ଆଜି ପରଦାକୁ ଆସୁଛି ବଲିଉଡ ଫିଲ୍ମ “ଓକେ ଜାନୁ” : ପୁଣି ଦେଖିବାକୁ ମିଳିବ “ଆଶିକþ” ଯୋଡିଙ୍କ ରୋମାନ୍ସ

41

1କନକ ବ୍ୟୁରୋ : ଆଜି ଫ୍ରାଇଡେ ରିଲିଜରେ ପରଦାକୁ ଆସୁଛି ଫିଲ୍ମ ଓକେ ଜାନୁଆଶିକþ ଫେମ୍ ଶ୍ରଦ୍ଧା କାପୁର ଓ ଆଦିତ୍ୟ ରୟ କପୁରଙ୍କ ରୋମାନ୍ସ ଦର୍ଶକ ଦେଖିବାକୁ ପାଇବେ । ବିଶେଷ କରି ଖଟାମିଠା ରୋମାନ୍ସରେ ଭରପୁର ଏହି ଫିଲ୍ମକୁ ନିର୍ଦେଶନା ଦେଇଛନ୍ତି ସାଦ୍ ଅଲ୍ଲି । ସେହିପରି ଫିଲ୍ମର ସଂଗୀତ ନିର୍ଦେଶନା ଦେଇଛନ୍ତି ଏ ଆର ରହମନ୍ । ଫିଲ୍ମର ପ୍ରଯୋଜନା ଦାୟିତ୍ୱ ମଣିରତ୍ନମ ଓ କରଣ ଜୋହର ସମ୍ଭାଳିଛନ୍ତି । ପୁର୍ବରୁ ଏହି ଫିଲ୍ମର ଗୀତଗୁଡିକ ହିଟ୍ ହୋଇଥିଲା । ବିଶେଷ କରି ଓକେ ଜାନୁର ହମ୍ମା ହମ୍ମା ଗୀତ ଦର୍ଶକଙ୍କୁ ଆକୃଷ୍ଟ କରିପାରିଥିଲା ।

haramkhor_146634879521_650x425_061916085427ସେହିପରି ଆଜି ମଧ୍ୟ ପରଦାକୁ ଆସୁଛି ଫିଲ୍ମ ହାରାମଖୋର୍ । ନବାଜୁଦ୍ଦିନ ସିଦିକି ଏଥିରେ ମୁଖ୍ୟ ଭୁମିକାରେ ଅଭିନୟ କରୁଛନ୍ତି । ଏଥିରେ ନବାଜୁଦ୍ଦିନ ଜଣେ ଶିକ୍ଷକ ଭୁମିକାରେ ଅଭିନୟ କରିଛନ୍ତି । ସେହିପରି ତାଙ୍କ ବିପକ୍ଷରେ ବଲିଉଡରେ ଡେବ୍ୟୁ କରିଛନ୍ତି ଶ୍ୱେତା ତ୍ରିପାଠୀ ।