ଓଡ଼ିଶା ପୋଲିସଙ୍କୁ ମାଗଣା ସ୍ବାସ୍ଥ୍ୟ ବୀମା ! ଉପକୃତ ହେବେ ଓଡ଼ିଶାର ମୋଟ ୭୨ ହଜାର ପୁଲିସ

1,673

କନକ ବ୍ୟୁରୋ : ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟରତ ଅଫିସର‌୍‌ ଏବ˚ କର୍ମଚାରୀଙ୍କୁ ମିଳିବ ମାଗଣା ସ୍ବାସ୍ଥ୍ୟ ବୀମା । ଓଡ଼ିଶାର ମୋଟ ୭୨ ହଜାର ୧୪୫ ଜଣ ପୁଲିସ ଉପକୃତ ହେବେ । ପ୍ରଥମ ଥର ପାଇଁ ଓଡ଼ିଶା ପୁଲିସ ରାଜ୍ୟରେ ଏଭଳି ସୁବିଧା ଲାଗୁ କରିବାକୁ ଯାଉଛି । ଏଥିପାଇଁ ଆସନ୍ତାକାଲି ମହାରାଷ୍ଟ୍ର ପୁଲିସ ବିଭାଗର ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର ଆଲୋଚନା କରିବାକୁ କଟକ ପୁଲିସ ମୁଖ୍ୟାଳୟକୁ ଆସୁଛନ୍ତି । ପୁଲିସ ଡିଜି ଡାକ୍ତର ଆର‌୍‌.ପି. ଶର୍ମାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବାର କାର‌୍ୟ୍ୟକ୍ରମ ରହିିଛି । ବୈଠକ ପରେ ବାର୍ଷିକ ବୀମା ଅର୍ଥ କେତେ ରହିବ, ସେ ନେଇ ଆଲୋଚନା କରାଯିବ । ସେହି ଆଧାରରେ ଟେଣ୍ତର ପାଇଁ ବୀମା ସ˚ସ୍ଥାଗୁଡ଼ିକୁ ଆହ୍ବାନ କରାଯିବ ।

ସୂଚନା ଅନୁଯାୟୀ, ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟରତ ଓଡ଼ିଶା କ୍ୟାଡର‌୍‌ ଆଇପିଏସ୍‌, ଓପିଏସ୍‌, ହାବିଲ୍‌ଦାର, କନଷ୍ଟେବଳଙ୍କୁ ପୂର୍ବରୁ କୌଣସି ସ୍ବାସ୍ଥ୍ୟ ବୀମା ମିଳୁନଥିଲା । ବାର୍ଷିକ ଚିକିତ୍ସା ଖର୍ଚ୍ଚ ବାବଦ ଯେଉଁ ବିଲ୍‌ ଜିଲ୍ଲା ଏସ୍‌ପିଙ୍କ ନିକଟକୁ ଆସୁଛି, ସେତିକ ଅର୍ଥ ନିଅଣ୍ଟ ପଡ଼ୁଥିବାରୁ ବିଭିନ୍ନ ସମୟରେ ପୁଲିସ ମହଲରେ ଅସନ୍ତୋଷ ସୃଷ୍ଟି ହେଉଛି । ବାର୍ଷିକ ଅର୍ଥ ପାଇବା ପାଇଁ ଯେଉଁ ଅଫିସର କିମ୍ବା କର୍ମଚାରୀ ପ୍ରଥମେ ଆବେଦନ କରୁଛନ୍ତି, କ୍ରମିକ ନମ୍ବର ଆଧାରରେ ସେମାନଙ୍କୁ ବିଲ୍‌ ଅର୍ଥ ମିଳୁଛି। ଅର୍ଦ୍ଧାଧିକ ପୁଲିସ ଟଙ୍କା ପାଇବାରୁ ବଞ୍ଚିତ ମଧ୍ୟ ହେଉଛନ୍ତି । ଏସବକୁ ଦୃଷ୍ଟିରେ ରଖାଯାଇ ପୁଲିସ ମୁଖ୍ୟାଳୟ ପକ୍ଷରୁ ଗୃହ ବିଭାଗକୁ ବାର୍ଷିକ ସ୍ବାସ୍ଥ୍ୟ ବୀମା ଯୋଗାଇ ଦେବାକୁ ସୁପାରିଶ କରାଯାଇଥିଲା ।

