ଫ୍ରାଇଡେ ରିଲିଜରେ ଓଲିଉଡ ପରଦାକୁ ଆସୁଛି ଫିଲ୍ମ “ଚିନି’

138

ଓଲିଉଡ ସିନେ ପ୍ରେମୀଙ୍କ ପାଇଁ ଖୁସି ଖବର। କାରଣ ଆସନ୍ତା ଫ୍ରାଇଡେ ରିଲିଜରେ ଓଲିଉଡ ପରଦାକୁ ଆସୁଛି ନୂଆ ଫିଲ୍ମ “ଚିନି’ । ଏହି ଫିଲ୍ମରେ ସମ୍ବଲପୁରୀ ଓ କୋଶଳୀ ଭାଷାର ତଡକା ରହିଥିବା ବେଳେ ରୋମାଂଟିକ ଯୋଡି ଅମ୍ଳାନ ଓ ବେଙ୍ଗଲି ଅଭିନେତ୍ରୀ ପତ୍ରାଳୀଙ୍କ ମୁଖ୍ୟ ଭୂମିକା ଏହି ଫିଲ୍ମରେ ରହିଛି । ଏଥିସହ ମିହିର ଦାସ ଓ ମହେଶ୍ୱତାଙ୍କର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ ରହିଛି ।

ନବଜୀବନ ଫିଲ୍ମ ବ୍ୟାନର ତଳେ ପ୍ରସ୍ତୁତ ହୋଇଛି ଫିଲ୍ମ “ଚିନି’ । ଫିଲ୍ମର କାହାଣୀ ନିର୍ଦେଶନା ପ୍ରଦୀପ ଭୋଳ ତୁଲାଇଥିବାବେଳେ ପ୍ରଦୀପ ମାଝୀ ଓ ସ୍ନେହଲତା ପରିଡା ଫିଲ୍ମଟିକୁ ପ୍ରସ୍ତୁତ କରିଛନ୍ତି । ସଙ୍ଗୀତ ଭାର ହେମନ୍ତ ପାଣ୍ଡେ ଓ ଶଙ୍କର ପ୍ରଧାନ ତୁଲାଇଥିବାବେଳେ ଗୀତ ରଚନା କରିଛନ୍ତି ରତ୍ନାକାର ସିଂହ, ବିନୋଦ ପଶାୟତ, ଓ ଦୁର୍ଗା ମାଧବ ପଣ୍ଡା ।