ଆଜି ପରଦାକୁ ଆସୁଛି ଫିଲ୍ମ ‘ ବଦ୍ରିନାଥ କି ଦୁଲହନିଆଁ ’

41

କନକ ବ୍ୟୁରୋ : ଆଜି ଫ୍ରାଇଡେ ରିଲିଜରେ ପରଦାକୁ ଆସୁଛି ଫିଲ୍ମ ‘ ବଦ୍ରିନାଥ କି ଦୁଲହନିଆ ’ । ଏଥିରେ ମୁଖ୍ୟ ଭୁମିକାରେ ବରୁଣ ଧାବନ ଓ ଭଟ୍ଟ ତନୟା ଆଲିଅ ଭଟ୍ଟ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ରୋମାନସ ସାଂଗକୁ କମେଡିର ତଡକା ଦର୍ଶକ ଦେଖିବାକୁ ପାଇବେ । ବରୁଣ ଏହି ଫିଲମରେ ବଦ୍ରିନାଥ ଭୁମିକାରେ ଅଭିନୟ କରୁଛନ୍ତି । ଆଉ ବଦ୍ରିନାଥ କେମିତି ତା ପାଇଁ ସ୍ତ୍ରୀଟିଏ ଖୋଜିପାଉଛି ତାହା ଦର୍ଶକ ଦେଖିବାକୁ ପାଇବେ । ପୁର୍ବରୁ ଫିଲ୍ମର ଗୀତଗୁଡିକୁ ଦର୍ଶକ ବେସ ପସନ୍ଦ କରିଥିଲେ । ଏହି ଫିଲ୍ମକୁ ପ୍ରଯୋଜନା ଦେଇଛନ୍ତି କରଣ ଜୋହର । ‘ ବଦ୍ରିନାଥ କି ଦୁଲହନିଆ ’ର କାହାଣି ଓ ନିର୍ଦେଶନା ଭାର ସମ୍ଭାଳିଛନ୍ତି ଶଶାଙ୍କ ଖଇତାନ ।

ସେହିପରି ଆଜି ପରଦାକୁ ଆସୁଛି ହଲିଉଡ ଫିଲ୍ମ କଂଗ୍ ଦି ସ୍କୁଲ ଆଇଲାଣ୍ଡ । ଏହି ସିନେମାକୁ ପ୍ରସ୍ତୁତ କରିଛି ହଲିଉଡ ଫିଲ୍ମ ଗଡଜିଲାର ପ୍ରଯୋଜନା ସଂସ୍ଥା । ଏକ ଅଜଣା ଦ୍ୱୀପରେ କିଭଳି ଗୋଟିଏ ନୁଆ ଜୀବର ସନ୍ଧାନ ମିଳୁଛି ଓ ତାହାକୁ ହରାଇବା ପାଇଁ କିଭଳି ମଣିଷ ସଂଘର୍ଷ କରୁଛି ତାହା ଏଥିରେ ଦର୍ଶକ ଦେଖିବାକୁ ପାଇବେ ।