ଦିଲ୍ଲୀ ସଡ଼କରେ ବୁଲନ୍ତି ଏହି ଦେବଦୂତ ! ପେସା ଅଟୋ ଡ୍ରାଇଭର୍ ନିଶା ରୋଗୀ ସେବା , ମାଗଣା ଅଟୋ ଆମ୍ବୁଲାନ୍ସ ଜରିଆରେ ଆହତଙ୍କ ପାଇଁ ସାଜିଛନ୍ତି ଭଗବାନ । 

110

“ମୁଁ କେବେ ବି କେଉଁ ଅସହାୟ ପାଖରେ ଠିଆ ହୋଇ ତାକୁ ମରୁଥିବାର ଦେଖିପାରିବିନି ।” ମନକୁ ଆନ୍ଦୋଳିତ କରୁଥିବା ଏହି ଶବ୍ଦ ସେହି ବୃଦ୍ଧଙ୍କର ଯାହାଙ୍କ ବୟସ ୭୬ ବୟସ ପାର୍ ହୋଇଯାଇଛି । କିନ୍ତୁ ତାଙ୍କ ଉତ୍ସାହଭରା ଜୋସ୍ ତାଙ୍କୁ ଏବେବି ଯବାନ କରି ରଖିଛି । ପେସାରେ ଅଟୋଚାଳକ କାମ କରୁଥିବା ହରଜିନ୍ଦର୍ ସିଂହ ଦିଲ୍ଲୀର ସଡ଼କରେ ଦେବଦୂତ ଭଳି କାମ କରୁଛନ୍ତି ।

 

କାମକୁ ଯିବା ପୂର୍ବରୁ ସିଂହ ଅଟୋରେ ଫାଷ୍ଟ୍ ଏଡ୍ କିଟକୁ ଭଲଭାବରେ ଦେଖିନିଅନ୍ତି । ଯେଉଁଥିରେ ବ୍ୟାଣ୍ଡେଜ୍ , ଆଣ୍ଟିସେପ୍ଟିକ୍ ଲୋସନ୍ ,ପୋଡାଜଳା ପାଇଁ କ୍ରୀମ୍ ଆଦି ଆପାତ୍ତକାଳୀନ ମେଡିସିନ୍ ରହିଥାଏ । ଯଦି ଏଥିରୁ କିଛି ସାମଗ୍ରୀ କମିଯାଏ କିମ୍ବା ଶେଷ ହୋଇଯାଏ ତେବେ ସିଂହ ତୁରନ୍ତ ନୂଆ ମେଡିସିନ୍ କିଣି ଘରୁ ବାହାରିଥାନ୍ତି । ସିଂହ ଅଟୋରିକ୍ସା ୟୁନିୟନର ମହାସଚିବ ମଧ୍ୟ ରହିଛନ୍ତି । ୧୯୬୪ ମସିହାରୁ ଅଟୋରିକ୍ସା ଚାଳକ ରୁପେ ସେ ଦିଲ୍ଲୀର ସଡକରେ କାମ କରିଆସୁଛନ୍ତି । କିନ୍ତୁ  ଗୋଟିଏ ଦିନ ବି ତାଙ୍କର ଚାଲାଣ୍ କଟିନି କି ତାଙ୍କୁ ପୋଲିସ୍ ମଧ୍ୟ ରୋକିନାହାନ୍ତି । ସିଂହଙ୍କ ଅଟୋ ରିକ୍ସା ଆମ୍ବୁଲାନ୍ସ ୧୯୭୮ ରେ ଦିଲ୍ଲୀରେ ଆସିଥିବା ବାତ୍ୟାରୁ ଆରମ୍ଭ ହେଲା । ଏହି ଘଟଣାକୁ ୪୧ ବର୍ଷ ବିତିଯାଇଥିଲେ ମଧ୍ୟ ସିଂହ ସେତେବେଳେ ଲୋକଙ୍କ ଖୁବ୍ ସାହାଯ୍ୟ କରିଥିଲେ ।

ଆଜି ପର୍ଯ୍ୟନ୍ତ କେତେ ଲୋକଙ୍କୁ ସାହାଯ୍ୟ କରିଥିବା ପ୍ରଶ୍ନରେ ସେ କୁହନ୍ତିି , ମୁଁ କେତେ ଆହତ ଏବଂ ପୀଡିତଙ୍କୁ ଡାକ୍ତରଖାନା ପହଁଚାଇଛି ତାହାର କେବେ ହିସାବ ରଖିନି । ନିଜ ଅଟୋ ରିକ୍ସା ପଛପଟେ ଫୋନ୍ ନମ୍ବର ଲେଖିଥିବା ଏହି ଦେବଦୂତଙ୍କ ପାଖକୁ ଦୈନିକ ଅନେକ କଲ୍ ଆସିଥାଏ ଏବଂ ବିନା କୌଣସି ସଙ୍କୋଚରେ ସେ ଅଟୋ ଧରି ଅସହାୟ , ଆହତଙ୍କ ପାଖରେ ପହଁଚିଯାନ୍ତି । ତାଙ୍କ ବୟସକୁ ଦେଖି ପରିବାର ସଦସ୍ୟ ତାଙ୍କୁ ଘରେ ବିଶ୍ରାମ କରିବାକୁ କହୁଛନ୍ତି କିନ୍ତୁୁ ନିଜ କର୍ମରେ ସନ୍ତୁଷ୍ଟି ଲାଭ କରୁଥିବା ସିଂହ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଏହି ପ୍ରୟାସକୁ  ଜାରୀ ରଖିବା କଥା କୁହନ୍ତିି । ହରଜିନ୍ଦର୍ ନା କେବଳ ଆହତଙ୍କୁ ଡାକ୍ତରଖାନା ପହଁଚାନ୍ତି ସମୟ ପଡିଲେ ସେ ଔଷଧ ବି ଯୋଗାଇ ଦିଅନ୍ତି । ଅଟୋ ଚଲାଇ ସେ ଯାହା ରୋଜଗାର କରନ୍ତି ସେଥିରୁ ଅଳ୍ପ ଘରକୁ ଦିଅନ୍ତି ଏବଂ ବାକି ଆର୍ଥୀକ ଅସମର୍ଥ ରୋଗୀଙ୍କୁ ଉପଲବ୍ଧ କରାଇଦିଅନ୍ତି । ହରଜିନ୍ଦର ରୋଗୀଙ୍କ ନାଁ , ମୋବାଇଲ୍ ନମ୍ବର ଏବଂ ଠିକଣା ନେଇ ତାଙ୍କୁ ଆବଶ୍ୟକ ପଡିଲେ ଅନ୍ୟ ସହାୟତା କରିବା ପାଇଁ ଆସିଥାନ୍ତି ।