ଚେନ୍ନାଇରେ ଟ୍ରେନ ଦୁର୍ଘଟଣାରେ ୪ ଓଡିଆଙ୍କ ମୃତ୍ୟୁ

21

କନକ ବ୍ୟୁରୋ : ଚେନ୍ନାଇରେ ୪ ଜଣ ଓଡିଆଙ୍କର ମୃତ୍ୟୁ । ଏକ ଦୁର୍ଘଟଣାରେ ଚେନ୍ନାଇକୁ ଦାଦନ ଖଟିବାକୁ ଯାଇଥିବା ୪ ଜଣ ଓଡିଆଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ତେବେ ମୃତକମାନେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କେବେଡି ଗାଁର । ବୋରିଗୁମ୍ମା ପୁଲିସ ମୃତକଙ୍କ ପରିବାରଙ୍କୁ ଏ ଖବର ଜଣାଇଛି । ତେବେ ମୃତଦେହଗୁଡିକୁ କୋରାପୁଟ ଆଣିବାର ବ୍ୟବସ୍ଥା କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ କୋରାପୁଟ ଜିଲ୍ଲାପାଳଙ୍କୁ ଏ ନିର୍ଦେଶ ଦିଆଯାଇଛି । ପରିବାର ମୁହଁରେ ଗଣ୍ଡାଏ ଆହାର ଦେବା ପାଇଁ ପିଲାଛୁଆଙ୍କୁ ଛାଡି ଜୟପୁରରୁ ୧୦ ଜଣ ବ୍ୟକ୍ତି ଚେନ୍ନାଇ ଯାଇଥିଲେ । ତେବେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଏକ ଟ୍ରେନ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –