ସ୍ମାର୍ଟଫୋନ ବ୍ୟବହାରକାରୀ ସାବଧାନ ! ଫ୍ରି ୱାଇ-ଫାଇ ବ୍ୟବହାର ଅସୁରକ୍ଷିତ ହୋଇପାରେ

43

ଆପଣ ଯଦି ସାର୍ବଜନୀନ ସ୍ଥାନରେ ଉପଲବ୍ଧ ହେଉଥିବା ଫ୍ରି ୱାଇ-ଫାଇ ନେଟୱର୍କର ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତୁ । ଫ୍ରି ୱାଇ-ଫାଇ ଅନେକ ସମୟରେ ସ୍ମାର୍ଟଫୋନ ବ୍ୟବହାରକାରୀଙ୍କ ପାଇଁ ଅସୁରକ୍ଷିତ ହୋଇଥାଏ । ଏହାଦ୍ୱାରା ହ୍ୟାକର୍ସମାନେ ଆପଣଙ୍କ ସ୍ମାର୍ଟଫୋନରୁ ଅନେକ ସମ୍ବେଦନଶୀଳ ତଥ୍ୟ ମଧ୍ୟ ଚୋରି କରି ନେଇଥାନ୍ତି । ସେଥପାଇଁ ଫ୍ରି ୱାଇ-ଫାଇ ନେଟୱର୍କ ବ୍ୟବହାର କଲା ସମୟରେ କିଛି ଜରୁରି ତଥ୍ୟ ଜାଣି ରଖନ୍ତୁ –

ଆଣ୍ଟି–ଭାଇରସ୍ ଟୁଲର ବ୍ୟବହାର – ପବ୍ଲିକ୍ ୱାଇ-ଫାଇ ବ୍ୟବହାର କରିବା ପୂର୍ବରୁ ସିକ୍ୟୁରିଟି ସଫ୍ଟୱେର ଇନଷ୍ଟାଲ୍ କରିବା ଭଲ । ଆଣ୍ଡ୍ରଏଡ୍ ଅପରେଟିଂ ସିଷ୍ଟମରେ ମାଲୱେର ( ଏକ ପ୍ରକାର ଭାଇରସ୍) ମଧ୍ୟ ଆସିଥାଏ । ପବ୍ଲିକ୍ ୱାଇ-ଫାଇ ସଂଯୋଗ କରିବା ଦ୍ୱାରା ଅନ୍ୟ ଡିଭାଇସର ମାଲୱେର ଭାଇରସ୍ ଆପଣଙ୍କ ସ୍ମାର୍ଟଫୋନକୁ ମଧ୍ୟ ଆସିଥାଏ । ହ୍ୟାକର୍ସମାନେ ଜାଣିଶୁଣି ମଧ୍ୟ ଆପଣଙ୍କ ସ୍ମାର୍ଟଫୋନକୁ ପଠାଇଥାନ୍ତି । ତେଣୁ ଏମିତି କିଛି ଆଣ୍ଟିଭାଇରସ୍ ବ୍ୟବହାର କରନ୍ତୁ ଯେଉଁଥିରେ ମାଲୱେର ସ୍କାନିଂ ଓ ରିମୁଭାଲ୍ ଭଳି ଫିଚର୍ସ ରହିଥିବ ।

ବ୍ୟାଙ୍କିଙ୍ଗ୍ ଏବଂ ସପିଙ୍ଗ୍ କରନ୍ତୁ ନାହିଁ – ପବ୍ଲିକ୍ ୱାଇ-ଫାଇ ବ୍ୟବହାର କରୁଥିବା ବେଳେ ଅନଲାଇନ୍ ବ୍ୟାଙ୍କିଙ୍ଗ୍ ଓ ସପିଙ୍ଗ୍ କରନ୍ତୁ ନାହିଁ । ଏହା ଦ୍ୱାରା ହ୍ୟାକର୍ସମାନେ ଆପଣଙ୍କ ଆକାଉଣ୍ଟ ଡିଟେଲ୍ସ ହ୍ୟାକ୍ କରିନେବାର ସମ୍ଭାବନା ରହିଛି ।

ଅପରେଟିଂ ସିଷ୍ଟମ୍ ଅପଡେଟ୍ – ଫୋନର ଅପରେଟିଂ ସିଷ୍ଟମକୁ ସବୁବେଳେ ଅପଡେଟ୍ ରଖିବା ଉଚିତ୍ । ଏହାଦ୍ୱାରା ଫୋନ୍ ଭାଇରସ୍ ଆକ୍ରମଣରୁ ବଂଚିଯାଇଥାଏ ।

ଟ୍ରୁ ଫ୍ୟାକ୍ଟର ଅଥେଣ୍ଟିକେସନ – ଆପଣ ବ୍ୟବହାର କରୁଥିବା ସମସ୍ତ ଅନଲାଇନ୍ ଆକାଉଣ୍ଟ ଯେମିତି କି ଜି-ମେଲ୍ କିମ୍ବା ବ୍ୟାଙ୍କ ଆକାଉଣ୍ଟରେ ଟ୍ରୁ ଫ୍ୟାକ୍ଟର ଅଥେଣ୍ଟିକେସନ ଅନ୍ କରନ୍ତୁ । ଏହାଦ୍ୱାରା ସାମାନ୍ୟ ପାସୱାର୍ଡ ବଦଳରେ ଆପଣଙ୍କ ମୋବାଇଲରେ ଆସିଥିବା ଓଟିପି ନଂ ମଧ୍ୟ ଦେବାକୁ ପଡିଥାଏ । ଏହା ଏଥିପାଇଁ ଜରୁରି ହୋଇଥାଏ କାରଣ କେହି ପବ୍ଲିକ୍ ୱାଇ-ଫାଇ ଜରିଆରେ ଆପଣଙ୍କ ପାସୱାର୍ଡ ଜାଣିବାକୁ ଚେଷ୍ଟା କରି ଜାଣିପାରିନଥାଏ ।

ସ୍ଲୋ ୱାଇ-ଫାଇ ଅଧିକ ରିସ୍କ୍ – ୱାଇ-ଫାଇ ନେଟୱର୍କ ସ୍ଲୋ ହେଉଛି ଯଦି ତୁରନ୍ତ ଡିସକନେକ୍ଟ କରିଦିଅନ୍ତୁ । ଏହା ମଧ୍ୟ ଆପଣଙ୍କ ପାଇଁ ଅସୁରକ୍ଷିତ ହୋଇଥାଏ । ଏଥିରେ ମଧ୍ୟ ହ୍ୟାକରର୍ସମାନେ ଫାଇଦା ନେଇପାରନ୍ତି ।

ଏହା ସହ ମଧ୍ୟ ପଢନ୍ତୁ – ଫୋନ କେଉଁଠି ରଖି ଭୁଲିଯାଇଛନ୍ତି କି ? ଏବେ ତାଳି ମାରି ଖୋଜି ପାରିବେ ଫୋନ