ଏମିତି ବନ୍ଧୁ ଜଗତେ ନାହିଁ ! ନିଜ ଜୀବନକୁ ଖାତିର ନକରି ଲୌହଦାନବର କବଳରୁ ବନ୍ଧୁକୁ ବଞ୍ଚାଇଆଣିଲା ବନ୍ଧୁ ! 

290

ମୁମ୍ବାଇଠାରୁ କିଛି କିଲୋମିଟର ଦୂର ଖାପୋଲି ରେଲୱେ ଷ୍ଟେସନରେ ଏକ ହୃଦୟବିଦାରକ ଘଟଣା ଘଟିଛି । ଯାହା ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ଯେଉଁଠାରେ ରେଳ ଲାଇନ୍ ଉପରେ ଜଣେ ଯୁବକଙ୍କ ଉପରେ ଟ୍ରେନ୍ ମାଡିଯାଉଥିବା ବେଳେ ଯୁବକଙ୍କ ବନ୍ଧୁ ତାଙ୍କ ପାଖରେ ହାତ ଧରି ବସି ରହିଛନ୍ତି । ଉପରେ ବସି ରହିଥିବା ଯୁବକ ଜଣକ ଲାଇନ୍ ତଳକୁ ଖସି ଯାଇଥିବା ଯୁବକଙ୍କୁ ବାରମ୍ବାର ହାତ ନ ଛାଡିବା ପାଇଁ କହୁଛନ୍ତି । ପାଖାପାଖି ୪୪ ସେକେଣ୍ଡ ପର୍ଯ୍ୟନ୍ତ ଜୀବନ ଏବଂ ମୃତ୍ୟୁ ସହ ସଂଗ୍ରାମ କରିବା ପରେ ଶେଷରେ ବନ୍ଧୁର ପରିଶ୍ରମ ସଫଳ ହେଲା । ଟ୍ରେନ୍ ଯିବା ପରେ ତଳେ ରହିଯାଇଥିବା ଯୁବକଙ୍କୁ ସୁସ୍ଥଭାବରେ ଉପରକୁ ଅଣାଯାଇଥିଲା । ଖବର ଅନୁସାରେ ଏହି ଭିଡିଓ ଡିସେମ୍ବର ୨୩ ତାରିଖର କିନ୍ତୁ ସୋସିଆଲ୍ ମିଡିଆରେ ଏହା ଏବେ ଖୁବ୍ ଭାଇରାଲ୍ ହେଉଛି ।

ସୁଚନା ମୁତାବକ ଅମିତ୍ ସେଣ୍ଡକେ ନାମକ ଜଣେ ଯୁବକ ନିଜର ୫ ଜଣ ବନ୍ଧୁଙ୍କ ସହ ଟ୍ରେନରେ ଚଢୁଥିବା ବେଳେ ହଠାତ୍ ତଳେ ପଡିଯାଇଥିଲେ ଏବଂ ପ୍ଲାଟଫର୍ମ ଟ୍ରେନରେ ଭିତରେ ସେ ଅଟକି ଯାଇଥିଲେ । ପଡିବା ପରେ ପରେ ହିଁ ଟ୍ରେନ୍ ଷ୍ଟେସନରୁ ଦୌଡିବା ଆରମ୍ଭ କରିଦିଏ । କିନ୍ତୁ କୁହନ୍ତି ନା ଯାହା ପାଖରେ ସୁଖଦୁଃଖର ବନ୍ଧୁଟିଏ ଥିବ ତାକୁ ମୃତ୍ୟୁ ମଧ୍ୟ ଦୁରୁ ଜୁହାର କରିବ ଏହି ଲୋକବାଣୀ ଏଠି ଯେଭଳି ସତ ସାବ୍ୟସ୍ତ ହେଲା । ଟ୍ରେନ୍ ର ସ୍ପିଡ୍ ବଢିବା କ୍ଷଣି ଅମିତଙ୍କ ଜଣେ ବନ୍ଧୁ ତାଙ୍କ ହାତକୁ ଜାବୁଡି ଧରି ବସି ରହିଥିଲେ ଏବଂ ଟ୍ରେନ୍ ଗଲା ପରେ ତାଙ୍କୁ ସେଠାରୁ ବାହାରକୁ ଅଣାଯାଇଥିଲା । ଅମିତ ଯଦି ଇଞ୍ଚେ ଘୁଞ୍ôଚବାକୁ ଚେଷ୍ଟା କରିଥ।।ନ୍ତେ ତେବେ ତାଙ୍କ ଜୀବନର କୌଣସି ଆଶା ରହିନଥାନ୍ତା । କିନ୍ତୁ ଜଣେ ବନ୍ଧୁଙ୍କ ଯୋଗୁଁ ସେ ବିନା କ୍ଷତରେ ବାହାରକୁ ଆସିଥିଲେ ।