ଯୁବତୀ ଓ ମହିଳାଙ୍କୁ ପିଛା କରିବା ତଥା ଅଶ୍ଳୀଳ କମେଂଟ କରିବା ହେବ ମହଙ୍ଗା ! ଦେବାକୁ ପଡ଼ିବ ୬୦ ହଜାର ଟଙ୍କା ଜୋରିମାନା, ଜାଣନ୍ତୁ କେଉଁଠି ପ୍ରଣୟନ ହୋଇଛି ଏହି ଆଇନ୍ ?

47

ଦିନକୁ ଦିନ ମହିଳାଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବଢ଼ିବାରେ ଲାଗିଛି । ପୁରୁଷ ପ୍ରଧାନ ସମାଜରେ ନାରୀମାନେ ପ୍ରତି ମୁହୂର୍ତ୍ତରେ ହିଂସାର ଶିକାର ହେଉଛନ୍ତି । ଘରୋଇ ହିଂସା ଏବଂ କର୍ମକ୍ଷେତ୍ରରେ ଯୌନ ଶୋଷଣ ସହ ସର୍ବସାଧାରଣ ସ୍ଥାନରେ ମହିଳାଙ୍କ ପ୍ରତି ଅତ୍ୟାଚାର ଦିନକୁ ଦିନ ବଢିବାରେ ଲାଗିଛି । ମହିଳାଙ୍କ ପ୍ରତି ଅଶ୍ଳୀଳ ଆଚରଣ, ପିଛା କରିବା, ଉଦ୍ଦେଶ୍ୟମୂଳକ ଭାବେ ଚାହିଁବା, କମେଂଟ ମାରିବା ଏବଂ ଦୁଷ୍କର୍ମ କରିବା ଗୋଟିଏ ଗୋଟିଏ ଉଦାହରଣ । ତେବେ ଏପରି ଆଚରଣ ଉପରେ ରୋକ ଲାଗିବ ଆଉ ଅଭିଯୁକ୍ତଙ୍କୁ ଏଥିପାଇଁ ଜୋରିମାନା ଦେବାକୁ ପଡ଼ିବ । ଫ୍ରାନ୍ସ ସରକାର ଏପରି ନିୟମ ପ୍ରଣୟନ କରିଛନ୍ତି ।

ଦୁନିଆର କୋଣ ଅନୁକୋଣରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନାର ଖବର ଆସୁଛି । ପ୍ରତିଦିନ ହଜାର ହଜାର ମିହଳା ନିର୍ଯାତନାର ଶିକାର ହେଉଛନ୍ତି । ମାନସିକ ହେଉ କିମ୍ବା ଶାରୀରକି ହେଉ ନାରୀକୁ ନିର୍ଯାତନାର ଶିକାର ହେଉଛନ୍ତି । ଏପରିସ୍ଥଳେ ଫ୍ରାନ୍ସ ସରକାର ଦୁବୃତ୍ତଙ୍କ ଉପରେ ରୋକ ଲଗାଇବା ପାଇଁ କଡ଼ା ପଦକ୍ଷେପ ନେଇଛନ୍ତି । ଯୌନ ନିର୍ଯାତନା ନିମୟକୁ ଏବେ ପୁରା କଡ଼ାକଡ଼ି କରିଦିଆଯାଇଛି । ଏବେ ଝିଅଙ୍କୁ ଦେଖି ସିଟି ବଜାଇବା, ଅଶ୍ଳୀଳ କମେଂଟ କରିବା, ନମ୍ବର ମାଗିବା ଓ ପିଛା କରିବା ପରି ଅପରାଧ ଅନ୍ତର୍ଭୁକ୍ତ କରାଯାଇଛି । ଏପରି କରିବା ଦ୍ୱାରା ଏବେ ଅଭିଯୁକ୍ତଙ୍କୁ ଜୋରିମାନା ଦେବାକୁ ପଡ଼ିବ । ଏପରି ଅପରାଧ ପାଇଁ ପାଖାପାଖି ୭୫୦ ୟୁରୋ ଅର୍ଥାତ୍ ଭାରତୀୟ ମୁଦ୍ରାରେ ୬୦ ହଜାର ଜୋରିମାନା ଦେବାକୁ ପଡ଼ିବ ।

ତେବେ ଏହି ନିୟମ ପ୍ରଣୟନ ହେବା ପରେ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର କମିବ ବୋଲି ଆଶା କରାଯାଇଛି । ସୂଚନାଯୋଗ୍ୟ ଗତ ବର୍ଷ ଫ୍ରାନ୍ସରେ ଏକ ସର୍ବେକ୍ଷଣ ହୋଇଥିଲା । ଉକ୍ତ ସର୍ବେକ୍ଷଣ ତଥ୍ୟ ଅନୁସାରେ ଦେଶରେ ସମସ୍ତ ମହିଳାମାନେ ସାଧାରଣ ସ୍ଥାନରେ ଅସଦାଚରଣର ଶିକାର ହୁଅନ୍ତି । ୫୦ ପ୍ରତିଶତ ଲୋକଙ୍କ ଅନୁସାରେ ୧୮ ବର୍ଷରୁ କମ ଯୁବତୀମାନେ ଅଧିକ ଅସଦାଚାରଣ ଶିକାର ହୁଅନ୍ତି । ଏହି ସର୍ବେକ୍ଷଣ ପରେ ଯୌନ ନିର୍ଯାତନା ଆଇନକୁ କଡ଼ାକଡ଼ି କରିଦିଆଯାଇଥିଲା ।