ରାଜଧାନୀବାସୀଙ୍କ ମନ ଜିଣିଲା ବାବୁ ମୋସାଏ ହୋଟେଲ । ବାତ୍ୟା ପରେ ହନ୍ତସନ୍ତ ହେଉଥିବା ସ୍ମାର୍ଟସିଟିବାସୀଙ୍କୁ ବିନା ଟଙ୍କାରେ ଯୋଗାଇ ଦେଉଛି ଖାଇବା ।

4,153
କନକ ବ୍ୟୁରୋ : ରାସ୍ତା ଉପରେ ଭାତ ଡାଲମା । ଲମ୍ବା ଧାଡିରେ ଆସି ଲୋକେ ମାଗଣାରେ ଦିମୁଠା ଖାଉଛନ୍ତି । ବାତ୍ୟା ଫୋନି ପ୍ରଳୟ ପରେ ରାଜଧାନୀରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ସବୁଆଡେ ପାଣି, ବିଜୁଳି ସମସ୍ୟା ଦେଖାଦେଇଥିବା ବେଳେ ଭୁବନେଶ୍ୱର ନିକୋ ପାର୍କ ନିକଟରେ ଲୋକଙ୍କୁ ଅନ୍ନ ଦାନ କରୁଛନ୍ତି ବାବୁ ମୋସାଇ ହୋଟେଲର ବିମୋହନ ପାଢୀ ଓ ତାଙ୍କ ସାଥୀ ମାନେ ।
ବିନା ଅର୍ଥରେ ହଜାରେରୁ ଅଧିକ ଲୋକଙ୍କ ପାଇଁ ଭାତ ଡାଲମା ବ୍ୟବସ୍ଥା କରିଛି ବାବୁ ମୋସାଇ ହୋଟେଲ । ସବୁଠୁ ବଡ କଥା ହେଲା ବାତ୍ୟା ଫୋନି ପରେ ଯେତେବେଳେ ରାଜଧାନୀବାସୀ ଖାଦ୍ୟ ଓ ପାନୀୟ ବିନା ହନ୍ତସନ୍ତ ହେଉଛନ୍ତି ସେତେବେଳେ ବାବୁ ମୋସାଇ ହୋଟେଲ ପେଟକୁ ୨ ମୁଠା ଖାଇବାକୁ ଲୋକଙ୍କ ମନ ଜିଣିଛନ୍ତି ।