ସେହି ଆଧାରରେ ଆସନ୍ତାକାଲି ବୈଠକରେ ଆଲୋଚନା କରାଯିବ । ପୂର୍ବରୁ ମହାରାଷ୍ଟ୍ର, ପଞ୍ଜାବ ଭଳି ରାଜ୍ୟରେ ବାର୍ଷିକ ୫ରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟ ବୀମା ଲାଗୁ ହୋଇଛି । ମହାରାଷ୍ଟ୍ର ପୁଲିସ ବିଭାଗ ସ୍ବାସ୍ଥ୍ୟ ବୀମାରେ ଅଧିକ ସଫଳ ହୋଇଥିବାରୁ ସେହି ରାଜ୍ୟର ଜଣେ ବରିଷ୍ଠ ଆଇପିଏସ୍‌ ଅଫିସର ଆସନ୍ତାକାଲି ପୁଲିସ ମୁଖ୍ୟାଳୟରେ ପହଞ୍ଚିବେ । ଡିଜି ଶ୍ରୀ ଶର୍ମାଙ୍କ ଅଧ୍ୟକ୍ଷତାରେ ଦିନ ପ୍ରାୟ ୧୧ଟା ୩୦ରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ଏଥିରେ ଆଇପିଏସ୍‌ ଅଫିସର‌୍‌ ସ˚ଘ, ଓଡ଼ିଶା ପୁଲିସ ଅଫିସର‌୍‌ ସ˚ଘ, ହାବିଲ୍‌ଦାର କନ୍‌ଷ୍ଟେବଳ ଓ ସିପାହୀ ମହାସ˚ଘ, ପୁଲିସ ମୁଖ୍ୟାଳୟରେ କାର୍ଯ୍ୟରତ କିରାଣୀ ସ˚ଘର ସଦସ୍ୟମାନେ ଯୋଗ ଦେବେ ।

Patrika

୨୦୧୭ ଓ ୨୦୧୮ରେ ସ୍ବାସ୍ଥ୍ୟ ବୀମା ପ୍ରଦାନ ଦାବିରେ ହାବିଲ୍‌ଦାର କନ୍‌ଷ୍ଟେବଳ ଓ ସିପାହୀ ମହାସ˚ଘ ପକ୍ଷରୁ ଗୃହ ବିଭାଗ ମୁଖ୍ୟ ଶାସନ ସଚିବଙ୍କୁ ଭେଟି ଅବଗତ କରାଯାଇଥିଲା । ଆସନ୍ତାକାଲି ଏ ସ˚କ୍ରାନ୍ତରେ ଆଲୋଚନା କରାଯାଉଥିବା ବେଳେ ମହାସ˚ଘ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବ˚ ପୁଲିସ ଡିଜିଙ୍କ ସହିତ ଆଉ ଏକ ବୈଠକ କରିବାକୁ ଯାଉଛି । ଏଥିରେ ବର୍ତ୍ତମାନ କାର୍ଯ୍ୟରତ ୭ ହଜାର ଠିକା ଭିତ୍ତିକ ହାବିଲ୍‌ଦାର ଓ କନ୍‌ଷ୍ଟେବଳଙ୍କୁ ନିୟମିତ କରିବାକୁ ଦାବି କରାଯିବ । ୨୦୧୦ରୁ କର୍ମଚାରୀଙ୍କୁ ମିଳୁଥିବା ୧୩ ମାସର ଦରମାକୁ ସପ୍ତମ ବେତନ କମିସନ ଅନୁଯାୟୀ ବୃଦ୍ଧି କରିବା, ସ୍ପେଶାଲ ପେ ଆଲାଉନ୍ସ ଭଳି ୧୩ଟି ପ୍ରମୁଖ ଦାବି ସମ୍ପର୍କରେ ଆଲୋଚନା କରାଯିବାକୁ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି ।

ମତାମତ

Your email address will not be published.