ନିସ୍ୱାର୍ଥପର ସେବା ଯୋଗାଉଛନ୍ତି ସମ୍ବଲପୁର ଭିସୁଟର ଛାତ୍ରଛାତ୍ରୀ : ୧୦ବର୍ଷ ହେଲା ତଳିଆ ଅଂଚଳର ଗରିବ ଛାତ୍ରଛାତ୍ରୀଙ୍କୁ ମାଗଣାରେ କରୁଛନ୍ତି ଶିକ୍ଷାଦାନ

80

କନକ ବ୍ୟୁରୋ : ଚର୍ଚ୍ଚାରେ ଭିସୁଟ୍ ଛାତ୍ରଛାତ୍ରୀ ନିଃସ୍ୱାର୍ଥପର ଶିକ୍ଷା ସେବା । ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଦୀର୍ଘ ୧୦ବର୍ଷ ହେଲା ମାଗଣାରେ ତଳିଆ ଅଂଚଳର ଗରିବ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେଇ ଆସୁଛନ୍ତି । ଅଂଚଳର ପିଲାମାନେ ଉପକୃତ ହେବା ସହ ମାଟ୍ରିକ ପରୀକ୍ଷାରେ ୭୫ ପ୍ରତିଶତରୁ ଅଧିକ ନମ୍ବର ରଖି ଉଚ୍ଚଶିକ୍ଷା ପାଇଁ ଯୋଗ୍ୟ ବିବେଚିତ ହୋଇପାରିଛନ୍ତି । ୧୦ବର୍ଷ ତଳେ ବିଶ୍ୱବିଦ୍ୟାଳୟର କିଛି ଛାତ୍ର ନିଜ ହଷ୍ଟେଲରେ କାମ କରୁଥିବା ଶ୍ରମିକ ମାନଙ୍କର ଛୁଆମାନଙ୍କୁ ପାଠ ପଢାଇବା ଆରମ୍ଭ କରିଥିଲେ । ସେବେଠାରୁ ଆଜି ପର୍ଯ୍ୟନ୍ତ ଜାରି ରହିଛି ଭିସୁଟ୍ ଛାତ୍ରଛାତ୍ରୀଙ୍କ ନିଷ୍ଠାପର ଶିକ୍ଷାସେବା ।

ବିଶ୍ୱବିଦ୍ୟାଳୟର ଛାତ୍ରମାନେ ପ୍ରତ୍ୟେକ ଦିନ ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ପାଠ ପଢାଇଥାନ୍ତି । ଛାତ୍ରୀମାନେ କେବଳ ରବିବାର ଦିନ ଆସି ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପ୍ରକାର ନୃତ୍ୟ ଗୀତର ଶିକ୍ଷା ଦେଇଥାନ୍ତି । ବର୍ତ୍ତମାନ ୨ଟି ପଡାର ୧୫୦ଜଣରୁ ଉଦ୍ଧ୍ୱର୍ ଛାତ୍ରଛାତ୍ରୀ ପାଠ ପଢ଼ୁଛନ୍ତି । ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ୁଛନ୍ତି । ୧ମରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଏଠାରେ ପାଠ ପଢିଥାନ୍ତି । ଛାତ୍ରଛାତ୍ରୀମାନେ ନିଜ ପକେଟ ଖର୍ଚ୍ଚରୁ ଚାନ୍ଦା କରି ଜଣେ ଶିକ୍ଷକଙ୍କୁ ମାସକୁ ୧୫ଶହ ଟଙ୍କା ଦେଇ ନିଯୁକ୍ତି ମଧ୍ୟ ଦେଇଛନ୍ତି । ସମ୍ବଲପୁର ଜିଲ୍ଲାପାଳ କିର୍ବା ଗ୍ରାମକୁ ଯାଇ ସଂସ୍କାର ନାଁରେ ଚାଲିଥିବା ଏହି କାଯ୍ୟକ୍ରମ ପରିଦର୍ଶନ କରିଛନ୍ତି ଓ ଏହାକୁ ସଂପ୍ରସାରିତ କରିବାକୁ ଯୋଜନା ଆରମ୍ଭ କରିଛନ୍ତି ।