ରାଜ୍ୟର ୪ଟି ମେଡିକାଲ କଲେଜରେ ନାମଲେଖା ପାଇଁ ଆରମ୍ଭ ହେଲା କାଉନସେଲିଂ

26

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ରାଜ୍ୟର ୪ଟି ମେଡିକାଲ କଲେଜରେ ନାମଲେଖା ପାଇଁ ଆଜିଠାରୁ ଆରମ୍ଭ ହେବ କାଉନସେଲିଂ। ଆଗାମୀ ୨୫ ତାରିଖ ଯାଏଁ ଅନଲାଇନରେ ଚଏସ ଫିଲିଂ କରିପାରିବେ ଛାତ୍ରଛାତ୍ରୀ । ଏମବିବିଏସ ଓ ବିଡିଏସରେ ଖାଲିଥିବା ସିଟ୍ ରାଜ୍ୟ କୋଟାରେ ପୂରଣ ଲାଗି ନାମ ପଞ୍ଜିକରଣ ପରେ ୨୬ରୁ ଡକ୍ୟୁମେଂଟ୍ ଯାଂଚ, ଅଗଷ୍ଟ ୩୦ରୁ ୩୧ ଚଏସ ଫିଲିଂ ହେବ । ସେପ୍ଟେମ୍ବର ୨ରେ ଓଜେଇଇ ପକ୍ଷରୁ ଚୂଡାନ୍ତ ତାଲିକା ପ୍ରକାଶ ପାଇବ। ସେହିପରି ସେପ୍ଟେମ୍ବର ୨୦ ପରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି। ସେପ୍ଟେମ୍ବର ୩ରୁ ୬ତାରିଖ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ମିଳିଥିବା କଲେଜରେ ରିପୋର୍ଟିଂ କରି ପ୍ରୋଭିଜିନାଲ ଆଡମିସନ କରିବେ।

ନାମଲେଖାର ସମସ୍ତ ପ୍ରକ୍ରିୟା ଅନଲାଇନ୍ ମାଧ୍ୟମରେ ହେବ । ଡକ୍ୟୁମେଂଟ ଯାଂଚ ପାଇଁ ଭୁବନେଶ୍ୱର ସମେତ ଏମକେସିଜି ଓ ଭିଏସଏସ ମେଡିକାଲ କଲେଜରେ ନୋଡାଲ ସେଂଟର ହେବ । ପ୍ରଥମ ପର୍ଯ୍ୟାୟ ନାମଲେଖା ସରିବା ପରେ ସେପ୍ଟେମ୍ବର ୨୦ପରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ହେବ । ଚଳିତବର୍ଷ ଏସସିବି ଓ ଏମକେସିଜି କଲେଜରେ ୨୫୦ଟି ଲେଖାଏଁ ଏମବିବିଏସ୍ ସିଟରେ ନାମଲେଖା ହେବ । ସେହିପରି ରାଜ୍ୟ କୋଟାରେ ୨୧୩ଟି ଲେଖାଏଁ ସିଟରେ ନାମ ଲେଖା ହେବ । ବୁର୍ଲାରେ ୧୨୮ଟି ସିଟ୍, ହାଇଟେକ ମେଡିକାଲ କଲେଜ ଭୁବନେଶ୍ୱରରେ ୮୫ଟି ସିଟରେ ନାମଲେଖା ହେବ ।