୨୦୧୯ରୁ ଜେଇଇ ଓ ନିଟ୍ ପରୀକ୍ଷାର୍ଥୀଙ୍କୁ ମାଗଣାରେ କୋଚିଂ ଯୋଗାଇବେ କେନ୍ଦ୍ର ସରକାର ! ଅଢେଇ ହଜାରରୁ ଅଧିକ ଟିଚିଂ ସେଣ୍ଟରରେ ଦିଆଯିବ କୋଚିଂ ।

40

କନକ ବ୍ୟୁରୋ : ୨୦୧୯ ମସିହାରୁ ଦେଶର ସମସ୍ତ ଜେଇଇ ଏବଂ ନିଟ୍ ଏଣ୍ଟ୍ରାସ ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ମାଗଣାରେ କୋଚିଂ ଯୋଗାଇ ଦିଆଯିବ । ଏହି ଏଣ୍ଟ୍ରାସ ପରୀକ୍ଷା କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ନିୟୋଜିତ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତାର ୨ ହଜାର ୬୯୭ଟି ଟେଷ୍ଟ ପ୍ରାକ୍ଟିସ ସେଂଟରକୁ ଟିଚିଂ ସେଂଟରରେ ପରିଣତ କରିବ । ଆସନ୍ତା ବର୍ଷ ସେପ୍ଟେମ୍ବର ୮ ତାରିଖରୁ ଏହି ପ୍ରାକ୍ଟିସ ସେଂଟର ଗୁଡିକ କାମ କରିବା ଆରମ୍ଭ କରିବ ବୋଲି ମାନବ ସମ୍ବଳ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

ସରକାରଙ୍କ ତରଫରୁ ଦିଆଯିବାକୁ ଥିବା ଏହି କୋଚିଂ ପାଇଁ ଛାତ୍ରଛାତ୍ରୀମାନଙ୍କ ଠାରୁ କୌଣସି ଟଙ୍କା ନିଆଯିବନାହିଁ । ଅର୍ଥ ଅଭାବ କାରଣରୁ ବିଭିନ୍ନ ଘରୋଇ କୋଚିଂ ସେଂଟରରେ କୋଚିଂ ନେବାରୁ ବଂଚିତ ଥିବା ଦକ୍ଷତା ସମ୍ପନ୍ନ ଛାତ୍ରଛାତ୍ରୀମାନେ ସରକାରଙ୍କ ଏହି ପ୍ରାକ୍ଟିସ ସେଂଟର ଦ୍ୱାରା ଲାଭବାନ ହୋଇପାରିବେ ବୋଲି ମନ୍ତ୍ରଣାଳୟ ତରଫରୁ କୁହାଯାଇଛି । ତେବେ ଦେଶର ସମସ୍ତ ଜେଇଇ ଏବଂ ନିଟ୍ ଏଣ୍ଟ୍ରାସ ଦେବାକୁ ଥିବା ଛାତ୍ରଛାତ୍ରୀମାନଙ୍କୁ ୨୦୧୯ ମସିହାରୁ କେନ୍ଦ୍ର ସରକାରଙ୍କ ତରଫରୁ ମାଗଣା କୋଚିଂ ଯୋଗାଇ ଦିଆଯିବ ।