ମଉଜ କରିବାକୁ ଯାଇ ରକ୍ତାକ୍ତ ସଂଘର୍ଷ ! ବଣଭୋଜି ପାଇଁ ଯାଇଥିବା ବନ୍ଧୁଙ୍କୁ ପିଟିପିଟି ହତ୍ୟା ଅଭିଯୋଗ

30

କନକ ବ୍ୟୁରୋ : ମଉଜ କରିବାକୁ ଯାଇ ରକ୍ତାକ୍ତ ସଂଘର୍ଷ । ବଣଭୋଜି କରିବାବେଳେ ଗଣ୍ଡଗୋଳ । ଶେଷରେ ବନ୍ଧୁଙ୍କୁ ପିଟିପିଟି ହତ୍ୟା କରିଥିବାର ଅଭିଯୋଗ । ଜମନକିରା କଦଳୀମୁଣ୍ଡା ଗାଁ ପାଖ ଜଙ୍ଗଲରେ ଘଟିଛି ଏହି ଅଘଟଣ । ଗ୍ରାମବାସୀଙ୍କ କହିବା ମୁତାବକ ସକାଳ ୯ଟାରେ ଜମନକିରା ଥାନା କଦଳୀମୁଣ୍ଡା ଗାଁର କିଛି ଯୁବକ ପାଖ ଜଙ୍ଗଲକୁ ବଣଭୋଜି କରିବାକୁ ଯାଇଥିଲେ । ଜଙ୍ଗଲରେ ଭୋଜି ସାରି ଖିଆପିଆ କରିଥିଲେ ।

ତାପରେ ସେମାନଙ୍କ ମଧ୍ୟରେ କୌଣସି ଏକ କାରଣକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଅପରାହ୍ନ ପାଖାପାଖି ୪ଟା ସମୟରେ ଯୁବକମାନଙ୍କ ମଧ୍ୟରେ ଗଣ୍ଡଗୋଳ ଭୟଙ୍କର ହୋଇଥିଲା । ଆଉ ତାପରେ କିଛି ଉତ୍ୟକ୍ତ ଯୁବକ ତାଙ୍କ ସାଥୀ ବେଦବ୍ୟାସ ପ୍ରଧାନଙ୍କୁ ପିଟିପିଟି ହତ୍ୟା କରିଛନ୍ତି ବୋଲି ଅଭିଯୋଗ ହୋଇଛି । କୁଚିଣ୍ଡା ପୋଲିସ ଖବର ପାଇଁ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।