ଘରୋଇ ଗ୍ୟାସର ଅନଲାଇନ୍ ବ୍ୟବସ୍ଥାରେ ହେଉଛି ବଡ ଧରଣର କଳାବଜାରୀ ! ଘଟଣା ଜାଣି ଉପଭୋକ୍ତାଙ୍କୁ ଲାଗିବ ଶକ୍ତ ଝଟକା ।

52

ସରକାର ଘରୋଇ ସିଲିଣ୍ଡର ଗ୍ୟାସ୍ ର କଳାବଜାରୀକୁ ରୋକିବା ପାଇଁ ଏହାର ଅନଲାଇନ୍ ବ୍ୟବସ୍ଥା ସିନା କାଢିଦେଲେ କିନ୍ତୁ ଏହି ଧନ୍ଦାରେ ପାରଙ୍ଗମ ଥିବା ଲୋକ ମଧ୍ୟ ଏହାର ଅନ୍ୟ ବାଟ ବାହାର କରିଦେଇଛନ୍ତି । ଉପଭୋକ୍ତାଙ୍କ କହିବାନୁସାରେ ଏଜେନ୍ସି ସଂଚାଳକ ବିନା ସୁଚନାରେ ଉପଭୋକ୍ତାଙ୍କ ନାମରେ ୨ ରୁ ୩ ଟି ସିଲିଣ୍ଡର ନେବା ଆରମ୍ଭ କରିଦେଲେଣି । ତେବେ ଏହି କଳାବଜାରୀର ଖୁଲାସା ସେତେବେଳେ ଜଣାପଡିଲା ଯେତେବେଳେ ସିଲିଣ୍ଡର ବିନା ବୁକ୍ କରି ମଧ୍ୟ ଉପଭୋକ୍ତାଙ୍କ ଖାତାରେ ସବସିଡି ପହଞ୍ôଚଲା । ତେବେ ଏଭଳି ଘଟଣା ଏବେ ଗ୍ରାହକଙ୍କ ପାଇଁ ଏକପ୍ରକାର ସମସ୍ୟାର କାରଣ ପାଲଟି ଯାଇଛି । କିଛି ଏଜେନ୍ସି ଏଭଳି କାମ କରି ନିଜ ଲାଭ ସକାଶେ ଲୋକଙ୍କୁ ହଇରାଣ କରିବାକୁ ପଛାଉନାହାନ୍ତି ।

ଗ୍ୟାସ୍ ସିଲିଣ୍ଡରର ବୁକିଙ୍ଗ୍ କରାଇନାହାନ୍ତି କିନ୍ତୁ ସବସିଡି ଆସିଯାଉଛି 

ଜଣେ ଗ୍ରାହକ ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ଗ୍ୟାସ୍ ସିଲିଣ୍ଡରର ବୁକିଂ କରିନଥିଲେ କିନ୍ତୁ ଦୁଇମାସର ସବସିଡି ତାଙ୍କ ପାଖରେ ଆସି ପହଞ୍ଚିଥିଲା । ତେବେ ଗୋଟିଏ କିମ୍ବା ଦୁଇଟି ନୁହଁ ଏଭଳି ଶହ ଶହ ଅଭିଯୋଗ ଆସୁଛି । ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ଦୁଇ ବର୍ଷ ପୂର୍ବରୁ ରୋଷେଇ ଗ୍ୟାସର କଳାବଜାରୀକୁ ରୋକିବା ପାଇଁ ସିଲିଣ୍ଡରର ଅନଲାଇନ୍ ବ୍ୟବସ୍ଥା ଆରମ୍ଭ କରିଥିଲେ । ନୂଆ ବ୍ୟବସ୍ଥା ଅନୁସାରେ ଉପଭୋକ୍ତାଙ୍କୁ ପୁରା ଦାମରେ ସିଲିଣ୍ଡର ଦିଆଗଲା । ଯାହାର ସବସିଡି ତାଙ୍କ ଖାତାରେ ଟ୍ରାନ୍ସଫର କରିଦିଆଗଲା ।

 

ଚିହ୍ନଟ କରି ଉପଭୋକ୍ତାଙ୍କ ସୂଚି ପ୍ରସ୍ତୁତ କରାଯାଏ 

କିଛି ଦିନ ପର୍ଯ୍ୟନ୍ତ ଏହି ବ୍ୟବସ୍ଥାର ସକାରାତ୍ମକ ପରିଣାମ ସାମ୍ନାକୁ ଆସିଲା ଏବଂ କିଛି ଦିନ ପର୍ଯ୍ୟନ୍ତ କଳାବଜାରୀ ଉପରେ ମଧ୍ୟ ରୋକ ଲଗାଯାଇପାରିଲା । କିନ୍ତୁ ଏବେ ଏଜେନ୍ସି ସଞ୍ଚାଳକ ଘରୋଇ ଗ୍ୟାସ୍ ର କଳାବଜାରୀର ରାସ୍ତା ଖୋଜିବାରେ ସଫଳ ହୋଇଯାଇଛନ୍ତି । ଏଜେନ୍ସି ସଞ୍ଚାଳକ ଉପଭୋକ୍ତାଙ୍କୁ ନ ପଚାରି ତାଙ୍କ କନେକ୍ସନର ସିଲିଣ୍ଡର ନେଇଯାଉଛନ୍ତି । ଏହାର ସୂଚନା ଉପଭୋକ୍ତାଙ୍କୁ ତାଙ୍କ ଖାତାରେ ସବସିଡି ପହଞ୍ôଚବା ପରେ ଜଣାପଡିଲା ।

ତେବେ ଜଣେ ଉପଭୋକ୍ତାଙ୍କୁ ଏକ ବର୍ଷରେ ୧୨ ଟି ସିଲିଣ୍ଡର ମିଳିଥାଏ । କିଛି ଉପଭୋକ୍ତା ବର୍ଷେ ମଧ୍ୟରେ ଏଥିରୁ ଅଧା ସିଲିଣ୍ଡର ହିଁ ନେଇଥାନ୍ତି । ଗ୍ୟାସ୍ ଏଜେନ୍ସି ଏଭଳି ଉପଭୋକ୍ତାଙ୍କୁ ଚିହ୍ନଟ କରିଥାଏ । ତେବେ ବର୍ତ୍ତମାନ ଅକ୍ଟୋବର ମାସ ଚାଲିଛି । ତେବେ ଯେଉଁ ଉପଭୋକ୍ତା ମାନେ ସାତରୁ ଆଠ ଟି ସିଲିଣ୍ଡର ନେଇଛନ୍ତି ସେମାନଙ୍କ ତାଲିକା ବାହାର କରି ଏଜେନ୍ସି କଳାବଜାରୀ କରିବା ଆରମ୍ଭ କରିଦେଇଛି ।