ରିଲିଜ୍ ହେଲା ବଲିଉଡ ସିନେମା ‘ଇସ୍କ ଜୁନୁନ୍’ ଓ ‘ରକ୍ ଅନ୍ ୨ ’

48

ଫ୍ରାଇଡେରେ ରିଲିଜ୍ ହୋଇଛି ସିନେମା ‘ଇସ୍କ ଜୁନୁନ୍’‘ରକ୍ ଅନ୍ ୨’ । ସଂଜୟ ଶର୍ମା ନିର୍ଦ୍ଦେଶିତ ଇସ୍କ ଜୁନୁନ୍ ସିନେମାରେ ଲିଡ୍ ରୋଲରେ ନଜର ଆସିଛନ୍ତି ରାଜବୀର ସିଂ, ଦିବ୍ୟା ସିଂ ଓ ଅକ୍ଷୟ ରଙ୍ଗସାହି । ତ୍ରିକୋଣୀୟ ପ୍ରେମ କାହାଣୀକୁ ନେଇ ନିର୍ମାଣ ହୋଇଛି ଏହି ସିନେମା ।

ମ୍ୟୁଜିକାଲ ଡ୍ରାମା ସିନେମା “ରକ୍ ଅନ୍ ୨’ରେ ଲିଡ୍ ରୋଲରେ ରହିଛନ୍ତି ଶ୍ରଦ୍ଧା କପୁର, ଫରହାନ ଅଖତର, ଅର୍ଜୁନ ରାମପାଲ, ପୂରବ କୋହଲି, ପ୍ରାଚୀ ଦେଶାଇ ଓ ଶଶାଙ୍କ ଅରୋରା । ୨୦୦୮ରେ ରିଲିଜ୍ ହୋଇଥିବା ସିନେମା ରକ୍ ଅନ୍ ର ଏହା ହେଉଛି ସିକ୍ୱେଲ । ସୁଜାତ ସୌଦାଗର ନିର୍ଦ୍ଦେଶିତ ଏହି ସିନେମାରେ ମ୍ୟୁଜିକ କମ୍ପୋଜ କରିଛନ୍ତି ଶଙ୍କର-ଏହସାନ୍-ଲଏ ।