କନକ ବ୍ୟୁରୋ : ହାତରୁ ଛାଡିନଥିଲା ମେହେନ୍ଦୀ କି ପାଦରୁ ଅଳାତା ମଧ୍ୟ ଲିଭିନଥିଲା । ବିବାହକୁ ୧୫ ଦିନ ନପୁରୁଣୁ ଆରମ୍ଭ ହୋଇଗଲା ଯୌତୁକ ନିର୍ଯାତନା । ଏମିତି କିି ଅନ୍ୟ ପୁରୁଷ ସହ ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରାଗଲା । ଏଭଳି ଗୁରୁତର ଅଭିଯୋଗ କରିଛନ୍ତି ଭୁବନେଶ୍ୱରରେ ଝାରପଡା ଅଂଚଳର ଜଣେ ଯୁବତୀ । ଯୁବତୀ ଜଣକ ଜଗତସିଂହପୁର ତିର୍ତ୍ତୋଲ ଅଂଚଳର ଜଣେ ଯୁବକଙ୍କୁ ମାର୍ଚ୍ଚ ୧ରେ ବିବାହ କରିଥିଲେ । ଶାଶୁଘର ଲୋକେ ପୁଅ ଆଇଓସିଏଲ ଇଂଜିନିୟର ଅଛି କହି ବିବାହ କରି ଲକ୍ଷ ଲକ୍ଷ ଟଙ୍କା ଯୌତୁକ ନେଇଥିଲେ ।
Kanak News is now on WhatsApp
Join and get latest news updates delivered to you via WhatsApp
କିନ୍ତୁ ବିବାହ ପରେ ଯୁବତୀ ଜଣକ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ୱାମୀ ବେରୋଜଗାର ଏବଂ ଇଂଜିନିୟର ନୁହଁନ୍ତି । ଏନେଇ ସେ ପଚାରିବାରୁ ବିବାହର ୧୫ ଦିନ ପରେ ଆରମ୍ଭ ହୋଇଯାଇଥିଲା ନିର୍ଯାତନା । ଏପରିକି ଗାଁ ଦାଣ୍ଡରେ ଘୋଷାଡି ଘୋଷାଡି ଯୁବତୀଙ୍କୁ ମାଡ ମାରିଥିଲେ ଶାଶୁ ଘର ଲୋକେ । ଏନେଇ ଯୁବତୀ ଜଣକ ତିର୍ତ୍ତୋଲ ଥାନା ଓ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ କରିଥିଲେ । କିନ୍ତୁ କୌଣସି ଫଳ ନମିଳିବାରୁ ଶେଷରେ ନିରାଶ ହୋଇ ରାଜ୍ୟ ମହିଳା କମିସନ ଦ୍ୱାରସ୍ଥ ହୋଇଛନ୍ତି ଯୁବତୀ ।