ଚାକିରିରୁ ଅବସର ନେବା ସମୟ ହୋଇଗଲାଣି କି? ତେବେ ଏହି ୪ ବିଷୟ ଉପରେ ଦିଅନ୍ତୁ ଧ୍ୟାନ

43

କନକ ବ୍ୟୁରୋ : ଭାରତରେ ଅନେକ ଲୋକ ସରକାରୀ ବା ବେସରକାରୀ ଚାକିରି କରନ୍ତି । ତେବେ କେଉଁ ସମୟରେ ସେମାନେ କର୍ମକ୍ଷେତ୍ରରୁ ଅବସର ନେବେ ତାହା ମଧ୍ୟ ସ୍ଥିର ହୋଇଥାଏ । ତେବେ ଅବସର ନେବା ପୂର୍ବରୁ ଏହା ଉପରେ ନିହାତି ଚିନ୍ତା କରିବା ଆବଶ୍ୟକ କି ପରବର୍ତ୍ତୀ ଜୀବନରେ କେଉଁଠାରେ ଟଙ୍କା ନିବେଶ କରିବେ । ତେଣୁ ଏହା ବିଷୟରେ ଯେତେ ଶୀଘ୍ର ଭାବିବେ ତାହା ଭଲ । ତେଣୁ ଆପଣମାନେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ଚାକିରୀ ସରିବା ପୂର୍ବରୁ କେଉଁ କେଉଁ ବିଷୟ ଉପରେ ଧ୍ୟାନ ରଖିବାର ଆବଶ୍ୟକତା ରହିଛି । ସାଧାରଣ ଭାବରେ ନିଜର ଚାକିରି ଜୀବନରେ ସମସ୍ତେ ଅନେକ ଟଙ୍କା ଖର୍ଚ୍ଚ କରନ୍ତି । ତେଣୁ ଅବସର ସମୟରେ ଦେଖିବା ଦରକାର ଯେ, ଆପଣଙ୍କ ପାଖରେ କେତେ ପରିମାଣରେ ଟଙ୍କା ରହିଛି । ଏହାସହ ଯଦି କେଉଁଠାରେ ଟଙ୍କା ନିବେଶ କରୁଛନ୍ତି ତେବେ କିଛି ସମୟ ପାଇଁ ତାହାକୁ ଛାଡି ଦିଅନ୍ତୁ ।

 

ତେବେ ଆପଣଙ୍କୁ ଭାବିବା ଦରକାର କି ଅବସରପରେ କେତେ ଟଙ୍କା ଖର୍ଚ୍ଚ କରିବେ । ଏହାସହ ଗୁରୁତ୍ୱପୂର୍ଣ୍ଣ କଥା ହେଲା ପ୍ରତ୍ୟେକ ଦିନ ଚଳିବା ପାଇଁ ଆପଣଙ୍କ କେତେ ଟଙ୍କା ଆବଶ୍ୟକ ରହିଛି । ସେହି ଅନୁସାରେ ଆପଣ ଟଙ୍କା ନିବେଶ କରିବେ ବା ଟଙ୍କା ରଖିବେ । ତେଣୁ ନିଜର ଖର୍ଚ୍ଚ ସମ୍ପର୍କରେ ଅବଗତ ରହିବା ଦରକାର । ଚାକିରୀ କରିବା ସମୟରେ ଯଦି କେବେ ଅଧିକ ଟଙ୍କା ଖର୍ଚ୍ଚ କରିଦେଉଛନ୍ତି ତେବେ ଅନ୍ୟ ମାସରେ ତାହାକୁ ଅନ୍ୟ କୈାଣସି ମାଧ୍ୟମରେ ଠିକ କରିନେବେ । ହେଲେ ଅବସର ପରେ ତାହର ସମାଧାନ କରିବା କଷ୍ଟକର ହେବ । କାହିଁକି ନା କେବଳ ଯେଉଁ ଟଙ୍କା ରଖିଥିବେ ସେହି ଟଙ୍କାରେ ହିଁ ଚଳିବା ପାଇଂ ପଡିବ । ଯଦି କୈାଣସି ଟଙ୍କା ଉପରେ ଧ୍ୟାନ ନ ଦିଅନ୍ତି ତେବେ ଚାକିରୀ କରିଥିବା କିଛି ସାମଗ୍ରୀକୁ ବିକ୍ରି କରିବା ପାଇଁ ମଧ୍ୟ ପଡିପାରେ । ଯଦି ଅବସର ପରେ ମଧ୍ୟ ଭଲରେ ଚଲିବା ପାଇଁ ଚାହାଁନ୍ତି ତେଣୁ ପ୍ରଥମେ ଯେବେ ରୋଜଗାର ଆରମ୍ଭ କରୁଛନ୍ତି ସେହି ସମୟରୁ ହିଁ ସେଭିଂ କରିବାର ଆବଶ୍ୟକତା ରହିଛି ।

 

କାରଣ ପ୍ରଥମେ ପ୍ରଥମେ ଘରର ଏତେଟା ବୋଝ ନଥାଏ । ତେଣୁ ପ୍ରଥମ ଦିନରୁ ହିଁ ଟଙ୍କା ସେଭିଂ କରିବା ଆବଶ୍ୟକତା ରହିଛି । ଆଉ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅବସର ପୂର୍ବରୁ କୈାଣସି ସ୍ଥାନରେ କରଜ ଥିଲେ ତାହାକୁ ପରିଶୋଧ କରିନିଅନ୍ତୁ । ଯଦି ଏପରି ନକରନ୍ତି ତେବେ ଅବସର ନେବା ପରେ ନିଜର ଚଳିବା ସଦ କର ପରିଶୋଧ ଏକ ପ୍ରକାର ବୋଝ ହୋଇଯିବ । ତେଣୁ ଏହି ପ୍ରକାର ନିୟମ ମାନି ଚଳିଲେ ଅବସର ନେବା ପରେ ଚଳିବାର ପ୍ରାୟତଃ କୈାଣସି ଅସୁବିଧା ହେବ ନାହିଁ ।