ଆଜିଠାରୁ ପଂଚାୟତ ନିର୍ବାଚନ ପାଇଁ ପୁଣି ନାମାଙ୍କନ ପତ୍ର ଦାଖଲ : ୩୦ ଯାଏଁ ଚାଲିବ ଏହି ପ୍ରକ୍ରିୟା

22

କନକ ବ୍ୟୁରୋ : ଆଜିଠାରୁ ପଂଚାୟତ ନିର୍ବାଚନ ପାଇଁ ପୁଣି ନାମାଙ୍କନ ପତ୍ର ଖାଲ କରିହେବ । ନିର୍ବାଚନ କମିଶନଙ୍କ ଅନୁସାରେ ଯେଉଁ ସ୍ଥାନରେ କେହି ନାମାଙ୍କନ ପତ୍ର ଦାଖଲ କରିନଥିଲେ ବା ସମସ୍ତ ନାମାଙ୍କନ ପତ୍ର ନାକଚ ହୋଇଯାଇଥିଲା, ସେଠାରେ ନିର୍ବାଚନ ପାଇଁ ଏହି ତାରିଖ ଧାର୍ଯ୍ୟ ହୋଇଛି ।

ଆସନ୍ତା ୩୦ ଯାଏଁ ଏହି ସବୁ ସ୍ଥାନରେ ନାମାଙ୍କନ ଦାଖଲ ହୋଇପାରିବ । ୩୧ ତାରିଖରେ ନାମାଙ୍କନ ପତ୍ରଗୁଡିକ ଯାଂଚ କରାଯିବ ଏବଂ ଆସନ୍ତା ଫେବୃଆରୀ ୨ରେ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ ବୋଲି ନିର୍ବାଚନ କମିଶନ ପକ୍ଷରୁ କୁହାଯାଇଛି । ୪ ତାରିଖରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ସେହି ଦିନ ଅପରାହ୍ନ ୩ଟା ପରେ ଚୂଡାନ୍ତ ତାଲିକା ପ୍ରକାଶ କରିବ ରାଜ୍ୟ ନିର୍ବାଚନ କମିଶନ ।