ଦୁଇ ପ୍ରତିଦ୍ୱନ୍ଦୀ ନେତାଙ୍କ ବିରଳ ଦୃଶ୍ୟ:ସରକାରୀ କାର୍ଯ୍ୟକ୍ରମରେ ନବୀନଙ୍କ ସହ ହସଖୁସି, ଦଳୀୟ ସଭାରେ ଗରମ ଆଭିମୁଖ୍ୟ ଦେଖାଇଲେ ମୋଦି

54

କନକ ବ୍ୟୁରୋ: ତାଳଚେର ସାର କାରଖାନା ଶିଳାନ୍ୟାସ ଓ ଝାରସୁଗୁଡ଼ା ବିମାନବନ୍ଦରର ଲୋକାର୍ପଣ ଉତ୍ସବରେ ଏକାଠି ଦେଖିବାକୁ ମିଳିଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ । ଦୁଇ ପ୍ରତିଦ୍ୱନ୍ଦୀ ନେତା ପରସ୍ପରକୁ କିପରି ଭେଟୁଛନ୍ତି, କିପରି ପରସ୍ପର ସହ ଭାବ ବିନିମୟ କରୁଛନ୍ତି, ଏ ନେଇ ସମସ୍ତଙ୍କ ମଧ୍ୟରେ ଥିଲା କୌତୁହଳ । ଟିଭି କ୍ୟାମେରାରେ ମଧ୍ୟ କଏଦ ହୋଇଥିଲା ମୋଦୀ-ନବୀନଙ୍କ ମଧ୍ୟରେ ଭାବ ବିନିମୟର କିଛି ମୁହୁର୍ତ ।

ଯେବେ ମୋଦି ଭେଟିଲେ ନବୀନଙ୍କୁ 

ଏ ହେଉଛି ୪ଟି ଚିତ୍ର ଯେତେବେଳେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପରସ୍ପରକୁ ଭେଟିଥିଲେ । ୨୦୧୯ ନିର୍ବାଚନ ପରିପ୍ରେକ୍ଷୀରେ ରାଜନୈତିକ ପ୍ରତିଦ୍ୱନ୍ଦିତା ତୀବ୍ର ହେଉଥିବା ବେଳେ ପରସ୍ପରକୁ ଭେଟୁଥିଲେ ଦୁଇ ନେତା ।

ତାଳଚେର ହେଲିପ୍ୟାଡ୍

ସ୍ୱତନ୍ତ୍ର ହେଲିକଫ୍ଟରରେ ତାଲଚେର ପହଁଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧନା ଜଣାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ନବୀନଙ୍କ ଆଡକୁ କରମର୍ଦ୍ଦନ ପାଇଁ ହାତ ବଢାଇଥିଲେ ମୋଦି ।

ସାର କାରଖାନା ଶିଳାନ୍ୟାସ

ବହୁ ପ୍ରତୀକ୍ଷିତ ତାଳଚେର ସାର କାରଖାନା ଶିଳାନ୍ୟାସ କରିବା ଅବସରରେ ମୋଦୀ-ନବୀନ ପରସ୍ପରକୁ ଭେଟିଥିଲେ । ଏପରିକି ମୋଦି ଆଗୁଆ ପହଁଚି ଯାଇଥିବା ବେଳେ ନବୀନଙ୍କୁ ଅପେକ୍ଷା କରିଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ଶିଳାନ୍ୟାସ ସଭାରେ ଅଭିଭାଷଣ

ସାର କାର୍ଖାନା ଶିଳାନ୍ୟାସ ସଭାରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ଦେବାକୁ ଯିବା ସମୟରେ ନବୀନ ତାଙ୍କ ସିଟ୍ରୁ ଉଠି ପଡିଥିଲେ । ହେଲେ ମୋଦି ତାଙ୍କ କାନ୍ଧରେ ହାତ ପକାଇ ବସାଇ ଦେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା ।

ବିମାନବନ୍ଦର ସଭା ଶେଷରେ

ଝାରସୁଗୁଡ଼ା ବିମାନବନ୍ଦର ଲୋକର୍ପଣ ସଭା ପରେ ପୁଣି ଥରେ ଦୁଇ ନେତାଙ୍କ ପରସ୍ପରକୁ କରମର୍ଦ୍ଦନ କରିଥିଲେ । ଏବଂ କିଛି ସମୟ ଧରି ପରସ୍ପର ସହ ଆଲୋଚନା କରୁଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଥିଲା । ରାଜନୀତିରେ ଦୁଇ ପ୍ରତିଦ୍ୱନ୍ଦୀ ନେତା ଯେତେବେଳେ ପରସ୍ପରକୁ ଭେଟୁଥିଲେ, ସେତେବେଳେ ଦୁହିଁଙ୍କ ମଧ୍ୟରେ ଥିଲା ବେଶ ସ୍ୱହାର୍ଦ୍ଧପୂର୍ଣ୍ଣ ବାତାବରଣ ।