ଫ୍ରାଇଡେ ରିଲିଜରେ ଦୁଇଟି ବଡ ସିନେମା! ଅର୍ଜୁନ-ଶ୍ରଦ୍ଧାଙ୍କ ‘ହାଫ୍ ଗାର୍ଲଫ୍ରେଣ୍ଡ’କୁ ଟକ୍କର ଦେବ ଇର୍ଫାନ ଖାନଙ୍କ ‘ହିନ୍ଦି ମିଡିୟମ’

32

ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସୁଛି ଦୁଇ ଦୁଇଟି ବଡ ସିନେମା । ଅର୍ଜୁନ କପୁର ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ସିନେମ ‘ହାଫ୍ ଗାର୍ଲଫ୍ରେଣ୍ଡ’ ସହ ରିଲିଜ୍ ହେଉଛି ଇର୍ଫାନ ଖାନଙ୍କ କମେଡି ଡ୍ରାମା ‘ହିନ୍ଦି ମିଡିୟମ’ । ପରଦାରେ ହାଫ୍ ରୋମାନ୍ସ କରିବେ ଅର୍ଜୁନ କପୁର ଓ ତାଙ୍କ ହାଫ୍ ଗାର୍ଲଫ୍ରେଣ୍ଡ ଶ୍ରଦ୍ଧା କପୁର । ଚେତନ ଭଗତଙ୍କ ନୋବେଲ୍ ଉପରେ ଆଧାରିତ ହୋଇଛି ସିନେମା ‘ହାଫ୍ ଗାର୍ଲଫ୍ରେଣ୍ଡ’ର କାହାଣୀ । ରିଲିଜ୍ ପୂର୍ବରୁ ‘ହାଫ୍ ଗାର୍ଲଫ୍ରେଣ୍ଡ’ର ସବୁ ଗୀତ ହିଟ୍ ହୋଇଛି । ବିଶେଷ କରି “ମେ ଫିର ବି ତୁମକୋ ଚାହୁଁଗା’ ଯୁବପୀଢିଙ୍କୁ ବେଶ୍ ପସନ୍ଦ ହୋଇଛି ।

‘ହାଫ୍ ଗାର୍ଲଫ୍ରେଣ୍ଡ’କୁ ଟକ୍କର ଦେଇ ପରଦାକୁ ଆସିଛି ‘ହିନ୍ଦି ମିଡିୟମ’ । ସିନେମାର ଲିଡରେ ଅଛନ୍ତି ଭର୍ସାଟାଇଲ୍ ଅଭିନେତା ଇର୍ଫାନ ଖାନ । ତାଙ୍କ ବିପକ୍ଷରେ ଅଛନ୍ତି ସବା କମର । ରୋମାଂଟିକ୍ କମେଡି ସିନେମା ‘ହିନ୍ଦି ମିଡିୟମ’ର ନିର୍ଦ୍ଦେଶନା ଦେଇଛନ୍ତି ସାକେତ ଚୌଧୁରୀ । ସିନେମାରେ ସାମାଜିକ ବାର୍ତା ସହ ଭିନ୍ନ ଧରଣର ଏକ କାହାଣୀ ରହିଛି । କାହାଣୀ ସହ ସିନେମାର ମ୍ୟୁଜିକ୍ ଦର୍ଶକଙ୍କୁ ପସନ୍ଦ ହୋଇଛି । ଚାର୍ଟବଷ୍ଟରରେ ଟପ୍ ଫାଇବରେ ରହିଛି ‘ହିନ୍ଦି ମିଡିୟମ’ର ଗୀତ ଗୁଡିକ । ସଚିନ-ଜିଗର ଏହାର ମ୍ୟୁଜିକ୍ କମ୍ପୋଜ କରିଛନ୍ତି ।