ଭଦ୍ରକରେ ଅଜଣା ଜନ୍ତୁ ଆତଙ୍କ , ୪ ଆହତ । ଜନ୍ତୁକୁ କାବୁ କଲା ବନବିଭାଗ

33

କନକ ବ୍ୟୁରୋ : ନିଆଳି ଆତଙ୍କ ପରେ ଭଦ୍ରକରେ ଅଜଣା ଜନ୍ତୁ ଆତଙ୍କ । ଗ୍ରାମାଂଚଳ ଥାନା ଅନ୍ତର୍ଗତ ସାବରଙ୍ଗ ସାହାଡା ଗାଁରେ ଅଜଣା ଜନ୍ତୁ ଆକ୍ରମଣରେ ୪ ଜଣ ଆହତ ହୋଇଛନ୍ତି । ଏନେଇ ଜଣାପଡିବା ପରେ ଭଦ୍ରକ ବନବିଭାଗ ଅଜଣା ଜନ୍ତୁକୁ କାବୁ କରିଛି । ଏଭଳି ପ୍ରାୟତଃ ଆଫ୍ରିକା ଆରବର ବିଭିନ୍ନ ଅଂଚଳରେ ଦେଖିବାକୁ ମିଳିଥାନ୍ତି । ଏମାନେ ଅଧିକ ମହୁ ଖାଇବା ପାଇଁ ବସନ୍ଦ କରିଥିନ୍ତି ବୋଲି ଏମାନଙ୍କୁ ହନି ବାଡ୍ଇଜର ନାମରେ ଡକାଯାଇଥାଏ ।
ଅଜଣା ଜନ୍ତୁକୁ ନେଇ ଲୋକମାନେ ଚିନ୍ତାରେ ରହିଛନ୍ତି । ତେବେ ଭାରତରେ ସାଧାରଣତଃ ଏଭଳି ଜନ୍ତୁ ଦେଖିବାକୁ ମିିଳିନଥାଏ ।

ତେବେ ଏହି ଅଜଣା ଜନ୍ତୁର ଆକ୍ରମଣରେ ୪ଜଣ ଆହତ ହେବା ପରେ ଗାଁରେ କୋକୁଆ ଭୟ ଖେଳିଯାଇଛି । ଅଜଣା ଜନ୍ତକୁୁ ଦେଖିବା ପାଇଁ ଆଖପାଖ ଅଂଚଳର ଲୋକମାନେ ଭିଡ ଜମାଇଛନ୍ତି