ଘରକୁ ଫେରିଛନ୍ତି ପୁଅ ବୋହୂ, ୪ ଦିନ ହେବ ମିଳୁନି ନାତି ବାବୁଲାଙ୍କ ପତ୍ତା ! ଆଶଙ୍କାରେ ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ପରିବାର

24

କନକ ବ୍ୟୁରୋ : ୪ ଦିନ ପରେ ବି ମିଳିନି ସଂଗ୍ରାମୀ ଲକ୍ଷ୍ମୀ ଇନ୍ଦିରା ପଣ୍ଡାଙ୍କ ନାତି ବାବୁଲା । ମୋଦିଙ୍କ ଠାରୁ ଗତ ରବିବାର ସଂଗ୍ରାମୀଙ୍କ ପରିବାର ସମ୍ମାନିତ ହେବା ପରେ ଫେରିବା ବାଟରେ ନିଖୋଜ ହୋଇ ଯାଇଛନ୍ତି ବାବୁଲା । ବାବୁଲାଙ୍କ ଫେରିବା ବାଟକୁ ଚାହିଁ ଚାହିଁ ଆଶଙ୍କାରେ ରହିଛନ୍ତି ତାଙ୍କ ପରିବାର । ରାଜ୍ୟ ସରକାରଙ୍କ ତତ୍ପରତା ପରେ ବି ଏପର୍ଯ୍ୟନ୍ତ ବାବୁଲାଙ୍କ ପତା ମିଳିନାହିଁ ।

ସେପଟେ ତିନି ଦିନିର ହଟହଟା ପରେ ଶେଷରେ ଜୟପୁରକୁ ଗତକାଲି ବାହୁଡ଼ିଛନ୍ତି ସୁଜାତା ପଣ୍ଡା । ପ୍ରଧାନମନ୍ତ୍ରୀ ମୋଦିଙ୍କ ଠାରୁ ସମ୍ବର୍ଦ୍ଧିତ ହେବା ପାଇଁ ଭୁବନେଶ୍ୱର ଧାଇଁ ଆସିଥିଲେ ସ୍ୱାଧିନତା ସଂଗ୍ରାମୀ ଲକ୍ଷ୍ମୀ ପଣ୍ଡାଙ୍କ ପରିବାର । ଅତିଥି ହୋଇ ଭୁବନେଶ୍ୱର ଆସିଥିଲେ, ହେଲେ ଘରକୁ ଫେରିବା ବାଟରେ ହୋଇଗଲେ ବାଟବଣା । ବୋହୂ ସୁଜାତା ଏବଂ ପୁଅ ସୁରେନ୍ଦ୍ର ପଣ୍ଡା ଘରକୁ ଫେରିଥିବା ବେଳେ ଏଯାଏଁ ସଂଗ୍ରାମୀଙ୍କ ନାତିଙ୍କ ଖୋଜଖବର ମିଳିନି ।