ଆଜି ପରଦାକୁ ଆସୁଛି ବହୁ ପ୍ରତିକ୍ଷୀତ ସିନେମା ‘ହସୀନା ପାର୍କର’ । ଏହି ସିନେମାରେ ହସିନା ଭୁମିକାରେ ଚୁଲବୁଲି ଶ୍ରଦ୍ଧାଙ୍କ ଦମଦାର ଅଭିନୟ ଦେଖିବାକୁ ମିଳିବ । ମୁଖ୍ୟ ଭୁମିକାରେ ଶ୍ରଦ୍ଧା କପୁରଙ୍କ ସହ ଦେଖିବାକୁ ମିଳିବ ଅଙ୍କୁର ଭାଟିଆଙ୍କୁ । ସିନେମାର ନିର୍ଦ୍ଦେଶନା ଅପୁର୍ବ ଲାଖିଆ ଦେଇଥିବାବେଳେ ଏହାକୁ ନେଇ ସିନେ ସମୀକ୍ଷକମାନେ ବି ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛନ୍ତି । ଅଣ୍ଡରଓାଲର୍ଡ ଡନ୍ ଦାଉଦ୍ ଇବ୍ରାହିମର ଭଉଣୀ ହସିନା ପାର୍କରଙ୍କ ଜୀବନ କାହାଣୀକୁ ନେଇ ଏହି ସିନେମାର ନିର୍ମାଣ କରାଯାଇଛି । ସିନେମାର କାହାଣୀ ୨୦୦୭ ମସିହାର ମୁମ୍ବାଇ କୋର୍ଟ ରୁମରୁ ଆରମ୍ଭ ହୋଇଛି । କିଛିଦିନ ପୁର୍ବେ ସିନେମାର ଟ୍ରେଲର ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ବିଶେଷ କରି ସିନେମାରେ ଶ୍ରଦ୍ଧାଙ୍କୁ ଦମଦାର ଆକସନ ସାଂଗକୁ ଅଲଗା ଅନ୍ଦାଜରେ ଦେଖିବାକୁ ମିଳିବ ।

ସେହିପରି ଶ୍ରଦ୍ଧାଙ୍କୁ ଟକ୍କର ଦେବାକୁ ଆଜି ପରଦାକୁ ଆସିଛି ସିନେମା ‘ଭୂମି’ । ‘ଭୂମି’ରେ ସଂଜୟ ଦତ୍ତଙ୍କ ଅଭିନୟ ଦେଖିବାକୁ ମିଳିବ । ସଂଜୁବାବାଙ୍କ ସହ ଅଦିତି ରାଓ ହାଇଦ୍ରି, ଶେଖର ସୁମନ ରହିଛନ୍ତି ମୁଖ ଭୂମିକାରେ । ସିନେମାର ନିର୍ଦ୍ଦେଶନା ଉମଂଗ କପୁର ଦେଇଥିବାବେଳେ ଶରଦ କେଲକର, ସିଦ୍ଧାନ୍ତ ଗୁପ୍ତା ଓ ସାକ୍ଷୀ ଦ୍ୱିବେଦୀଙ୍କୁ ବି ଦେଖିବାକୁ ମିଳିବ । ଏହି ସିନେମାରେ ଜଣେ ବାପା ଓ ଝିଅଙ୍କ କାହାଣୀ ଦେଖିବାକୁ ମିଳିବ । ସିନେମାରେ ଅଦିତି, ସଂଜୟଙ୍କ ଝିଅ ଭୂମିକାରେ ଅଭିନୟ କରୁଛନ୍ତି ।

ଏହି ଦୁଇଟି ସିନେମା ସହ ସିନେମା ହଲରେ ଦର୍ଶକ ଦେଖିବାକୁ ପାଇବେ ଅଭିନେତା ରାଜକୁମାର ରାଓଙ୍କ ସିନେମା “ନିଉଟନ’ । ଏଥିରେ ରାଜକୁମାର “ନିଉଟନ’ ଭୂମିକାରେ ନଜର ଆସିବେ । ସିନେମାରେ ରାଜକୁମାରଙ୍କ ବ୍ୟତୀତ ପଙ୍କଜ ତ୍ରୀପାଠି, ସଂଜୟ ମିଶ୍ରା, ଅଂଜଳୀ ପାଟିଲ ପ୍ରମୁଖ ଅଭିନୟ କରୁଛନ୍ତି । ଏହି ସିନେମାର ନିର୍ଦ୍ଦେଶନା ଆଦିତ୍ୟ ମସୁରକର ଦେଇଛନ୍ତି । ଭାରତର ନିର୍ବାଚନ ପଦ୍ଧତିକୁ ନେଇ ଏହାର କାହାଣୀ ଗତିଶୀଳ ହୋଇଛି । ନ୍ୟୁଟନ ଓରଫ ରାଜକୁମାରଙ୍କୁ ନକ୍ସଲ ପ୍ରଭାବିତ ଛତିଶଗଡରେ ଯାଇ ଭୋଟ ଗ୍ରହଣ କରିବାକୁ ନିର୍ଦେଶ ହୋଇଛି । ଆଉ ନିର୍ବାଚନ ପ୍ରସ୍ତୁତିରେ ନ୍ୟୁଟନଙ୍କ ସହ ଅନ୍ୟ କର୍ମଚାରୀମାନେ ବାହାରିଯାଆନ୍ତି । ଆଉ ଭୋଟରଙ୍କ ସଂଖ୍ୟା ମାତ୍ର ୭୬ ଥିବାବେଳେ କେହି ଭୋଟ ଦେବାକୁ ଆସିନଥାନ୍ତି । ଏହାକୁ ନେଇ ସିନେମାର କାହାଣି ନିର୍ମାଣ ହୋଇଛି ।