୬ ଦିନ ପରେ ବି ମିଳିନି ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା ! ଧାରଣାରେ ସଂଗ୍ରାମୀଙ୍କ ପରିବାର

31

କନକ ବ୍ୟୁରୋ : ୬ ଦିନ ପରେ ବି ମିଳିନି ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା । ନିରାଶ ହେବା ପରେ ଜୟପୁର ଉପଜିଲ୍ଲାପାଳଙ୍କ ବାସଭବନ ଆଗରେ ଧାରଣା ଦେଇଛନ୍ତି ଲକ୍ଷ୍ମୀ ପଣ୍ଡାଙ୍କ ପରିବାର । ବାବୁଲାଙ୍କୁ ଫେରାଇ ଦେବା ପାଇଁ ପରିବାର ଳୋକ ପ୍ରଶାସନ ନିକଟରେ ଦାବି କରିଛନ୍ତି ।

ମୋଦିଙ୍କ ଠାରୁ ଗତ ରବିବାର ସଂଗ୍ରାମୀଙ୍କ ପରିବାର ସମ୍ମାନିତ ହେବା ପରେ ଫେରିବା ବାଟରେ ନିଖୋଜ ହୋଇ ଯାଇଛନ୍ତି ବାବୁଲା । ବାବୁଲାଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆଶଙ୍କାରେ ରହିଛନ୍ତି ତାଙ୍କ ପରିବାର । ରାଜ୍ୟ ସରକାରଙ୍କ ତତ୍ପରତା ପରେ ବି ଏପର୍ଯ୍ୟନ୍ତ ବାବୁଲାଙ୍କ ପତା ମିଳିନାହିଁ ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ସମ୍ବର୍ଦ୍ଧିତ ହେବା ପାଇଁ ଭୁବନେଶ୍ୱର ଧାଇଁ ଆସିଥିଲେ ସ୍ୱାଧିନତା ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ପରିବାର । ଅତିଥି ହୋଇ ଭୁବନେଶ୍ୱର ଆସିଥିଲେ, ହେଲେ ଘରକୁ ଫେରିବା ବାଟରେ ହୋଇଗଲେ ବାଟବଣା । ବୋହୂ ସୁଜାତା ଏବଂ ପୁଅ ସୁରେନ୍ଦ୍ର ପଣ୍ଡା ଘରକୁ ଫେରିଥିବା ବେଳେ ଏଯାଏଁ ସଂଗ୍ରାମୀଙ୍କ ନାତିଙ୍କ ଖୋଜଖବର ମିଳିନି ।