ଫିଲ୍ମି ଫ୍ରାଇଡେରେ ଆଜି ‘ବାର୍ ବାର୍ ଦେଖୋ’ କୁ ଟକ୍କର ଦେବ ‘ଫ୍ରିକୀ ଅଲ୍ଲୀ’

44

ଫିଲ୍ମି ଫ୍ରାଇଡେରେ ଆଜି ବଡ଼ ପରଦାକୁ ଆସୁଛି ଦୁଇଟି ବଲିଉଡ ଫିଲ୍ମ । ସିଦ୍ଧାର୍ଥ ମାଲହୋତ୍ରାଙ୍କ ରୋମାଂଟିକ୍ ଫିଲ୍ମ ‘ବାର୍ ବାର୍ ଦେଖୋ’ କୁ ଟକ୍କର ଦେବ ନୱାଜୁଦ୍ଦିନ ସିଦ୍ଦିକୀଙ୍କ ‘ଫ୍ରିକୀ ଅଲ୍ଲୀ’ ।

freaky-ali-posters-0001‘ଫ୍ରିକୀ ଅଲ୍ଲୀ’ରେ ଜଣେ ଗଲ୍ଫ ଖେଳାଳିଙ୍କ ଭୁମିକାରେ ଆସୁଛନ୍ତି ନୱାଜୁଦ୍ଦିନ୍ । ଗରିବ ମଣିଷଟିଏ କିଭଳି ଜଣେ ପ୍ରତିଷ୍ଠିତ ଗଲ୍ଫ ଖେଳାଳି ପାଲଟି ଯାଉଛି ସେ ଉପରେ ରହିଛି ଫିଲ୍ମର କାହାଣୀ । ନୱାଜୁଦ୍ଦିନଙ୍କ ଅପୋଜିଟରେ ଅଛନ୍ତି ଏମୀ ଜେକସନ୍ । ମନଛୁଆଁ କାହାଣୀ ସହ ଫିଲ୍ମରେ କମେଡ଼ିର ଭରପୁର ତଡକା ରହିଛି । ଫିଲ୍ମର ରଚନା ଓ ନିର୍ଦେଶନା ଦେଇଛନ୍ତି ସେହେଲ ଖାଁ ଦେଇଥିବା ବେଳେ ଏଥିରେ ଏକ ପ୍ରମୁଖ ଭୂମିକାରେ ଅଛନ୍ତି ଅରୱାଜ ଖାନ୍।

baar-baar-dekho-1ସେହିପରି ସିଦ୍ଧାର୍ଥ ମାଲହୋତ୍ରା ଏବଂ କେଟ୍ରିନା କୈଫ ଅଭିନୀତ ରୋମାଂଟିକ୍ ସିନେମା- ବାର୍ ବାର୍ ଦେଖୋ ମଧ୍ୟ ଆଜି ରିଲିଜ୍ ହେଉଛି । ଫିଲ୍ମଟି ରିଲିଜ ହେବା ପୂର୍ବରୁ ଏହି ଦୁଇଙ୍କ ଯୋଡ଼ିକୁ ନେଇ ସିନେପ୍ରେମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି। ପ୍ରେମୀ କାହାଣୀକୁ ନେଇ ଆସୁଥିବା ଏହି ଫିଲ୍ମର କିଛି ରୋମାଂଟିକ୍ ଗୀତ ଫିଲ୍ମ ରିଲିଜ ହେବା ପୂର୍ବରୁ ବେଶ ଗ୍ରହଣୀୟ ହୋଇପାରିଛି। ଏହି ଫିଲ୍ମ ଜରିଆରେ ଫିଲ୍ମ ନିର୍ଦେଶନା କ୍ଷେତ୍ରରେ ପାଦ ଥାପିଛନ୍ତି ନିତ୍ୟା ମେହେରା।