ଫିଲ୍ମି ଫ୍ରାଇଡେ’ରେ ବିଗ୍ ରିଲିଜ୍ ! ୯ ହଜାର ସ୍କ୍ରିନରେ ଜମିବ ‘ବାହୁବଳୀ ୨ – ଦ କନକ୍ଲୁଜନ’

62

କନକ ବ୍ୟୁରୋ : ବହୁ ଚର୍ଚ୍ଚିତ ଓ ବହୁ ପ୍ରତୀକ୍ଷିତ ଫିଲ୍ମ ‘ବାହୁବଳୀ ୨ ’ ଆଜି ରିଲିଜ ହେଉଛି । ବାହୁବଳୀ-ଦି ବିଗିନିଙ୍ଗର ଅବିଶ୍ୱନୀୟ ସଫଳତା ପରେ ବାହୁବଳି-୨କୁ ଦେଖିବା ଲାଗି ଏବେ ସାରା ବିଶ୍ୱରେ ସିନେପ୍ରେମୀଙ୍କ ମଧ୍ୟରେ ନାହିଁନଥିବା ଉତ୍କଣ୍ଠା । ଆଜି ସାରା ବିଶ୍ୱରେ ପ୍ରାୟ ୯ ହଜାର ସ୍କ୍ରିନରେ ମୁକ୍ତିଲାଭ କରୁଛି ଏହି ଫିଲ୍ମ । ମୁକ୍ତିଲାଭ କରିବା ପୂର୍ବରୁ ବାହୁବଳୀ-୨, ୫ଶହ କୋଟିର ବ୍ୟବସାୟ କରିସାରିଛି । ଆଜି ପ୍ରଥମ ଦିନରେ ହିଁ ଫିଲ୍ମ ଶହେ କୋଟିର ବ୍ୟବସାୟ କରିବ ବୋଲି ସିନେ ସମୀକ୍ଷକ ଆଶା ରଖିଛନ୍ତି ।

ବାହୁବଳୀ-ଦ କନକ୍ଲୁଜନକୁ ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ନାହିଁ ନଥିବା ଉତ୍କଣ୍ଠା । ତାମିଲ ସମେତ ହିନ୍ଦୀ, ତେଲୁଗୁ, ମାଲାୟଲମ ଓ ଇଂରାଜୀ ଭାଷାରେ ଫିଲ୍ମ ମୁକ୍ତିଲଭା କରୁଛି । ରିଲିଜ ପୂର୍ବରୁ ହିଁ ଏକାଧିକ ରେକର୍ଡ ବନାଇସାରିଛି ବାହୁବଳୀ-ଦ କନକ୍ଲୁଜନବାହୁବଳୀ-୨କୁ ନେଇ ବକ୍ସ ଅଫିସରେ ଅଙ୍କକଷା ଚାଲିଛି । କଟ୍ଟପ୍ପା ବାହୁବଳୀଙ୍କୁ କାହିଁକି ମାରିଲା ସେ ନେଇ ଚାଲିଛି ଉକ୍ରଣ୍ଠା । ବଜାରରେ ବାହୁବଳୀ ପାଇଁ ହଜାରେ କୋଟିର ବାଜି ଲାଗିଛି ।