ପୋଷ୍କୋ ନିୟମ ପରିବର୍ତ୍ତନ ହେବା ପରେ ଏହା ପ୍ରଥମ ମାମଲା, ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁ ଦଣ୍ଡ ।

73

ଅପହରଣ ଏବଂ ଦୁଷ୍କର୍ମ ପରେ ୪ମାସର ଶିଶୁକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅପରାଧରେ ୨୬ବର୍ଷ ବୟସ୍କ ବ୍ୟକ୍ତିକୁ ଇନ୍ଦୋରର ଏକ ଜିଲ୍ଲା ଅଦାଲତ ଆଜି ଫାଶୀ ଦଣ୍ଡର ଶୁଣାଣି କରିଛନ୍ତି । ସମାଜର ଏଭଳି ଲଜ୍ଜାଜନକ କାଣ୍ଡ ପାଇଁ ପୁଲିସ ଖୁବ ଶୀଘ୍ର ଯାଂଚ ପୂରଣ କରିଥିଲେ ଏବଂ ତଦନ୍ତ ରିପୋର୍ଟ ଦେବା ପରେ ଅଦାଲତ ୨୨ଦିନ ପରେ ଦୋଷୀକୁ ଫାଶୀ ଦଣ୍ଡ ଦିଆଯାଉ ବୋଲି ନିଷ୍ପତ୍ତି ଶୁଣାଇଛନ୍ତି ।

ଅଦାଲତରେ ୭ଦିନ ପର୍ଯ୍ୟନ୍ତ ୭-୭ଘଂଟା ଏହି ଘଟଣା ଜେରା କରିବା ପରେ ଏହି ମାମଲାର ଶୁଣାଣି କରିଛନ୍ତି । ଶିଶୁ ସହ ୨୦ଅପ୍ରେଲରେ ଦୁଷ୍କର୍ମ କରାଯାଇଥିଲା । ଏଠାରେ ଆମେ କହି ରଖୁଛୁ ଯେ ନୂଆ ଆଇନ ପୋକ୍ସୋ ହେବା ପରେ କୌଣସି ଅପରାଧୀକୁ ଫାଶୀ ଦଣ୍ଡ ଶୁଣାଇବା ଏହା ପ୍ରଥମ ମାମଲା ଅଟେ । ଏହି ଘଟଣା ୨୦ଅପ୍ରେଲର ଅଟେ । ଶିଶୁଟି ନିଜ ପିତା-ମାତାଙ୍କ ସହ ଶୋଇଥିଲା । ସେହି ସମୟରେ ଦୋଷୀ ନବୀନ ଓରଫ ଅଜୟ ଗଡକେ ଶିଶୁଟିକୁ ଟେକି ନେଇ ଶ୍ରୀନାଥ ପ୍ୟାଲେସ ବିଲଡିଂର ବେସମେଂଟକୁ ନେଇ ଯାଇଥିଲା, ଯେଉଁଠାରେ ସେ ସେହି ଶିଶୁ ସହ ୧୫ମିନିଟ ପର୍ଯ୍ୟନ୍ତ ଦୁଷ୍କର୍ମ କରିଥିଲା । ଏହାପରେ ବିଲଡିଂର ଛାତରୁ ଶିଶୁକୁ ଫୋପାଡି ହତ୍ୟା କରିଥିଲା ।

ନବୀନ ପିଡିତାଙ୍କ ମଉସା ଅଟେ । ସେ ଶିଶୁର ବାପା-ମାଙ୍କ ସହ ରହୁଥିଲା । ଡିଆଇଜି ହରିନାରାୟଣ ଚାରୀ ୨୦ଅପ୍ରେଲ ଯାଂଚ କରି କହିଛନ୍ତି ରାଜବାଡ ଯେଉଁଠାରେ ପରିବାର ବର୍ଗ ଶୋଇଥିଲେ ସେଠାରେ ଥିବା ସିସିଟିଭି କ୍ୟାମେରାକୁ ଯାଂଚ କରିଥିଲେ । ସିସିଟିଭି କ୍ୟାମେରାର ଫୁଟେଜରୁ ଜାଣିବାକୁ ମିଳିଛି ଯେ ନବୀନ ୪.୪୫ଘଂଟା ସମୟରେ ସାଇକେଲରେ ଶିଶୁକୁ ନେଇ ଯାଉଥିବାର ଦେଖିବାକୁ ମିଳିଛି ଏବଂ ୧୫ମିନିଟ ପରେ ଏକା ଫେରିଥିବା ଦେଖିବାକୁ ମିଳିଛି ।
ଗତ କିଛି ଦିନ ତଳେ କେନ୍ଦ୍ର ସରକାର କାନୁନରେ ସଂଶୋଧନ କରି ୧୨ବର୍ଷରୁ କମ ବୟସ୍କ ଝିଅଙ୍କ ସହ ଯଦି ଦୁଷ୍କର୍ମ ହୁଏ ତେବେ ଦୋଷୀକୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଘୋଷଣା କରିଥିଲେ । ତେବେ ଅଦାଲତର ନିଷ୍ପତ୍ତି ପରେ ଏହା ପ୍ରଥମ ମାମଲା ।