ଜାନୁୟାରୀ ୨୦ରୁ ମହଙ୍ଗା ହେବ ନାହିଁ ବ୍ୟାଙ୍କିଂ ସେବା ! ଗୁଜବ ଖବର ପ୍ରସାର ବନ୍ଦ କରିବା ଅନୁରୋଧ କଲେ ସରକାର

35

ବନ୍ଦ ହେବନାହିଁ ମାଗଣା ବ୍ୟାଙ୍କିଂ ସେବା । ୨୦ ଜାନୁୟାରୀରୁ ଠାରୁ ମାଗଣା ବ୍ୟାଙ୍କିଂ ସେବା ବନ୍ଦ କରିବାର କୌଣସି ଯୋଜନା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସରକାର । ବ୍ୟାଙ୍କିଂ ସେବା ମହଙ୍ଗା ହେବା ଖବରକୁ ଗୁଜବ ଖବର ବୋଲି କହିଲେ ସରକାର । ଏହାସହ ଏପରି ଗୁୁଜବ ଖବର ପ୍ରଚାର ନକରିବା ପାଇଁ ସରକାରେ ଅନୁରୋଧ କରିଛନ୍ତି । ତେବେ ଏହି ଖବର ଶୁଣି ଗ୍ରାହକଙ୍କୁ ମୁଣ୍ଡରୁ ଏକ ବଡ଼ ଚିନ୍ତା ଓଲ୍ହାଇଗଲା । ବ୍ୟାଙ୍କ୍ ସେବା ମହଙ୍ଗା ହେବ ବୋଲି ପ୍ରକାଶ ପାଇବାପରେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ିଯାଇଥିଲା । ଇଣ୍ଡିଆନ୍ ବ୍ୟାଙ୍କ୍ ଆସୋସିଏସନକ କହିଛି କି ବ୍ୟାଙ୍କର ନିଶୁଳ୍କ ସେବା ୨୦ ଜାନୁୟାରୀ ପରଠାରୁ ମଧ୍ୟ ଜାରି ରହିବ । ନିଶୁଳ୍କ ସେବାକୁ ବନ୍ଦ କରିବା ପାଇଁ କୌଣସି ଘୋଷଣା ହୋଇନାହିଁ କିମ୍ବା କୌଣସି ବିଚାର ମଧ୍ୟ କରାଯାଇ ନାହିଁ । ବ୍ୟାଙ୍କିଂ ଆସୋସିଏସନ ମୁତାବକ ମାଗଣା ସବୋ ପୂର୍ବପରି ଜାରି ରହିବ ।

ସୂଚନାଯୋଗ୍ୟ ୨ ଦିନ ପୂର୍ବରୁ ଖବର ଆସିଥିଲା ଜାନୁୟାରୀ ୨୦ରୁ ମହଙ୍ଗା ହେବ ବ୍ୟାଙ୍କିଂ ସେବା । ବିଭିନ୍ନ ସେବା ପାଇବା ପାଇଁ ଗ୍ରାହକଙ୍କୁ ଦେବାକୁ ପଡିବ ଟାକ୍ସ । ଆସନ୍ତା ୨୦ ତାରିଖରୁ ସରକାରୀ ଏବଂ ଘରୋଇ ବ୍ୟାଙ୍କ ଗୁଡ଼ିକ ଗ୍ରାହକଙ୍କଠାରୁ କେତେକ ସେବା ପାଇଁ ଶୁଳ୍କ ଆଦାୟ କରିପାରନ୍ତି ବୋଲି ଖବର ଆସିଥିଲା। ଟଙ୍କା ଉଠାଇବା, ଜମା କରିବା, ମୋବାଇଲ ନମ୍ବର ବଦଳାଇବା, କେଓ୍ଵାଇସି ଯୋଡ଼ିବା, ଠିକଣା ବଦଳାଇବା, ନେଟବ୍ୟାଙ୍କିଂ ଓ ଚେକ ବହି ପାଇଁ ଆବେଦନ କରିବା ଭଳି ସେବା ପାଇଁ ଗ୍ରାହକଙ୍କୁ ଅର୍ଥ ଦେବାକୁ ପଡ଼ିବ ବୋଲି ଖବର ଆସିଥିଲା । ଗଣମାଧ୍ୟମରେ ହେଉଥିବା ଚର୍ଚା ଅନୁସାରେ, ସେଲ୍ଫ ଚେକରେ ୫୦ ହଜାର ଟଙ୍କା ଉପରକୁ ଟଙ୍କା ଉଠାଇଲେ ଶୁଳ୍କ ଦେବାକୁ ପଡ଼ିବ ବୋଲି ଶୁଣିବା ପାଇଁ ମିଳିଥିଲା । ତେବେ ଏତେସବୁ କଳ୍ପନା ଜଳ୍ପନାକୁ ଭୁଲ ପ୍ରମାଣିତ କରି ସରକାର କହିଛନ୍ତି ଜାନୁୟାରୀ ପରଠାରୁ ମହଙ୍ଗା ହେବନାହିଁ ବ୍ୟାଙ୍କିଂ ସେବା ।