ଭୁବନେଶ୍ୱର ରେଳ ଷ୍ଟେସନରେ ମିଳିବ ମାଗଣା ୱାଇଫାଇ ବ୍ୟବସ୍ଥା

33

ଭୁବନେଶ୍ୱର ରେଳଷ୍ଟେସନରେ ମିଳିବ ମାଗଣା ୱାଇଫାଇ ସେବା । ରେଳ ମନ୍ତ୍ରୀ ସୁରେଶ ପ୍ରଭୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ସୁବିଧାକୁ ଲୋକାର୍ପଣ କରିବେ । ମୁମ୍ବାଇ ସେଂଟ୍ରାଲ ରେଲୱେ ଷ୍ଟେସନରେ ପ୍ରଥମେ ଏହି ସେବାର ଶୁଭାରମ୍ଭ କରିଥିଲା ବିଭାଗ  ଏବେ ଦ୍ୱିତୀୟ ରେଳ ଷ୍ଟେସନ ଭାବେ ଭୁବନେଶ୍ୱରରେ ଉପଲବ୍ଧ ହେବ ବିନାମୂଲ୍ୟରେ ୱାଇଫାଇ ସେବା । ରେଳ ଷ୍ଟେସନରେ ଏହାର ଲାଭ ଉଠାଇ ପାରିବେ ଲାପଟପ୍ ଓ ସ୍ମାର୍ଟଫୋନ ବ୍ୟବହାରକାରୀ । କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଅଧିନରେ ସର୍ଚ୍ଚ ଇଂଜିନ ଗୁଗୁଲ ପକ୍ଷରୁ ଏହି ସେବା ଯୋଗାଇ ଦିଆଯିବ । ଚଳିତ ବର୍ଷ ଶେଷ ସୁଦ୍ଧା ଦେଶର ୧୦୦ଟି ଷ୍ଟେସନରେ ଯାତ୍ରୀଙ୍କୁ ଇଂଟରନେଟ ସେବା ଯୋଗାଇ ଦେବାକୁ ଯୋଜନା ରହିଛି । କେଉଁଠି ଟ୍ରେନ ରହିଛି, କେତେବେଳେ ଟ୍ରେନ ଆସିବ, ସେସବୁ ଜାଣିବା ପାଇଁ ଆଉ ଲମ୍ବା ଲାଇନ ଲଗାଇବାକୁ ପଡିବ ନାହିଁ । ଷ୍ଟେସନରେ ଅପେକ୍ଷାରତ ଯାତ୍ରୀ ଇଂଟରନେଟ ଜରିଆରେ ଜାଣିିପାରିବେ ଟ୍ରେନର ସବିଶେଷ ବିବରଣୀ  । ଏହା ସହିତ ହାଇ ଡେଫିନେସେନ୍ ଭିଡିଓ ଡାଉନଲୋଡ କରିପାରିବା ଭଳି ୱାଇଫାଇ ସୁବିଧା ମଧ୍ୟ ଯୋଗାଇ ଦିଆଯିବ । ଏହି ସୁବିଧାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ବିଶେଷ ଆନନ୍ଦ ପ୍ରକାଶ ପାଇଛି ।