ସ୍ୱାସ୍ଥ୍ୟ ବିଭାଗର ବଡ ନିଷ୍ପତି । ସଡକ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ପ୍ରଥମ ୪୮ ଘଣ୍ଟା ମିଳିବ ମାଗଣା ଚିକିତ୍ସା, ଭୁବନେଶ୍ୱରର ଆମ୍ରି ଓ ଆପୋଲୋ ଏବଂ କଟକର ଅଶ୍ୱିନୀ ହସ୍ପିଟାଲରେ ମିଳିବ ଏହି ସୁବିଧା ।

767

କନକ ବ୍ୟୁରୋ : ସ୍ୱାସ୍ଥ୍ୟ ବିଭାଗର ବଡ ନିଷ୍ପତି । ଏଣିକି ସଡକ ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ୩ଟି ବେସରକାରୀ ହସ୍ପିଟାଲରେ କରାଯିବ ମାଗଣାରେ ଚିକିତ୍ସା । ଦୁର୍ଘଟଣା ଘଟିବାର ୪୮ ଘଣ୍ଟା ପର୍ଯ୍ୟନ୍ତ ଟ୍ରମା ରୋଗୀଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର ।

ଅର୍ଥାଭାବରୁ ଯେପରି ସଡକ ଦୁର୍ଘଟଣାରେ କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ନ ହୁଏ ତାହା ଉପରେ ଗୁରୁତ୍ୱ ଦେଇଛନ୍ତି ସରକାର । କଟକର ଅଶ୍ୱିନୀ ହସ୍ପିଟାଲ, ଭୁବନେଶ୍ୱରର ଆମ୍ରି ଓ ଆପୋଲୋ ହସ୍ପିଟାଲରେ ମିଳିବ ଏହି ସୁବିଧା । ଦୁର୍ଘଟଣାର ୪୮ ଘଣ୍ଟା ମଧ୍ୟରେ ଏହି ହସ୍ପିଟାଲରେ ମାଗଣାରେ ଚିକିତ୍ସିତ ହୋଇପାରିବେ ଟ୍ରମା ରୋଗୀ ।

ଏ ସର୍ମ୍ପକରେ ଅଧିକ ସୂଚନା ପାଇବା ପାଇଁ ୩ ଜଣ ଅଧିକାରୀଙ୍କ ଫୋନ୍ ନମ୍ବର ମଧ୍ୟ ଜାରି କରାଯାଇଛି । ଏପରିକି ଏକ ୱେବସାଇଟ ମଧ୍ୟ ଜାରି କରାଯାଇଛି । ଏହି ୱେବସାଇଟରେ ସମସ୍ତ ସୂଚନା ପାଇପାରିବେ ରୋଗୀ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।