ସ୍ୱାଧିନତା ସଂଗ୍ରାମୀଙ୍କ ପରିବାର ହଟହଟା ମାମଲା ! ସ୍ପଷ୍ଟୀକରଣ ରଖିଛି ନାଲକୋ

28

କନକ ବ୍ୟୁରୋ : ସ୍ୱାଧିନତା ସଂଗ୍ରାମୀଙ୍କ ପରିବାର ହଟହଟା ମାମଲାରେ ସ୍ପଷ୍ଟୀକରଣ ରଖିଛି ନାଲକୋ । ତେବେ ନାଲକୋର ସ୍ପଷ୍ଟୀକରଣ ଅଧିକ ଦ୍ୱନ୍ଦ୍ୱ ତିଆରି କରିଛି । ନାଲକୋ ପକ୍ଷରୁ କୁହାଯାଇଛି ଯେ, ସୁରେନ୍ଦ୍ର ପଣ୍ଡାଙ୍କ ପରିବାରକୁ ଜୟପୁରରୁ ଭୁବନେଶ୍ୱର ଯିବା ଆସିବାକୁ ଗାଡି ଦିଆଯିବା କଥା କୁହାଯାଇଥିଲା । କିନ୍ତୁ ସେମାନେ ନିଜ ବ୍ୟବସ୍ଥାରେ ଆସିବେ ବୋଲି କହିଥିଲେ । ତେଣୁ ଫେରିବା ବେଳେ ସେମାନଙ୍କୁ ୬ ହଜାର ଟଙ୍କା ଦିଆଯାଇଥିଲା ।

କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଏତେ ବଡ କମ୍ପାନୀ ସ୍ୱାଧିନତା ସଂଗ୍ରାମୀଙ୍କ ପରିବାରକୁ ଆଣିବାକୁ ଚାହୁଁଥିଲା ଆଉ ସ୍ୱାଧିନତା ସଂଗ୍ରାମୀଙ୍କ ପରିବାରବର୍ଗ ଏଥିପାଇଁ କଣ ମନା କରିଥିଲେ? ଯଦି ନାଲକୋ ପକ୍ଷରୁ ଏକ ଗାଡି ଯୋଗାଇ ଦିଆଯାଇଥାନ୍ତା ତାହାହେଲେ କଣ ଏମାନେ ମନା କରିଥାନ୍ତେ? ଯଦି ବଡ ବଡ ନେତାଙ୍କୁ ଆତିଥ୍ୟ ଦେବାକୁ ନାଲକୋକୁ ଦାୟିତ୍ୱ ଦିଆଯାଇଥାନ୍ତା, ତେବେ ନାଲକୋ କଣ ଏହିଭଳି ଆତିଥ୍ୟ ଦେଇଥାନ୍ତା?

ଏଥିରୁ ସ୍ପଷ୍ଟ ହୋଇଛି ଯେ ବଡବଡିଆଙ୍କ ପାଇଁ ଗୋଟିଏ ନୀତି ଆଉ ଗରିବଙ୍କ ପାଇଁ ଆଉଏକ ନୀତି । କେନ୍ଦ୍ର ସରକାରଙ୍କ ଏହି ନବରତ୍ନ କମ୍ପାନୀ ଲଷ୍ମୀ ପଣ୍ଡାଙ୍କ ପରିବାର ରହୁଥିବା ଅଂଚଳରେ କାମ କରୁଛି । କିନ୍ତୁ ସେହି ଅଂଚଳର ସେହି ଏକ ଗରିବ ସ୍ୱାଧିନତା ସଂଗ୍ରାମୀ ପରିବାର ପ୍ରତି ନାଲକୋର ଆଭିମୁଖ୍ୟ ଏବେ ସାଧାରଣରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି ।