୨୦୧୯ରୁ ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣାରେ କୋଚିଂ ଯୋଗାଇବେ କେନ୍ଦ୍ର ସରକାର : ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସୂଚନା

32

କନକ ବ୍ୟୁରୋ : ୨୦୧୯ ମସିହାରୁ ଦେଶର ସମସ୍ତ ଜେଇଇ ଏବଂ ନିଟ୍ ଏଂଟ୍ରାସ ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାଗଣାରେ କୋଚିଂ ଯୋଗାଇ ଦିଆଯିବ । ଏହି ପ୍ରବେଶିକା ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟୋଜିତ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତାର ୨୬୯୭ଟି ଟେଷ୍ଟ ପ୍ରାକ୍ଟିସ ସେଂଟରକୁ ଟିଚିଂ ସେଂଟରରେ ପରିଣତ କରିବ ।

ଆସନ୍ତା ବର୍ଷ ସେପ୍ଟେମ୍ବର ୮ ତାରିଖରୁ ଏହି ପ୍ରାକ୍ଟିସ ସେଂଟର ଗୁଡିକ କାମ କରିବା ଆରମ୍ଭ କରିବ ବୋଲି ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି । ସରକାରଙ୍କ ତରଫରୁ ଦିଆଯିବାକୁ ଥିବା ଏହି କୋଚିଂ ପାଇଁ ଛାତ୍ରଛାତ୍ରୀମାନଙ୍କ ଠାରୁ କୌଣସି ଟଙ୍କା ନିଆଯିବନାହିଁ । ଅର୍ଥ ଅଭାବ କାରଣରୁ ବିଭିନ୍ନ ଘରୋଇ କୋଚିଂ ସେଂଟରରେ କୋଚିଂ ନେବାରୁ ବଂଚିତ ଥିବା ଦକ୍ଷତା ସମ୍ପନ୍ନ ଛାତ୍ରଛାତ୍ରୀମାନେ ସରକାରଙ୍କ ଏହି ପ୍ରାକ୍ଟିସ ସେଂଟର ଦ୍ୱାରା ଲାଭବାନ ହୋଇପାରିବେ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ।

ମଫସଲ ଏବଂ ଆଂଶିକ ମଫସଲ ଅଞ୍ଚଳରେ ଥିବା କେନ୍ଦ୍ରଗୁଡ଼ିକର ଛାତ୍ରଛାତ୍ରୀମାନେ ମଧ୍ୟ ଏଥିରେ ଉପକୃତ ହେବେ । ମେ ୨୦୧୯ ଠାରୁ ଏ ସବୁ କେନ୍ଦ୍ରଗୁଡ଼ିକରେ ଶିକ୍ଷାଦାନ ବ୍ୟବସ୍ଥା କରାଯିବ । କୋଚିଙ୍ଗ୍ ଗ୍ରହଣ କରିବାକୁ ଆଶାୟୀ ଛାତ୍ରଛାତ୍ରୀମାନଙ୍କ ସୁବିଧା ଲାଗି ସେମାନଙ୍କୁ ପାଖ ହେଲା ଭଳି କେନ୍ଦ୍ର ସମ୍ପର୍କରେ ସୂଚନା ଦେବୁ  । ‘ନ୍ୟାସନାଲ ଟେଷ୍ଟିଙ୍ଗ୍ ଏଜେନ୍ସି’ ଏକ ମୋବାଇଲ୍ ଆପ୍ଲିକେସନ୍ ଲଞ୍ଚ୍ କରିବ ।