ସ୍ମୃତି କେବେ ଲିଭେନା : ଭାରତର ୪ ପ୍ରଧାନମନ୍ତ୍ରୀଙ୍କ କାର ଚଲାଇବା ଅନୁଭୂତି ଏବେ ବି ଜଗତସିଂହପୁରର ରମେଶଙ୍କ ପାଇଁ ଜୀବନ୍ତ

33

ଜଗତସିଂହପୁର : ଭାରତର ଚାରି ଚାରି ଜଣ ପ୍ରଧାନମନ୍ତ୍ରୀଙ୍କର ସେ ଥିଲେ ଡ୍ରାଇଭର । ଯାହାଙ୍କ ଉପରେ ବିଶ୍ୱାସ କରୁଥିଲେ ଦେଶର ପ୍ରଧାନମନ୍ତ୍ରୀମାନେ । ଆଜି ସେ ଅବସର ନେଇଯାଇଛନ୍ତି ସତ, କିନ୍ତୁ ଏବେବି ସେ ଝୁରୁଛନ୍ତି ତାଙ୍କର ବିଗତ ମୁହୂର୍ତକୁ । ଜଗତସିଂହପୁରର ରମେଶ ଚନ୍ଦ୍ର ଦାସ । ଦିଲ୍ଲୀ ଦରବାରରେ ସେ ବେଶ୍ ପରିଚିତ। ନେତା କି ମନ୍ତ୍ରୀ ନୁହଁନ୍ତି, ରାଜନୈତିକ ଦଳ ପାଇଁ ବି ଅଚିହ୍ନା । ତଥାପି ଦେଶର ପ୍ରମୁଖ ନେତାଙ୍କର ସେ ଅତି ବିଶ୍ୱସ୍ତ । ଚାରି ଚାରି ଜଣ ପ୍ରଧାନମନ୍ତ୍ରୀଙ୍କ ସେ ଥିଲେ ଡ୍ରାଇଭର । ରାଜୀବ ଗାନ୍ଧି, ଭି.ପି ସିଂହ, ଚନ୍ଦ୍ରଶେଖର ଓ ଏଚ୍.ଡି ଦେବେଗୌଡାଙ୍କ କାର୍ ଚାଳକ ଥିଲେ ରମେଶ । କର୍ତବ୍ୟନିଷ୍ଠା ଗୁଣ ଯୋଗୁଁ ସମସ୍ତଙ୍କ ବିଶ୍ୱାସଭାଜନ ହୋଇପାରିଥିଲେ ସେ । କନେଷ୍ଟବଳରୁ ସେଭେନ୍ ରେସକୋର୍ସ । କଠିନ ଓ ବ୍ୟସ୍ତ ବହୁଳ ଜୀବନ ଯାତ୍ରା । ଏହାରି ଭିତରେ ସେ ସମସ୍ତଙ୍କ ପ୍ରିୟ ହୋଇପାରିଥିଲେ । ଏବେ ଚାକିରିରୁ ଅବସର ନେଇସାରିଛନ୍ତି ରମେଶ । ଫେରିଆସିଛନ୍ତି ନିଜ ଗାଁକୁ । ହେଲେ ଏଠାରେ କିନ୍ତୁ ସେ ଯେପରି ଏକାକୀ ହୋଇପଡିଛନ୍ତି । ନା କିଛି ସରକାରୀ ସହାୟତା ମିଳିଛି ନା କେବେ ସରକାରଙ୍କ ପାଖରେ ହାତ ପତାଇଛନ୍ତି ।

ଦିନ ଥିଲା ପ୍ରଧାନମନ୍ତ୍ରୀଙ୍କ ମନ ଜିଣି ପାରିଥିଲେ ରମେଶ । ପରିବାରର ନ ହୋଇ ବି ସେ ହୋଇପାରିଥିଲେ ତାଙ୍କର ଅତି ନିଜର । ନ୍ୟୁଜ ସହ ଦେଖନ୍ତୁ ଏହି ଭିଡିଓ :