍ତାକାଲି ତଥା ୫ ଅଗଷ୍ଟ ଦିନ ବନ୍ଧୁତା ଦିବସ । କିନ୍ତୁ କ’ଣ ଆପଣ ଫ୍ରେଣ୍ଡସିପ ଡ଼େର ଇତିହାସ ବିଷୟରେ ଜାଣନ୍ତି . . . ?

ବନ୍ଧୁତା ଦିବସରେ ବନ୍ଧୁଙ୍କୁ କ’ଣ ଉପହାର ଦେବେ –

ଆପଣ ନିଜ ବନ୍ଧୂୁର ରୁଚି ତଥା ପସନ୍ଦକୁ ଭଲ ଭାବରେ ଜାଣିଥିବେ ନିଶ୍ଚୟ । ତେଣୁ ବନ୍ଧୁର ପସନ୍ଦକୁ ଦୃଷ୍ଟିରେ ରଖି ଆପଣ କିଛି ବି ଉପହାର ଦେଇପାରିବେ । ଆଉ ଗୋଟିଏ କଥା ଧ୍ୟାନରେ ରଖନ୍ତୁ, ଏହି ଦିନ ଯଦି କେହି ଆପଣଙ୍କୁ ଉପହାର ସ୍ୱରୂପ କିଛି ଦେଉଛନ୍ତି ତେବେ ମନା ନକରି ଆନନ୍ଦ ସହକାରେ ଗ୍ରହଣ କରନ୍ତୁ । ଏହି ଦିନ ଆପଣ ବନ୍ଧୁଙ୍କୁ ଫ୍ରେଣ୍ଡସିପ ବ୍ୟାଣ୍ଡ, ଚକୋଲେଟ୍, ଗ୍ରିଟିଙ୍ଗସ କାର୍ଡ଼, ରିଙ୍ଗ୍, ଟେଡ଼ି ଉପହାର ଦେଇ ପାରିବେ । ଯଦି ଆପଣଙ୍କ ବନ୍ଧୁଙ୍କୁ ଖାଇବା ପସନ୍ଦ ତେବେ ନିଜ ହାତରେ କିଛି ନୂଆ ପ୍ରକାର ବ୍ୟଞ୍ଜନ ତିଆରି କରି ବନ୍ଧୁଙ୍କୁ ଖୁଆନ୍ତୁ । ଏହା ବ୍ୟତୀତ ବଜାରରେ ମିଳୁଥିବା କାର୍ଡ଼ ଅପେକ୍ଷା ନିଜେ କାର୍ଡ଼ ତିଆରି କରି ମଧ୍ୟ ଉପହାର ଦେଇପାରିବେ ।