ଫ୍ରାଇଡେ ରିଲିଜରେ ଆଜି ବଡ ପରଦାରେ ଦୁଇଟି ଫିଲ୍ମ : ରୁସ୍ତମ ଓ ମହେଂଜୋଦାରୋ

36

akshay_564ed5d0d56eeଫ୍ରାଇଡେ ରିଲିଜରେ ଆଜି ରିଲିଜ ହେଉଛି ବଲିଉଡର ଦୁଇଟି ଫିଲ୍ମ ରୁସ୍ତମମହେଂଜୋଦାରୋ। ଅକ୍ଷୟ କୁମାରଙ୍କ ସହ ହ୍ରିତିକ ରୋଶନଙ୍କ ହେବ ବକ୍ସ ଅଫିସ ମୁକାବିଲା । ଥ୍ରୀଲର ମୁଭି ରୁସ୍ତମକୁ ନେଇ ବେଶ୍ ଆଶାବାଦୀ ପ୍ରଯୋଜକ ସଂସ୍ଥା । ନୌସେନା ଅଧିକାରୀ କେଭି ନାନାବତୀଙ୍କ ଜୀବନୀ ଉପରେ ଆଧାରିତ ଏହି ଫିଲ୍ମ। ପୂର୍ବତନ ନୌ ସେନା ଅଧିକାରୀ ବିପୁଲ ରାୟ ଏହାର କାହାଣୀ ଲେଖିଛନ୍ତି । ଏହି ଫିଲ୍ମର ମୁଖ୍ୟ ଚରିତ୍ରରେ ଦେଖା ଦେବେ ଅକ୍ଷୟ କୁମାର, ଇଲିଆନା ଡିକ୍ରୁଜ୍ ପ୍ରମୁଖ । ଫିଲ୍ମଟି ଲୋକଙ୍କ ବେଶ୍ ମନକୁ ଛୁଇଁବ ବୋଲି ଆଶା କରାଯାଉଛି ।

google-source

ସେପଟେ ରୁସ୍ତମକୁ ଟକ୍କର ଦେବାକୁ ସିଲଭର ସ୍କ୍ରିନରେ ଆସୁଛି ଏକ ନିଆରା ପ୍ରେମ କାହାଣୀ ମହେଂଜୋଦାରୋ। ପ୍ରେମ ଓ ସାହସିକତାର ଫିଲ୍ମ ହେଉଛି ମହେଂଜୋଦାରେ। । ନିର୍ଦ୍ଦେଶକ ଆଶୁତୋଷ ଗୱାରିକରଙ୍କ ଏହା ହେଉଛି ଏକ ବହୁ ପ୍ରତୀକ୍ଷିତ ଫିଲ୍ମ । ରିତିକ ରୋଶନ ଓ ପୂଜା ହେଗଡେଙ୍କ ପ୍ରେମ ସହ ଆକ୍ସନରେ ଭରିଛି ଫିଲ୍ମ ମହେଂଜୋଦାରେ। । ଫିଲ୍ମ ରିତିକ ଅଭିନୟ ଜୀବନର ଅନ୍ୟ ଏକ ମାଇଲ ଖୁଂଟ ହେବ ବୋଲି ଆଶା କରାଯାଉଛି ।