ସାଧାରଣ ଜନତାଙ୍କୁ ମୋଦିଙ୍କ ଉପହାର : କମ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ମିଳିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଶସ୍ତା ଘର

41

ସହରାଂଚଳରେ କମ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ଯୋଗାଇବେ ଶସ୍ତା ଘର । ଆପଣ ଠିକ ଶୁଣୁଛନ୍ତି, ଶସ୍ତା ଘର ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାକୁ ସରଳୀକୃତ କରାଯାଉଛି । ବିକାଶ ପ୍ରାଧିକରଣ ଓ ଆବାସ ବିକାଶ ପରିଷଦକୁ ଏହି ଯୋଜନାରେ କାଂଶୀରାମ ଯୋଜନା ଜରିଆରେ ମାଗଣାରେ ଜମି ଦିଆଯିବ । ଆବାସ ବିଭାଗ ଏହି ସମ୍ବନ୍ଧରେ ଶୀଘ୍ର ସଂଶୋଧିତ ଶାସନାଦେଶ ଜାରି କରିବାକୁ ପ୍ରସ୍ତୁତ ହେଉଛନ୍ତି । କେନ୍ଦ୍ର ସରାକାର ସହରଠୁ ଆରମ୍ଭ କରି ଗ୍ରାମାଂଚଳରେ ରହୂୁଥିବା ବ୍ୟକ୍ତିଙ୍କ ପାଇଁ ଶସ୍ତା ଘର ଉପଲବ୍ଧ କରାଇବା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆରମ୍ଭ କରିଛନ୍ତି ।

ରାଜ୍ୟ ସରକାର ଏହି ଯୋଜନା ଆଧାରରେ ସହରାଂଚଳରେ ରହୁଥିବା ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ ଲକ୍ଷ ଟଙ୍କାରେ ଦୁଇ ବଖରା ବିଶିଷ୍ଟ ଘର ଦେବା ପାଇଁ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାରେ ୪ ଲକ୍ଷ ୫୦ ହଜାର ଟଙ୍କାରେ ଘର ନିର୍ମାଣ ହେବ, କିନ୍ତୁ ୨ ଲକ୍ଷ ୫୦ ହଜାର ଟଙ୍କାର ସବସିଡି ଦିଆଯିବ । ଆବାସ ଏବଂ ସହରୀ ନିୟୋଜନ ବିଭାଗ ଏହି ଯୋଜନାରେ ପୂର୍ବରୁ ଏକ ଲକ୍ଷ ଘର ଦେବାର ଲକ୍ଷ୍ୟ ବିକାଶ ପ୍ରାଧିକରଣ ଏବଂ ଆବାସ ବିକାଶ ପରିଷଦକୁ ଦେଇଥିଲେ । କିନ୍ତୁ ଜମି ନମିଳିବାରୁ ଏହି ଯୋଜନା ତ୍ୱରାନ୍ୱିତ ହୋଇ ପାରିଲାନି ।

ଆବାସ ବିଭାଗରେ ନିକଟରେ ବିକାଶ ପ୍ରାଧିକରଣର ଉପାଧ୍ୟକ୍ଷ ଏବଂ ଆବାସ ବିକାଶ ପରିଷଦର ଆୟୁକ୍ତଙ୍କ ବୈଠକ ହୋଇଥିଲା । ଏଥିରେ ସହରାଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ନିର୍ମାଣାଧିନ ଘର ଗୁଡିକର ଉନ୍ନତି ବାବଦରେ ସୂଚନା ମାଗିଥିଲେ । ସର୍ବାଧିକ ଅଧିକାରୀମାନେ ଘର ପାଇଁ ଜମି ନଥିବା ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ, ସହରାଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ନିର୍ମାଣ କରିବା ପାଇଁ ବିକାଶ ପ୍ରାଧିକରଣ ଏବଂ ଆବାସ ବିକାଶ ପରିଷଦକୁ ମାଗଣାରେ ଜମି ଦିଆଯିବ ।