୪ ଦିନିଆ ଭାରତଗସ୍ତରେ ଫ୍ରାନ୍ସ ରାଷ୍ଟ୍ରପତି ! ପ୍ରୋଟକଲ ଭାଙ୍ଗି ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ,ରାଷ୍ଟ୍ରପତି ଭବନରେ ଦିଆଗଲା ଗାର୍ଡଅଫ ଅନର

13

କନକ ବ୍ୟୁରୋ : ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ଭବ୍ୟ ସ୍ୱାଗତ । ୪ ଦିନିଆ ଭାରତ ଗସ୍ତରେ ଆସିଥିବା ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଙ୍କୁ ଦିଆଯାଇଛି ଗାର୍ଡ ଅଫ ଅନର । ଦିଲ୍ଲୀ ରାଷ୍ଟ୍ରପତି ଭବନରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ରାଜକୀୟ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପତ୍ନୀ ସବିତା କୋବିନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମେକ୍ରୋଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ଗତକାଲି ରାତିରେ ଦିଲ୍ଲୀରେ ପହଂଚିଥିଲେ ଇମାନୁଏଲ । ପ୍ରୋଟୋକଲ ଭାଙ୍ଗି ପ୍ରଧାନମନ୍ତ୍ରୀ ମୋଦି ନିଜେ ବିମାନବନ୍ଦରରେ ଫ୍ରାନ୍ସ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ । ଇମାନୁଏଲ ମେକ୍ରୋଙ୍କୁ ଆଲିଙ୍ଗନ କରି ସ୍ୱାଗତ ଜଣାଇଥିଲୋ ମୋଦି । ମାକ୍ରୋଙ୍କ ଏହି ଗସ୍ତ କାଳରେ ଉଭୟ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ ଚୁକ୍ତି ସ୍ୱାକ୍ଷରିତ ହେବାର କାର୍ଯ୍ୟକ୍ରମ ରହିଛି । ବିଶେଷ କରି ଭାରତ ଓ ଫ୍ରାନ୍ସ ମଧ୍ୟରେ ସାମୁଦ୍ରିକ ସୁରକ୍ଷା ଓ ଆତଙ୍କବାଦ ପ୍ରସଙ୍ଗରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି ।

ସେପଟେ ରାଷ୍ଟ୍ରୀୟ ଜନପ୍ରତିନିଧି ସମ୍ମିଳନୀରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ ଦେଇଛନ୍ତି ମୋଦି । ବିକାଶ ପାଇଁ ଲୋକଙ୍କ ସହଭାଗିତା ଜରୁରୀ । ରାଷ୍ଟ୍ରୀୟ ଜନପ୍ରତିନିଧି ସମ୍ମିଳନୀରେ ଉଦବୋଧନ ଦେବା ଅବସରରରେ ଏପରି କହିଛନ୍ତି ପ୍ରଧାନମନ୍ତ୍ରୀ । ସଂସଦର ସେଂଟ୍ରାଲ ପ୍ରଧାନମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ସାମାଜିକ ନ୍ୟାୟ ଆମ ସମସ୍ତଙ୍କ ଦାୟିତ୍ୱ । ଘରେ ଘରେ ବିଜୁଳି ପହଂଚାଇବା ଆମର ଲକ୍ଷ୍ୟ । ତେବେ କିଛି ଅଂଚଳରେ ଅଧିକ ବିକାଶ ହୋଇଛି । କିନ୍ତୁ ସାମଗ୍ରିକ ବିକାଶ ପାଇଁ ଦେଶବାସୀଙ୍କ ସହଭାଗିତାର ଆବଶ୍ୟକତା ରହିଛି । ବିକାଶ ଦିଗରେ କାର୍ଯ୍ୟ ପାଇଁ ନୂଆ ତଥା ଯୁବ ଅଫିସରଙ୍କୁ ଦାୟିତ୍ୱ ଦେବା ଉଚିତ ବୋଲି କହିଛନ୍ତି ମୋଦି । କାରଣ ଚ୍ୟାଲେଞ୍ଜକୁ ସାମନା କରିବା ପାଇଁ ଯୁବ ଅଫିସରଙ୍କ ଅଧିକ ଦକ୍ଷତା ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।