ଫିଲ୍ମି ଫ୍ରାଇଡେ ଆଜି ପରଦାକୁ ଆସିଛି ୪ଟି ହିନ୍ଦୀ ସିନେମା ! ‘ଇନ୍ଦୁ ସରକାର’, ‘ମୁବାରକାନ୍’,‘ରାଗ ଦେଶ’ ଓ ‘ବାରାତ କମ୍ପାନୀ’

76

ମଧୁରଭଣ୍ଡାକର ନିର୍ଦ୍ଦେଶିତ ‘ଇନ୍ଦୁ ସରକାର’, ୧୯୭୫ ମସିହା ଜରୁରୀ କାଳୀନ ପରିସ୍ଥିତି ସମୟର କାହାଣୀ । ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ନୀଲ ନୀତିନ ମୁକେଶ, କ୍ରିତ କୁଲ୍ହାରୀ ଓ ଅନୁପମ ଖେର୍ । ସେହିପରି ରୋମାଂଟିକ କମେଡି ସିନେମା ‘ମୁବାରକାନ୍’ ମଧ୍ୟ ଆଜି ରୁପେଲି ପରଦାକୁ ଆସୁଛି । ଅର୍ଜୁନ କପୁରଙ୍କୁ ଏଥିରେ ଦ୍ୱୈତ ଭୂମିକାରେ ଦେଖିବାକୁ ମିଳିବ । ସେହିପରି ଅନୀଲ କପୁର, ଇଲିଆନା ଡିକ୍ରୁଜ, ଆଥିୟା ସେଟ୍ଟୀ, ନେହା ଶର୍ମା ବିଭିନ୍ନ ଭୂମିକାରେ ନଜର ଆସିବେ ।

ତିଗମାଂଶୁ ଧୂଲିଆ ନିର୍ଦ୍ଦେଶିତ ସିନେମା ‘ରାଗ ଦେଶ’ ଆଜି ସିଲଭର ସ୍କ୍ରିନରେ ରିଲିଜ ହେଉଛି । ଭାରତୀୟ ସେନା ବାହିନୀ ଉପରେ ଆଧାରିତ ଏହି ସିନେମାରେ କୁନାଲ କପୁର, ଅମିତ ସାଧା, ବଜୟ ବର୍ମା ପ୍ରମୁଖ ଅଭିନୟ କରିଛନ୍ତି । ସେହିପରି ସୟେଦ ଅହମ୍ମଦ ଅଫଜଲ ନିର୍ଦ୍ଦେଶିତ ‘ବାରାତ କମ୍ପାନୀ’ ଫିଲ୍ମି ଫ୍ରାଇଡେରେ ପରଦାକୁ ଆସୁଛି । ଏଥିରେ ମୁଖ୍ୟ ଭୂମିକାରେ ରହିଛନ୍ତି ସନ୍ଦୀପା ଧର ଓ ଅନୁରତି ଝା ।