ଫୁଟବଲ ବିଶ୍ୱକପରୁ ବିଦା ହେଲା ଆର୍ଜେଣ୍ଟିନା ! ୪-୩ ରେ ଆର୍ଜେଣ୍ଟିନାକୁ ହରାଇ କ୍ୱାର୍ଟର ଫାଇନାଲରେ ଫ୍ରାନ୍ସ ।

36

ଫିଫା ଫୁଟବଲ ବିଶ୍ୱକପରୁ ବିଦା ହେଲା ମେସିଙ୍କ ଆର୍ଜେଣ୍ଟିନା । ଫୁଟବଲ ବିଶ୍ୱକପର ପ୍ରଥମ ନକଆଉଟ ମ୍ୟାଚରେ ଆଜି ଆର୍ଜେଣ୍ଟିନାକୁ ୪-୩ ରେ ହରାଇ କ୍ୱାର୍ଟର ଫାଇନାଲରେ ପହଞ୍ଚିଛି ଫ୍ରାନ୍ସ । ବିଶ୍ୱକପରେ ଆର୍ଜେଣ୍ଟିନା ବିରୁଦ୍ଧରେ ଫ୍ରାନ୍ସର ଏହା ପ୍ରଥମ ଜିତ୍ ସାବ୍ୟସ୍ତ ହୋଇଛି । ଏହା ପୂର୍ବରୁ ଦୁଇଟି ମ୍ୟାଚ ହୋଇଥିଲା, ଯେଉଁଥିରେ ଆର୍ଜେଣ୍ଟିନା ଦୁଇଟିଯାକ ମ୍ୟାଚ ଜିତି ଆଗକୁ ବଢିଥିଲା ।

୨୦୧୪ରେ ବ୍ରାଜିଲରେ ଆୟୋଜିତ ହୋଇଥିବା ଫିଫା ବିଶ୍ୱକପର ୨୦ତମ ସଂସ୍କରଣର ଫାଇନାଲରେ ଖେଳୁଥିବା ଦୁଇଟି ଟିମ ଏବେ ଏହି ଟୁର୍ନାମେଣ୍ଟରେ ୨୧ତମ ସଂସ୍କରଣରେ ବାହାର ହୋଇଯାଇଛି । କେବଳ ସେତିକି ନୁହେଁ ବିଜେତା ଜର୍ମାନୀକୁ ମଧ୍ୟ ଗ୍ରୁପ ସ୍ତରରୁ ହିଁ ବାହାରିବାକୁ ପଡିଥିଲା । କିନ୍ତୁ ଆଜି ଆର୍ଜେଣ୍ଟିନା ୪-୩ ଅନ୍ତରରେ ଫ୍ରାନ୍ସ ଠାରୁ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବିଦାୟ ନେଇଛି । ଫ୍ରାନ୍ସର ଜିତିବା ପଛରେ ଯୁବ ଖେଳାଳି ଫାରବର୍ଡରଙ୍କ  ଭୂମିକା ବେସ ଗୁରୁତ୍ୱପୂର୍ଣ୍ଣ ରହିଥିଲା । ଫାରବର୍ଡର ଦୁଇଟି ଗୋଲ ଫ୍ରାନ୍ସ ପାଇଁ ଜିତିବାର ବାଟ ଖୋଲି ଦେଇଥିଲା । ଏଥି ସହିତ ଏଣ୍ଟୋନିଓ ଏବଂ ବେଂଜାମିନ ମଧ୍ୟ ଗୋଟିଏ ଗୋଟିଏ ଗୋଲ କରିଥିଲେ ।

ଆର୍ଜେଣ୍ଟିନା ମଧ୍ୟ ଏହି ମ୍ୟାଚରେ ଖୁବ ଭଲ ଖେଳର ପଦର୍ଶନ କରିଥିଲା । କିନ୍ତୁ ଭଲ ଖେଳର ପଦର୍ଶନ ସତ୍ୱେ ମଧ୍ୟ ଆର୍ଜେଣ୍ଟିନା ଫ୍ରାନ୍ସ ଠାରୁ ପରାଜୟ ହୋଇଛି । ଏବେ ଫ୍ରାନ୍ସ ଆର୍ଜେଣ୍ଟିନାକୁ ଏହି ଟୁର୍ନାମେଣ୍ଟରେ ୪-୩ ବିନିମୟରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପାଦ ଦେଇଛି ।