ଫ୍ରାନ୍ସର ଭୟ ବଢାଉଛି ରୁଷ ଓ ଆମେରିକାର ଗୁଇନ୍ଦାଗିରି ! ତିଆରି କରୁଛି ଏମିତି ଆପ, ଯେଉଁଥିରୁ ତଥ୍ୟ ଲିକ୍ ହେବା ଅସମ୍ଭବ ।

19

କେମ୍ବ୍ରିଜ ଏନାଲିଟିକା ସ୍କାଣ୍ଡାଲ ପରେ ପରେ ସାରା ଦୁନିଆରେ ତଥ୍ୟ ସୁରକ୍ଷିତକୁ ନେଇ ତର୍କ ଜାରି ରହିଛି । ଏହା ମଧ୍ୟରେ ଫ୍ରାନ୍ସ ସରକାରଙ୍କର ଡିଜିଟାଲ ମିନିଷ୍ଟ୍ରୀ କହିଛନ୍ତି ଯେ, ସେ ନିଜର ମେସେଞ୍ଜର ସର୍ଭିସ ପ୍ରସ୍ତୁତି କରୁଛନ୍ତି । ଯାହା ପୁରାପୁରି ଏନକ୍ରିପଟେଡ ହେବ । ଯେପରିକି ଉଚ୍ଚ ଅଧିକାରୀ ମାନଙ୍କର ସମ୍ବାଦକୁ ଗୁଇନ୍ଦାଗିରିରୁ ରକ୍ଷା କରାଯାଇପାରିବ ।

ମନ୍ତ୍ରୀମଣ୍ଡଳ କହିଛନ୍ତି ଯେ, ଦୁନିଆର ପ୍ରମୁଖ ଏନକ୍ରିପଟେଡ ମେସେଞ୍ଜିଙ୍ଗ ଆପ୍ସ ହ୍ୱାଟସଆପ ଏବଂ ଟେଲିଗ୍ରାମର ଉପଯୋଗ ନିଜେ ରାଷ୍ଟ୍ରପତି କରିଥାନ୍ତି । କିନ୍ତୁ ଏହା ଫ୍ରାନ୍ସ ବେସଡ ନୁହେଁ । ଏମିତିରେ ସର୍ଭର ଦେଶର ବାହାରେ ଥିବାରୁ ତଥ୍ୟ ଚୋରୀ ହେବାର ବିପଦ ବଢିଯାଇଥାଏ ।
ମନ୍ତ୍ରୀମଣ୍ଡଳର ଜଣେ ପ୍ରବକ୍ତା କହିଛନ୍ତି ଯେ, ଏହି ନୂଆ ଆପର ଟେଷ୍ଟିଙ୍ଗ ପାଖାପାଖି ୨୦ ଜଣ ଅଧିକାରୀ ଏବଂ ବରିଷ୍ଠ ସିଭିଲ କର୍ମଚାରୀ କରୁଛନ୍ତି । ଏହାକୁ ରାଜ୍ୟର ଜଣେ ନିୟୋଜିତ ସଦସ୍ୟ ଡିଜାଇନ କରିଛନ୍ତି । ପ୍ରବକ୍ତା ଜଣଙ୍କ କହିଛନ୍ତି ଯେ, ଗ୍ରୀଷ୍ମ ପର୍ଯ୍ୟନ୍ତ ସମସ୍ତ ସରକାରୀ ମାନଙ୍କ ପାଇଁ ଏହି ଆପକୁ ପ୍ରଚଳନ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି ।

ପ୍ରବକ୍ତା ଜଣଙ୍କ ଆହୁରୀ ମଧ୍ୟ କହିଛନ୍ତି ଯେ, ଆମେ ଏମିତି ଏକ ଏନକ୍ରିପଟେଡ ମେସେଞ୍ଜିଙ୍ଗ ସର୍ଭିସ ପ୍ରସ୍ତୁତ କରିବାକୁ ଚାହୁଁଛୁ ଯାହାକି ଆମେରିକା କିମ୍ବା ରୁଷ ଦ୍ୱାରା ଏନକ୍ରିପ୍ଟ କରାଯାଇନଥିବ । ଆମେ ଫେସବୁକର ମାମଲା ଦେଖିଛୁ ଏଥିପାଇଁ ଆମେ ଆଗକୁ ଯୋଜନା ପ୍ରସୁତ କରୁଛୁ ।  ଉଲ୍ଲେଖନୀୟ, ସାରା ଦୁନିଆରେ ତତକ୍ଷଣାତ ମେସେଜ ସର୍ଭିସ ପାଇଁ ପ୍ରସିଦ୍ଧ ହ୍ୱାଟସଆପର ଅଧିଗ୍ରହଣ ୨୦୧୪ ମସିହାରେ ଫେସବୁକ କରିସାରିଥିଲା । ଏବେ ଫେସବୁକ ପାଖରେ ହିଁ ଏହି ଆପର ମାଲିକାନା ରହିଛି । ତେବେ କେମ୍ବ୍ରିଜ ଏନାଲିଟିକା ମାମଲା ପରେ ଫେସବୁକ କ୍ରମାଗତ ଭାବେ ଟାର୍ଗେଟରେ ରହିଛି । ଗତ କିଛି ଦିନ ତଳେ ଏହି ବିଷୟରେ ଫେସବୁକର ମୁଖିଆ ମାର୍କ ଜୁକରବର୍ଗ ଆମେରିକା ସଂସଦରେ ସାଂସଦ ମାନଙ୍କର କଡା ପ୍ରଶ୍ନର ଉତ୍ତର ଦେଇଥିଲେ ।