ମୋଦି ସରକାରଙ୍କ ବଡ ନିଷ୍ପତି । ଦେଶର ସବୁ ଗରିବ ପରିବାରକୁ ମିଳିବ ମାଗଣା ଏଲପିଜି !

231

କନକ ବ୍ୟୁରୋ : ଦେଶର ସବୁ ଗରିବ ପରିବାରକୁ ମାଗଣାରେ ମିଳିବ ଏଲପିଜି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଏହି ସୁବିଧା ପ୍ରଦାନ କରାଯିବ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

modi-govt-mega-apprenticeship-programme-will-provide-10-lakh-jobs

ସାମାଜିକ-ଅର୍ଥନୈତିକ ଜାତିଭିତ୍ତିକ ଜନଗଣନା (ଏସଇସିସି) ତାଲିକାରେ ନଥିବା ପରିବାର ବା ୭ଟି ବର୍ଗ ଯଥା ଅନୁସୂଚିତ ଜାତି/ଜନଜାତି ପରିବାର, ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାର ହିତାଧିକାରୀ, ଅନ୍ତ୍ୟୋଦୟ ଅନ୍ନ ଯୋଜନାର ହିତାଧିକାରୀ, ବନବାସୀ, ସର୍ବାଧିକ ପଛୁଆ ବର୍ଗ (ଏମବିସି), ଚା’ ବଗିଚାର ବର୍ତ୍ତମାନ ଓ ପୂର୍ବତନ ଆଦିବାସୀ, ଦ୍ବୀପା˚ଚଳ/ନଦୀ ଦ୍ବୀପା˚ଚଳରେ ରହୁଥିବା ଅଧିବାସୀ ଯେଉଁମାନଙ୍କ ନାମ ସାମାଜିକ-ଅର୍ଥନୈତିକ ଜାତିଭିତ୍ତିକ ଜନଗଣନା ତାଲିକାରେ ନାହିଁ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧୀନରେ ସାମିଲ କରାଯିବାକୁ ବାରଣ କରାଯାଇଥିଲା। ତେବେ ଏଥିରେ ପରିବର୍ତନ ପାଇଁ ବିଭିନ୍ନ ଆଡ଼ୁ ପ୍ରସ୍ତାବ ଆସିବା ପରେ ସରକାର ନିୟମ ବଦଳାଇଛନ୍ତି। ଏଣିକି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଏଲ୍ପିଜି ସ˚ଯୋଗ ପାଇପାରି ନଥିବା ଏସବୁ ପରିବାରଗୁଡ଼ିକ ଆବଶ୍ୟକ କାଗଜପତ୍ର ଦେଖାଇବା ପରେ ଯୋଗ୍ୟତା ସର୍ତ୍ତାବଳୀ ଅନୁଯାୟୀ ଏଲପିଜି ସ˚ଯୋଗ ପାଇପାରିବେ। କେନ୍ଦ୍ର ପେଟ୍ରୋଲିୟମ ଏବ˚ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ଏ ନେଇ ଏକ ପ୍ରସ୍ତାବ ଦେଇଥିଲା ଯାହାକୁ ଆଜିର ବୈଠକରେ ମଞ୍ଜୁରି ମିଳିଛି।

ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ୨୦୧୬ ମେ ପହିଲାରେ ଆରମ୍ଭ ହୋଇଥିଲା। ଏହା ଅଧୀନରେ ଗରିବ ପରିବାରଗୁଡ଼ିକୁ ମାଗଣା ଏଲ୍ପିଜି ସ˚ଯୋଗ ଯୋଗାଇ ଦିଆଯାଉଥିଲା। ପ୍ରତି ସ˚ଯୋଗ ପିଛା ଭାରତ ସରକାରଙ୍କ ପକ୍ଷରୁ ୧୬୦୦ ଟଙ୍କାର ନଗଦ ସହାୟତା ଏବ˚ ତୈଳ ବିପଣନ କମ୍ପାନିଗୁଡ଼ିକ ପକ୍ଷରୁ ଚୁଲା ଏବ˚ ପ୍ରଥମ ଥର ପାଇଁ ଗ୍ୟାସ ଭର୍ତ୍ତି ନିମନ୍ତେ ସୁଧମୁକ୍ତ ଋଣ ଯୋଗାଇ ଦିଆଯାଉଛି। ଏହି ଯୋଜନାରେ ବର୍ତମାନ ସୁଦ୍ଧା ୫.୮୬ କୋଟିରୁ ଅଧିକ ଏଲପିଜି ସ˚ଯୋଗ ଯୋଗାଇ ଦିଆଯାଇସାରିଲାଣି। ଏମାନଙ୍କ ମଧ୍ୟରୁ ୪୮%ରୁ ଅଧିକ ହିତାଧିକାରୀ ଏସସି/ଏସଟି ବର୍ଗର। ଦେଶରେ ୮ କୋଟି ଏଲପିଜି ସ˚ଯୋଗ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି। କ୍ୟାବିନେଟ୍ ଏହି ପ୍ରସ୍ତାବକୁ ଅନୁମୋଦନ ଦେବା ପରେ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.