ଫିଲ୍ମ ଫ୍ରାଇଡେରେ ପରଦାକୁ ଆସୁଛି ୨ଟି ହିନ୍ଦୀ ସିନେମା ! ‘ବାଦଶାହୋ’ ବନାମ୍‌ ‘ଶୁଭ ମଙ୍ଗଲ ସାବଧାନ୍‌’

126

ଆଜି ଫିଲ୍ମ ଫ୍ରାଇଡ଼େରେ ପରଦାକୁ ଆସୁଛି ଦୁଇଟି ହିନ୍ଦୀ ସିନେମା । ଏଥିମଧ୍ୟରୁ ଗୋଟିଏ ହେଲା ମଲ୍‌ଟି ଷ୍ଟାରର୍‌ ‘ବାଦ୍‌ଶାହୋ’ ଓ ଅନ୍ୟଟି ହେଲା ‘ଶୁଭ ମଙ୍ଗଲ ସାବଧାନ୍‌’ । ବହୁ ପ୍ରତୀକ୍ଷିତ ‘ବାଦ୍‌ଶାହୋ’ର ନିର୍ମାତା ହେଲେ ଭୂଷଣ କୁମାର୍‌। ଏହାର ନିର୍ଦ୍ଦେଶନା ଦେଇଛନ୍ତି କଚ୍ଚେ ଧାଗେ, ଚୋରି ଚୋରି, ଦିଓ୍ଵାର୍‌ , ଓ୍ଵାନ୍‌ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ, ଓ୍ଵାନ୍‌ସ ଅପନ୍‌ ଏ ଟାଇମ୍‌ ଇନ୍‌ ମୁମ୍ବାଇ ଦୋବାରା ଏବଂ ଡ଼ାର୍ଟି ପିକ୍‌ଚର୍‌ ଭଳି ହିଟ୍‌ ସିନେମା ମେକର୍‌ ମିଲନ୍‌ ଲୁଥ୍ରିଆ । ଏଥିରେ ଅଜୟ ଦେବ୍‌ଗନ୍‌, ଇଲିଆନା ଡ଼ିକ୍ରୁଜ୍‌ , ଇମ୍ରାନ୍‌ ହାସ୍‌ମୀ, ଇଶା ଗୁପ୍ତା, ସଂଜୟ ମିଶ୍ରା ଓ ବିଦ୍ୟୁତ୍‌ ଜାମଓ୍ଵାଲ ପ୍ରମୁଖ ଲିଡ଼୍‍ ରୋଲ୍‌ରେ ଅଛନ୍ତି । ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି ଘୋଷିତ ହେବା ସମୟରେ ପାଞ୍ଚଜଣ ଚୋରଙ୍କ ଉପରେ ‘ବାଦ୍‌ଶାହୋ’ର କଥାବସ୍ତୁ ଆଧାରିତ  ।

‘ଦମ୍‌ ଲଗାକେ ହୈସା’ର ଲୋକପ୍ରିୟ ଯୋଡ଼ି ଆୟୁଷ୍ମାନ୍‌ ଖୁରାନା -ଭୂମି ପେଡ଼େନେକର୍‌ ପୁଣି ପରଦାକୁ ଫେରିଛନ୍ତି ‘ଶୁଭ ମଙ୍ଗଲ ସାବଧାନ୍‌’ ଜରିଆରେ। ଆନନ୍ଦ ଏଲ୍‌ ରାୟଙ୍କ ପ୍ରଯୋଜିତ ଏହି କମେଡ଼ି ଫିଲ୍ମର ନିର୍ଦ୍ଦେଶକ ହେଲେ ଆର୍‌.ଏସ୍‌.ପ୍ରସନ୍ନା । ଏହା ଏକ ଦଂପତିଙ୍କ ଜୀବନ କାହାଣୀ ଉପରେ ଆଧାରିତ ।